ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ !

ଢେଙ୍କାନାଳ : ସ୍ୱାଧିନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଥିବାବେଳେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଞ୍ଚାୟତର ଗଞ୍ଜେଇଡିହି ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଯୁବସମାଜକୁ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସନ୍ତୁଳିତ ହେବା ସହିତ ଜୀବଜଗତ ଓ ପଶୁପକ୍ଷୀ ମଧ୍ୟ ଅନେକ ପରିମାଣରେ ଉପକୃତ ହୋଇ ପାରିବେ ବୋଲି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ କ୍ଲବ୍‌ର ସଭାପତି ରତିରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ଶତାଧିକ ଯୁବକ ଏକ ମୋଟରସାଇକେଲ୍ ଶୋଭାଯାତ୍ରାରେ ସାଂସଦ ଶ୍ରୀ ସାହୁଙ୍କୁ କାକୁଡିଭାଗ ଛକଠାରୁ ଭାପୁର, ବାଘତୋଟା ଛକ ଦେଇ ଗଞ୍ଜେଇଡିହି ଗ୍ରାମ ଦେଇ ସ୍କୁଲ୍ ନିକଟସ୍ଥ ପୁଷ୍କରିଣୀ ପାଖରେ ପହଞ୍ଚିଥିଲେ । ସେଠାରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଔଷଧିୟ ଓ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ପରିଡା ଯୋଗଦେଇ କ୍ଲବ୍‌ର ଯୁବକମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କରପୁରର ପୂର୍ବତନ ସରପଞ୍ଚ ତଥା ସ୍ଥାନୀୟ ଅଞ୍ଚଳର ସାଂସଦଙ୍କ ପ୍ରତିନିଧି ଅର୍ଜୁନ ସାହୁ, ସାଂସଦଙ୍କ ସଚିବ ଦୀପକ ଦାସ, ବାବୁଲି ମହାରଣା, ସାଗର ବେହେରା, ସିପୁନ୍ ମହାରଣା, ପିଣ୍ଟୁ ବେହେରା, ହେମନ୍ତ ବେହେରା, କାବୁ ମହାରଣା, ହରିହର ସାହୁ, କୁନୁ ପୁହାଣ, ମୁନା ସେଠୀଙ୍କ ସମେତଙ୍କ ବ୍ୟତୀତ ଗ୍ରାମର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 − three =