ଢ଼େଙ୍କାନାଳ: ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଆଦିପୁରା ଗ୍ରାମରେ ଗଣ ପର୍ବ ରଜ ସପ୍ତମ ତମ ମହୋତ୍ସବ ପାଳିତ ହେଉଛି I
ଓଡିଶା ର ଗଣ ପର୍ବ ରଜ, ପୁରପଲ୍ଲୀ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରଜ ପର୍ବକୁ ବେଶ୍ ଧୂମ୍ ଧାମରେ ପାଳନ କରିଥାନ୍ତି I କରୋନା କାନଟଣା ଯୋଗୁ ଦୁଇ ବର୍ଷ ଫିକା ପଡିଥିବା ବେଳେ ଚଳିତ ବର୍ଷ ସବୁଠି ଉତ୍ସବ ମୁଖର ଦେଖିବାକୁ ମିଳୁଛି I
ଆଦିପୁରା ଗ୍ରାମର ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷ କିଛି ଯୁବ ଗୋଷ୍ଠୀ ଗାଁ ସଂକୃତି ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଏକ ପ୍ରୟାସ ହୋଇଛି । ଦୁଇ ତିନି ପ୍ରକାର ଦୋଳି, ବାଲି ରେ ନିର୍ମିତ ହୋଇଥିବା ରଜ ମହୋତ୍ସବରେ ଚିତ୍ର ଓ ସଂଧ୍ଯା ସମୟରେ ଦ ଗୋଲ୍ଡ ଜୁଏଲରସ଼୍ ତରଫରୁ ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବାରୁ ଆଖ ପାଖ ଅଞ୍ଚଳର ଶହଶହ ଲୋକଙ୍କ ସମାଗମ ହୋଇଥିଲା I
ରଜ ପାନ, ମୀନ ବଜାର ଓ ଚତୁଃପାର୍ଶ୍ଵ ସୁନ୍ଦର ଭାବେ ସଜେଇ ହୋଇଥିବାରୁ ଲୋକମାନଙ୍କ ମନ ମୋହୁଛି I ଝିଅ ମାନେ ଦୋଳି ଖେଳିବା ପାଇଁ ମନରେ ଆନନ୍ଦର ଉଲ୍ଲାସ ରହିଛି I ଏହି କାର୍ଯ୍ୟକ୍ରମ କୁ ଗ୍ରାମର ହରିହର ସାହୁ, ଅନନ୍ତ ଚନ୍ଦ୍ର ସାହୁ ସଞ୍ଜୟ କୁମାର ସାହୁ ଓ ଗ୍ରାମବାସୀ ଙ୍କ ସହଯୋଗରେ ଆୟୋଜିତ କରାଯାଇଛି I