ଢେଙ୍କାନାଳ : ଭୁବନ ବିଜ୍ଞପନ ଅଞ୍ଚଳ ପରିଷଦ ର ଆଠ ନମ୍ବର ୱାର୍ଡରେ ଏମିତି ଏକ ଘଟଣା ସମାନାକୁ ଆସିଛି । ଉକ୍ତ ୱାର୍ଡ ମୋଚି ସାହି ନୀବାସି ଦୈତାରି ପାତ୍ର (୫୭) ଏବଂ ତାଙ୍କ ପରିବାର ଲଗାଣ ବର୍ଷା ପ୍ରଭାବ ରୁ ଏବେ ବାସହୀନ ହେବା ସହ ଉଭୟ ସ୍ୱାମୀ ଓ ସ୍ତ୍ରୀ ମାତା ପାତ୍ର ଆହାତ ହୋଇଛନ୍ତି ।
ସୂଚନାଯୋଗ୍ଯ କି ଦୈତାରି ପାତ୍ର ବିଗତ ଦିନରେ ଆଇସକ୍ରିମ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ବ୍ୟବସାୟକୁ ଯିବା ସମୟରେ ଆଜକୁ ଛ ବର୍ଷ ପୂର୍ବେ ଗାଡି ଧକ୍କା ର ଶୀକାର ହୋଇଥିଲେ । ଚିକିତ୍ସା ରେ ଅର୍ଥ ବାଧକ ସାଜିବାରୁ ସେବେଠାରୁ ପକ୍ଷାଘାତ ରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ତେବେ ସରକାରୀ ସହାୟତା ଓ ଦିବ୍ୟାଙ୍ଗ ଭତ୍ତା ଭରଷାରେ ଚଳୁଥିବା ପରିବାର ପ୍ରତି ଲଗାଣ ବର୍ଷା ଆଣିଦେଇଛି ଆଉ ଏକ କଷଣ । ଏକ ବଖରା ଘରେ ଦୈତାରୀ ଏବଂ ତାଙ୍କ ଶୋଇଥିବା ବେଳେ ପ୍ରାୟ ରାତି ଦୁଇଟା ସମୟରେ ଘରର ଏକ କାନ୍ଥ ତାଙ୍କ ଉପରେ ପଡିଥିଲା । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ନିରୁପାୟ ମାତା ପାତ୍ର ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଅବସ୍ଥାରେ ତାଙ୍କ ଉପରେ ପଡିଥିଲା । ଯାହା ଫଳରେ ତାଙ୍କ ହାତରେ ଜଖମ ଲାଗିଛି ।
ତେବେ ଏହି ଘଟଣା ବିଷୟରେ କାଉସିଲରଙ୍କ ଠାରୁ ସୂଚନା ପାଇ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅସହାୟ ପରିବାର ନୀକଟରେ ପହଞ୍ଚି ଘଟଣା ବିଷୟରେ ବୁଝିବା ସହିତଭାଙ୍ଗିଯାଇଥିବା କାନ୍ଥର ତୁରନ୍ତ ମରାମତି ପାଇଁ ଆର୍ଥିକ ସହଯୋଗ କରିଥିଲେ । ଏଥିସହିତ ସରକାରୀ ଯୋଜନାରେ ଏକ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ବର୍ତ୍ତମାନ ପରିବାର ସାହିର ଏକ କୋଠଘରେ ଅସ୍ଥାୟୀ ଭାବେ ରହୁଥିବା ଜଣାପଡିଛି ।