ଢେଙ୍କାନାଳ : ଭୁବନ ବ୍ଲକ ଧଳପଡ଼ା ପଞ୍ଚାୟତ ଦର୍ଜନୀ ଗ୍ରାମ ନିକଟବର୍ତି ରେଙ୍ଗାଳି ଶାଖା କେନାଲରେ ଲଗାଣ ବର୍ଷା ରେ ଘାଇ ସୃଷ୍ଟି ହୋଇଛି। ଫଳରେ ଏକର ଏକର ଜମି ବାଲିଚର ହୋଇଯାଇଛି।
ମାତ୍ର ୨ ବର୍ଷ ତଳେ ନିର୍ମାଣ କରାଯାଇଥିବା କେନାଲ ଏଥିପୂର୍ବରୁ ଥର ଭାଙ୍ଗିଥିଲା। ଚଳିତ ବର୍ଷମଧ୍ୟ ଏହାର ପୁନରାବୃତ୍ତିହୋଇଛି। ନିମ୍ନମାନର କାମ ପାଇଁ ବାରମ୍ବାର କେନାଲ ଭାଙ୍ଗୁଥିବା ସ୍ଥାନୀୟ ଅଞ୍ଚଳର
ଚାଷୀ ଅଭିଯୋଗ କରିଛନ୍ତି । ଭୁବନ ବ୍ଲକ ଅଧୀନ ଉକ୍ତ ଶାଖା
କେନାଲ ରକ୍ଷଣାବେକ୍ଷଣ ଦାୟିତ୍ୱ ଯାଜପୁର ଜିଲା ସୁକିନ୍ଦା ରେଙ୍ଗାଳି ଡିଭିଜନକୁ ପ୍ରଦାନ କରାଯାଇଛି। କାର୍ଯ୍ୟ ନେଇଥିବା ମୁଖ୍ୟ ଠିକାଦାର ଅନ୍ୟ ଠିକା ଠିକାଦାର ଙ୍କ ସହାୟତାରେ କାମ କରାଉଛନ୍ତି। ତେଣୁ ସେମାନେ ଚାଷୀଙ୍କ ହିତକୁ ନଜର ନ ଦେଇ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ଶାଖା କେନାଲକୁ ଯେଉଭଳି ରକ୍ଷଣାବେକ୍ଷଣ କରିବା କଥା ତାହା ହେଉନାହିଁ। ଅଧିକାରୀମାନେ ଆସି ପରିଦର୍ଶନ କରି ପଳାଉଛନ୍ତି। ଦୁର୍ବଳ ନଦୀବନ୍ଧ ମରାମତି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷା ଦିନ ପୂର୍ବରୁ ସତର୍କ କରାଯାଉଥବାବେଳେ ଏହାକୁ ଅଣଦେଖା କରାଯାଉଛି। କିଛି ମାସ ତଳେ ସାମାନ୍ୟ ବର୍ଷାରେ କେନାଲରେ ଘାଇ ସୃଷ୍ଟିହୋଇ ବ୍ୟାପକ ଫସଲ ହାନି ହୋଇଥିଲା। ।
ଲଗାଣ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିବା ପରେ କେନାଲ ନିକଟବର୍ତୀ ଚାଷୀଙ୍କ ମଧ୍ୟରେ ଛନକା ପଶିଥିଲା। ସେମାନେ ପହଞ୍ଚି ଘାଇ ବନ୍ଧାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନ ଥିଲେ। ତେଣୁ ଚାହୁଁ ଚାହୁଁ ଏକର ଏକର ଜମି ବାଲିଚର ହୋଇଯାଇଥିଲା। । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ
ତୀବ୍ର ହେବାରେ ଲାଗିଛି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।