ତୁଳସୀଚଉରା ନିର୍ମାଣ ବେଳେ ହଣା ଖାଇଲା ଯୁବକ !

ଢେଙ୍କାନାଳ : ଘର ଅଗଣାରେ ତୁଳସୀ ଚଉରା ନିର୍ମାଣ ବେଳେ ପଡୋଶୀଙ୍କ ଦ୍ୱାରା ମାରଣାସ୍ତ୍ରରେ ଆକ୍ରମଣର ଶୀକାର  ଡାକ୍ତରଖାନାରେ ଚିକିତ୍ସତ ହେଉଥିବା ଜଣାପଡିଛି ।

  ଭୁବନ ଥାନା ମୃଦଙ୍ଗା ପଞ୍ଚାୟତର କୁଣ୍ଡା ଗ୍ରାମର ଜନୈକ ଯୁବକ ନିଜ ଘର ଅଗଣାରେ ତୁଳସୀ ଚଉରା ନିର୍ମାଣ କରୁଥିଲେ । ସେହି ସମୟରେ ପଡୋଶୀ ପକ୍ଷରୁ ମିଳିତ  ଭାବେ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିବାରୁ  ତାଙ୍କ ମୁହଁ ଆଖି ମୁଣ୍ଡ ପେଟ ଓ ଗୋଡକୁ ହଣା ହୋଇଥିବା ଜଣାପଡିଛି ।

   ତାଙ୍କ ସ୍ତ୍ରୀ  ଓ ବାପା  ମଧ୍ଯ ଆହାତ ହୋଇଛନ୍ତି । ଗୁରୁତର ଆହାତ ଯୁବକ ପ୍ରଥମେ ଡାକ୍ତରଖାନାକୁ ଆସି ଚିକିତ୍ସତ ହେଉଥିବା ବେଳେ  ତାଙ୍କ  ବାପା ଗୁରୁତର ହୋଇ ଘରେ ପଡିରହିଥିବା ଜଣାପଡିଛି । ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
 
  ତେବେ ପଡୋଶୀଙ୍କ ପକ୍ଷରୁ ମଧ୍ୟ  ପ୍ରତି ଅଭିଯୋଗ  ହୋଇଥିବା ଥାନା ପକ୍ଷରୁ ଜଣାପଡିଛି ।

Leave A Reply

Your email address will not be published.

9 − 7 =