ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳର
୫ଟି ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ
ହୋଇଯାଇଛି।

୧୦୦ରୁ ଊର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରି ଦେଶମାତୃକାର ଜୟଗାନ କରିଥିଲେ। ନାଟ୍ୟକାର ଦୀନେଶ ଦାସଙ୍କ ପରିଚାଳନାରେ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ସେଣ୍ଟରରେ ଆୟୋଜିତ କବିତା ପାଠୋତ୍ସବକୁ ଜିଲ୍ଲା ସଂସ୍କୃତିଅଧିକାରୀ ପ୍ରିୟମ୍ବଦା ବେହେରା ଉଦଘାଟନ କରିଥିଲେ। ସସ୍ମିତା ଦାସ ଏହାର ସଂଯୋଜନା କରିଥିଲେ।

ଗୋପବନ୍ଧୁ ଟାଉନ ହଲଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ପୁଷ୍ପଲତା ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ରାଜ୍ୟ କଳାସଂସ୍କୃତିସଂଘ ଉପସଭାପତି ଅବନୀ ମିଶ୍ର ସଂଯୋଜନା କରିଥିଲେ। କବି ମନୋରଞ୍ଜନ ନନ୍ଦ, ଶିଳ୍ପୀ ପରେଶ ପଟ୍ଟନାୟକ, ଅଧ୍ୟାପକ ସୁରେଶ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ।

ଭାପୁର ଛଦେଶ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଭୋଳେଶ୍ୱର ଧଳ ହାଇସ୍କୁଲରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମକୁ ସଭାପତି ନୀଳମଣୀ ମହାରଣା ପରିଚାଳନା କରିଥିବାବେଳେ ପ୍ରଶାନ୍ତ କୁମାର ଧଳ ଏହାର ସଂଯୋଜନା କରିଥିଲେ।

ସାତମାଇଲ ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରରେ ‘ପ୍ରୀତିପ୍ରୟାସ’ର ସହ ସମ୍ପାଦକ ଅଭୟ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୁରପାଟସାହାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ କବି ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥଲେ। କବି ସିପୁନ ଜେନା କାଯ୍ୟକ୍ରମ ସଂଯୋଜନା କରିଥିବାବେଳେ କବି ରତକାନ୍ତି ଗଡ଼ନାୟକ ଧନ୍ୟବାଦ ଅର୍ପଣ କରଥିଲେ।

ଭୁବନ ବ୍ରାହ୍ମଣୀ ସାହିତ୍ୟ ସଂସଦ ପକ୍ଷରୁ ପୁରୁଷୋତ୍ତମପୁର ଗ୍ରାମର ପଲ୍ଲିମଙ୍ଗଳ ପାଠାଗାର ସମ୍ମିଳନୀ କକ୍ଷରେ କ୍ଷୀରୋଦ ମିଶ୍ରଙ୍କ ନେତୃତ୍ୱରେ ଏବଂ ପ୍ରଶାନ୍ତ କୁମାର ଦ୍ୱିବେଦୀଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଆୟେଜିତ ହୋଇଥିଲା। ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା, ଶାନ୍ତନୁଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − three =