ଢ଼େଙ୍କାନାଳ : ରାଜ୍ଯ ସରକାର ଖେଳ ପ୍ରଶିକ୍ଷଣ ଭିତ୍ତିଭୂମି ରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଢେଙ୍କାନାଳ ସହର ମଧ୍ୟରେ ଥିବା ଇଣ୍ଡୋର ଷ୍ଟାଡିୟମ ଟି ଏବେ ଅବହେଳାର ର ଚରମ ସୀମାରେ ରେ ପହଞ୍ଚିଛି।
ସହର ମଧ୍ୟରେ କାର୍ଯ୍ୟକ୍ଷମ ଥିବା ଏହି ପୁରାତନ ଇଣ୍ଡୋର୍ ଷ୍ଟାଡିୟମ୍ ଟି ସହର ର ଅନେକ ଯୁବକ ଯୁବତୀ ପ୍ରତ୍ୟେକ ଦିନ ଇଣ୍ଡୋର ଷ୍ଟାଡିୟମରେ ଇଣ୍ଡୋର ଗେମ ଅଭ୍ୟାସ କରନ୍ତି । ବିଡ଼ମ୍ବନା ର ବିଷୟ ଏତେ ବଡ଼ ଇଣ୍ଡୋର ଷ୍ଟାଡିୟମ ଟି ରକ୍ଷଣାବେକ୍ଷଣ ଅଭାବରୁ ବର୍ଷା ପାଣି ଗଳି ଷ୍ଟାଡିୟମ ଭିତରେ ପାଣି ରେ ଉବୁଟୁବୁ।
ଷ୍ଟାଡିୟମ୍ ଭିତରେ ବର୍ଷା ପାଣି ଗଳୁ ଥିବା ସ୍ଥାନରେ ବାଲଟି କପଡା ରଖି କ୍ରୀଡାବିତ ଖେଳ ଅଭ୍ୟାସ କରୁଛନ୍ତି । ଜିଲ୍ଲାପାଳ ଓ କ୍ରୀଡ଼ା ଅଧିକାରୀ ଙ୍କୁ ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି ପ୍ରକାର ପଦକ୍ଷେପ ନ ନେବା ଅଧିକାରୀଙ୍କ କ୍ରୀଡା ପ୍ରତି ବୈମାତୃକ ମନୋଭାବ ବେଶ ଅନୁମେୟ ।
ବାରମ୍ବାର ଅଭିଯୋଗ ପରେ ବି ପଦକ୍ଷେପ ନ ନେବା ନିୟମିତ ଅଭ୍ୟାସ କରୁଥିବା ଯୁବ କ୍ରୀଡାବିତ ଓ ବୁଦ୍ଧିଜୀବୀ ମଧ୍ୟରେ ନୈରାଶ୍ୟ ଭାବ ସହ କ୍ଷୋଭ ପ୍ରକାଶ କରିଛନ୍ତି । ତୁରନ୍ତ ଏହାର ମରାମତି କରାଯିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।