ଢ଼େଙ୍କାନାଳ : ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ରଣଜିତ୍ କୁମାର ପ୍ରଧାନ ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ପରିଦର୍ଶନ କରି ଫେରିଯାଇଛନ୍ତି । ଶ୍ରୀଯୁକ୍ତ ପ୍ରଧାନ କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ସହ ମହାବିଦ୍ୟାଳୟଳର ଶ୍ରେଣୀଗୃହ , ପାଠାଗାର , କ୍ୟାଣ୍ଟିନ୍ ଆଦି ପରିସର ତଦାରଖ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫୁଲ୍ଲ କୁମାର ଭୂୟାଁ , ସଂସ୍କୃତ ବିଭାଗର ମୁଖ୍ୟ ଗୌରାଙ୍ଗ ଚରଣ ମହାରଣା ମଞ୍ଚାସିନ ହୋଇଥିଲେ । ମହାବିଦ୍ୟାଳୟର ପରିଦର୍ଶନରେ ଆସିଥିବା ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଣଜିତ କୁମାର ପ୍ରଧାନ ମହୋଦୟ ଏହି ସଭାରେ ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ନିଜର ବାଗ୍ମିତାରେ ସମସ୍ତ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକାଙ୍କୁ ମୁଗ୍ଧ କରିଥିଲେ । ଛାତ୍ରଛାତ୍ରୀ ହେଉଛନ୍ତି ଶିକ୍ଷକଙ୍କର ପ୍ରକୃତ ପୁଞ୍ଜି , ପ୍ରକୃତ ପରିଚୟ ପତ୍ର । ମହାବିଦ୍ୟାଳୟ ହେଉଛି ସମସ୍ତ କର୍ମଚାରୀଙ୍କ ମାତୃସ୍ଥାନୀୟା ,ତେଣୁ ତାର ଉନ୍ନତି କାମନା କରିବା ସମସ୍ତଙ୍କ ପରମ କର୍ତ୍ତବ୍ୟ। ସହଭାଗିତା ଓ ସହଯୋଗିତା ହିଁ ଲକ୍ଷ୍ୟସାଧନର ପ୍ରକୃତ ମାର୍ଗ । ଏହିପରି ଅନେକ ଉତ୍ସାହପୂର୍ଣ୍ଣ ଉକ୍ତିରେ ସେ ଅଧ୍ୟାପକ ଅଧ୍ୟାପିକ ଓ କର୍ମଚାରୀଙ୍କ ମନୋବଳକୁ ସୁଦୃଢ଼ କରିଥିଲେ । ଏତଦବ୍ୟତୀତ ଛାତ୍ରଛାତ୍ରୀଙ୍କ ସହିତ ସିଧାସଲଖ କଥାବାର୍ତ୍ତା କରି ଜୀବନର ଲକ୍ଷ୍ୟ ଓ ଲକ୍ଷ୍ୟସ୍ଥଳ ରେ ପହଞ୍ଚିବାର ଉଚିତ ମାର୍ଗ ସମ୍ପର୍କରେ ଆଲୋକପାତ କରିଥିଲେ ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା, କର୍ମଚାରୀ , ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ସଭାକୁ ସଫଳମଣ୍ତିତ କରିଥିଲେ ।