ସରକାରୀ ଉଚ୍ଚ ବିଦ୍ୟାଳୟ, ରାଧାଦେଈପୁରକୁ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ “ପ୍ରକୃତି ମିତ୍ର ପୁରସ୍କାର” ପ୍ରଦାନ !

ଢେଙ୍କାନାଳ : ଚଳିତ ଶିକ୍ଷା ବର୍ଷରେ ସଦର ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଧାଦେଈପୁରକୁ ବିଶ୍ଵ ପରିବେଶ ଦିବସ ଅବସର ରେ “ପ୍ରକୃତି ମିତ୍ର ପୁରସ୍କାର” ପ୍ରଦାନ କରାଯାଇଅଛି।

ଭୂବନେଶ୍ଵର ରବିନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବରେ ରାଜ୍ୟ ସହକାରୀ ମୁଖ୍ୟ ଶାସନ ସଚିବ ମୋନାଶର୍ମାଙ୍କ ଠାରୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନବିହାରୀ ବାରିକ ପୁରସ୍କାର ରାଶି ସ୍ଵରୁପ କୋଡ଼ିଏ ହଜାର ଟଙ୍କାର ଚେକ୍ ଓ ମାନପତ୍ର ଗ୍ରହଣ କରିଥିଲେ। ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା, ଔଷଧ ଉଦ୍ୟାନ ଓ ଫଳ ବଗିଚା ସୃଷ୍ଟି କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିବା ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ପରିବେଶବିତ୍ ପ୍ରଦ୍ୟୁମ୍ନ ରଥ, ପରିବେଶ ପ୍ରେମୀ ଅକ୍ଷୟ କୁମାର ଜେନା,ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସସ୍ମିତା ସାହୁ , ଶତାୟୁ, ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ଓ ଗଁଦିଆ ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର, ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ବିଜ୍ଞାନ ଶିକ୍ଷକ ଦେବରାଜ ରାଉତ , ସୁଭାଷ କୁମାର ନନ୍ଦ, ଇତିଶ କୁମାର ବରାଳ,ଲକ୍ଷ୍ମୀଧର ମ୍ୟୁନିସିପାଲିଟି ହାଇସ୍କୁଲର ଗଣିତ ଓ ବିଜ୍ଞାନ ଶିକ୍ଷକ ମୀନକେତନ ପରିଡା,କାଇମାଟି ଉଚ୍ଚ ବିଦ୍ୟାଳୟ ଓ ମାଣିପୁର ଉଚ୍ଚ ବିଦ୍ୟାଳୟ ଉଭୟର ଯୁଗ୍ମ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ରୋହିତ କୁମାର ରାଉତ, ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁ ,ସରକାରୀ ଉଚ୍ଚ ବିଦ୍ୟାଳୟ, ରାଧାଦେଈପୁରର ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ସଦସ୍ୟ ବୃନ୍ଦ, ଅଭିଭାବିକା ଅଭିଭାବକ ବୃନ୍ଦ,ଛାତ୍ରୀ ଛାତ୍ର ବୃନ୍ଦ, ଶିକ୍ଷୟିତ୍ରୀ, ଶିକ୍ଷକ ବୃନ୍ଦ, ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଭିନ୍ନ ବର୍ଗର ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ବୃନ୍ଦ, ଗ୍ରାମବାସୀ ବୃନ୍ଦ ପ୍ରମୁଖ ଅନେକ ଶିକ୍ଷା ଓ ପରିବେଶ ପ୍ରେମୀ ଜନସାଧାରଣ , ବନ୍ଧୁ ବର୍ଗ ତଥା ଶୁଭେଚ୍ଛୁ ଏହି ସଫଳତା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଧାଦେଈପୁରର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବନବିହାରୀ ବାରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.

13 + twelve =