ହେଲ୍ପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ ପକ୍ଷରୁ ପର୍ଯ୍ୟଟନ କ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବା ଅଭିଯାନ ରେ ସପ୍ତଶଯ୍ୟା  !

ଢ଼େଙ୍କାନାଳ  : ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ହେଲ୍ପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ (ଏଚ ଟୁ ଏସ ଟୁ ) ଓ ସାଟିଭିକ୍ ସଉଲ୍ ଫାଉଣ୍ଡେସନ(ଏସ ଏସ ଏଫ୍) ମିଳିତ ସହଯୋଗରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବା କାର୍ଯକ୍ରମରେ   ଜିଲ୍ଲାର ପର୍ଯ୍ଯଟନ କ୍ଷେତ୍ର ସପ୍ତଶଯ୍ୟା ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।

   ସପ୍ତଶଯ୍ୟା ଯାହାକି ଏକ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ  ମନୋରମ ପର୍ଯ୍ଯଟନସ୍ଥଳୀ ଭାବରେ ପରିଚିତ। ସମସ୍ତ ପର୍ବ ପର୍ବାଣୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅଧିକାଂଶ ଲୋକେ ଏଠାକୁ ବୁଲିବାକୁ ଆସି  ଭୋଜି ମହୋତ୍ସବ କରି ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ଜିନିଷ ଏଣେ ତେଣେ ପକାଇ ଚାଲିଆସନ୍ତି।

  ଏହି  ପର୍ଯ୍ୟଟନ କ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଢ଼େଙ୍କାନାଳର ଅଗ୍ରଣି ଯୁବ ଅନୁଷ୍ଠାନ ହେଲ୍ପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ(   ଏଚ ଟୁ ଏସ ଟୁ  ) ଓ ସାଟିଭିକ୍ ସଉଲ୍ ଫାଉଣ୍ଡେସନ( ଏସ ଏସ ଏଫ୍) ର ମିଳିତ ଉଦ୍ୟମରେ ଏକ ପ୍ଲାଷ୍ଟିକ ମୁକ୍ତ ସଫେଇ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି।

  ଏହି କାର୍ଯ୍ୟକ୍ରମରେ ଦୁଇ ଅନୁଷ୍ଠାନର ୫୦ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ । ସେଠାରୁ ୫୦ ବ୍ୟାଗ୍ ପ୍ଲାଷ୍ଟିକ ଜରି ସହ ବହୁ ସଂଖ୍ୟକ ନିଶା ସେବନ କାଚ ବୋତଲ ସଂଗ୍ରହ କରାଯାଇଥିଲା। ସେଠାରେ ଆବର୍ଜନା ତଥା ପ୍ଲାଷ୍ଟିକ ଜିନିଷ ପକେଇବା ପାଇଁ ପାଞ୍ଚ ଫୁଟ ଉଚ୍ଚତାର ଗୋଟିଏ ଆବର୍ଜନା ସଂଗ୍ରହ ପାତ୍ର ସ୍ଥାପନ କରାଯାଇଛି।

  ଆସନ୍ତୁ ହାତରେ ହାତ ମିଶେଇ ଏହି ନିଃସ୍ଵାର୍ଥପର କାର୍ଯ୍ୟକୁ ଆଗେଇ ନେବା ଆଉ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ଆଗକୁ ଢ଼େଙ୍କାନାଳର ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରିବାର ଦୃଢ଼ ସଂକଳ୍ପ ନେବା ର ବାର୍ତ୍ତା ଦେଇ ଥିଲେ ।

Leave A Reply

Your email address will not be published.

5 − three =