ଢ଼େଙ୍କାନାଳ : ରାଷ୍ଟ୍ରପତି ଦେ୍ରୗପଦୀ ମୁମୁର୍ଙ୍କ ଜୀବନ ସଂଘର୍ଷର କାହାଣୀ ଉପରେ ଆଧାରିତ ଏକ ଅଡିଓ ସିଡୀ ‘ଆମ ଆଦିବାସୀ ଓଡ଼ିଆ ଝିଅ’ ଉନ୍ମୋଚିତ ହୋଇଛି।
ଜିଲ୍ଲାର କବି ତଥା ଗୀତିକାର ଅବନୀ କୁମାର ମିଶ୍ରଙ୍କ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଜିଲ୍ଲା
କାର୍ଯ୍ୟାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ। ଏହାକୁ ଗୀତିକାର ତଥା ରାଜ୍ୟ ଲୋକକଳା
ସଂଘ ଉପସଭାପତି ଅବନୀ କୁମାର ମିଶ୍ର ରଚନା କରିଥିବା ବେଳେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରଶ୍ମିରଞ୍ଜନ ପଣ୍ଡା ନିର୍ଦ୍ଦେଶନା ଦେଇଛନ୍ତି।
କଣ୍ଠଶିଳ୍ପୀ ସ୍ମରଣିକା ନନ୍ଦଙ୍କ ସ୍ୱରରେ ଗୀତଟି ମନଛୁଆଁ ହୋଇଛି। ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିକୁ ଗର୍ବିତ କରିଛନ୍ତି। କର୍ମନିଷ୍ଠ ଜୀବନ, ନିଷ୍ଠାପର ଉଦ୍ୟମ, ସହନ ଶୀଳତା, ସଂଘର୍ଷମୟ ଜୀବନ ତାଙ୍କୁ ଭାରତର ସସର୍ବୋଚ୍ଚ ସାମ୍ବଧାନିକ ପଦବୀରେ ଅବସ୍ଥାପିତ କରାଇଛି ବୋଲି ଗୀତିକାର ମିଶ୍ର କହିଛନ୍ତି। ଏଥିପୂର୍ବରୁ ଦ୍ରୌପଦୀ ମୁର୍ମୁ ଙ୍କ ଉଦେଶ୍ୟରେ କବିତା ‘ଦ୍ରୌପଦୀ ’ ଲେଖଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଭାବଗ୍ରାହୀ ପଣ୍ଡା, ବିଜ୍ଞାନ ମହାନ୍ତି, ସୁଶାନ୍ତ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।