ଢେଙ୍କାନାଳ ପୌର ଓ ଜିଲା ପ୍ରଶାସନର ମିଳିତ ସହଯୋଗ ରେ ବିଶାଳକାୟ ଖମ୍ବରେ ସ୍ଥାୟୀ ତ୍ରିରଙ୍ଗା ପତାକା ସ୍ଥାପନ !

ଢ଼େଙ୍କାନାଳ : ସ୍ୱାଧୀନତା ଦିବସ ଉପଲକ୍ଷେ ଢେଙ୍କାନାଳ ମିନିଷ୍ଟାଡିୟମ ରେ ୧୦୦ ଫୁଟ ଉଚ୍ଚତାରେ ଉଡ଼ିଛି ବିଶାଳକାୟ ତ୍ରିରଙ୍ଗା ପତାକା।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆନୁଷ୍ଟାନିକ ଭାବେ ଏହାର ଉତ୍ତୋଳନ କରିଥିଲେ। ଏଥିରେ ଲାଗିଥିବା ପତାକାର ଲମ୍ବ ୩୦ ଫୁଟ ଏବଂ ଚଉଡ଼ା ୨୦ ଫୁଟ। ଢେଙ୍କାନାଳ ପୌରସଂସ୍ଥା ଓ ଜିଲ୍ଲ ପ୍ରଶାସନ ମିଳିତ ସହଯୋଗରେ ଉକ୍ତ ବିଶାଳକାୟ ଖମ୍ବରେ ସ୍ଥାୟୀ ତ୍ରିରଙ୍ଗା ପତାକା ଲଗାଯାଇଛି।

ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ପୌରଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଆରକ୍ଷୀ ଅଧୀକ୍ଷକ ଲୋଗାନୟାଗୀ ଦିବ୍ୟା ଭି, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ସମେତ କାଉନସିଲର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

5 × 3 =