ଢେଙ୍କାନାଳ : କାର୍ଯ୍ୟାଳୟରେ ୨ଟି ଅହିଂସା ରଥକୁ ଜିଳ୍ଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦାରିଦ୍ର୍ୟତା ଏବଂ ସାମାଜିକ ଅବଚାରି ସବୁଠାରୁ ବଡ଼ ହିଂସା। ଦାରିଦ୍ର୍ୟ ଥିବା ଯାଏ
ସ୍ୱାଧୀନତାର ଅର୍ଥ ମୂଲ୍ୟହୀନ। ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ଯ ଅହିଂସା ସ୍ୱାଧୀନତାର ମୂଳମନ୍ତ୍ର ଓ ପ୍ରଗତିର ଭିତ୍ତି ବୋଲି ଜିଲ୍ଲାପାଳ କହିଥିଲେ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆସିଥିବା ଏହି ଦୁଇ ରଥ ୧୫ଦିନ ଲେଖାଏ ଜିଲାର ବିଭିନ୍ନ ସ୍ଥାନ ବୁଲିବ। ଗୋଟିଏ ରଥ ଢେଙ୍କାନାଳ ସଦର ଉପଖଣ୍ଡର ଗଁଦିଆ, ଓଡ଼ାପଡ଼ା, ସଦର ବ୍ଲକ ଏବଂ ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ।
ଅନ୍ୟଟି କାମାକ୍ଷାନଗର ଉପଖଣ୍ଡର କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ଏବଂ ଭୁବନ ବ୍ଲକର ବିଭିନ୍ନ ସ୍ଥାନ ବୁଲିବ। କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ନୋଡାଲ ଅଫିସର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସରୋଜ କୁମାର ଦତ୍ତ, ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା, ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।