ଢେଙ୍କାନାଳ ପୋଲିସର ବଡ଼ ସଫଳତା —ଠକ ‘ରୋଡ୍ ସେଫ୍ଟି’ ଆଠ ଅଧିକାରୀ ଗିରଫ !

ଢେଙ୍କାନାଳ : କିଛି ଦିନ ତଳେ ଆଞ୍ଚଳିକ ପରିବହନ ଢେଙ୍କାନାଳ ସୁଚନା କରାଯାଇଥିଲା କି ଯେ,କିଛି ଅସାଧୁ ବ୍ୟକ୍ତି ସଡକ ସୁରକ୍ଷା କାର୍ଯ୍ୟକ୍ରମ ନାମରେ ଓଡାପଡା ଓ କାମାକ୍ଷାନଗର ଅଂଚଳରୁ ଅନୈତିକ ଭାବେ ଅର୍ଥ ଆଦାୟ କରୁଛନ୍ତି । ସମସ୍ତ ଗାଡିମାଲିକ,ଡ୍ରାଇଭର ମାନଙ୍କୁ ଏଭଳି ଠକାମିର ଶିକାର ନ ହେବା ପାଇଁ ଯଦି ଏଭଳି କୌଣସି ବ୍ୟକ୍ତି ଆପଣଙ୍କ ଦୃଷ୍ଟିରେ ଆସୁଛନ୍ତି ତୁରନ୍ତ ନଂ:୯୧୩୭୩୭୮୬୦୬ ରେ ଯୋଗାଯୋଗ କରିବାକୁ । ସୂଚନା ଆଧାରକରି ମୋଟଙ୍ଗା ପୋଲିସ୍ ଦିନରେ ଏକ ବିଶେଷ ଅଭିଯାନରେ ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଯେମାନେ ନିଜକୁ ରୋଡ୍ ସେଫ୍ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ସାଧାରଣ ଲୋକଙ୍କୁ ଠକୁଥିଲେ।ଏହି ଦଳ ପ୍ରଥମ ସହାୟତା କିଟ୍, ଅଗ୍ନିନିବାରଣ ଯନ୍ତ୍ର, ରିଫ୍ଲେକ୍ଟର ସାମଗ୍ରୀ ଆଦି ବିକ୍ରି କରି ରୋଡ୍ ସେଫ୍ଟି ଅଭିଯାନର ନାମରେ ଗାଡ଼ି ଚାଳକଙ୍କୁ ଭ୍ରମିତ କରୁଥିଲେ। ବିଶ୍ୱସନୀୟ ସୂଚନା ଉପରେ କାର୍ଯ୍ୟାନୁଷ୍ଠାନ କରି, ଏସଆଇ ଶେଖର ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ବିଆରଜି ଛକ ନିକଟରେ ସେମାନଙ୍କୁ ଚଢ଼ାଉ କରିଥିଲା।
ସେମାନେ ସେତେବେଳେ ରାସ୍ତାରେ ଗାଡ଼ି ବନ୍ଦ କରି ଟଙ୍କା ଉଠାଉଥିବା ସହ ଜିନିଷ ବିକ୍ରି କରୁଥିଲେ।ସେମାନଙ୍କ ପୋଶାକ ରୋଡ୍ ସେଫ୍ଟି କର୍ମଚାରୀଙ୍କ ସଦୃଶ ଥିଲା।ଧରାପଡ଼ିଥିବା ୮ ଜଣ ହେଲେ ସଞ୍ଜୟ ସିଂହ (୩୮), ମୀରଟ୍, ଉତ୍ତର ପ୍ରଦେଶ , ରାହି ସୁଦ୍ଦିନ (୩୫), ଦିଲ୍ଲୀ ,ବିକାଶ କୁମାର ଶ୍ରୀବାସ୍ତବ (୩୩), ଗୋପାଲଗଞ୍ଜ, ବିହାର,ଶିବଶଙ୍କର ରାମସିଂହ (୪୬), ଘାଜିଆବାଦ, ଉତ୍ତର ପ୍ରଦେଶ, ରୋହିତ କୁମାର (୩୩), ଘାଜିଆବାଦ, ଉତ୍ତର ପ୍ରଦେଶ,ପବନ ଶର୍ମା (୩୯), ଦିଲ୍ଲୀ, ଅବିନାଶ ଶର୍ମା (୨୭), ଆଜମଗଡ଼, ଉତ୍ତର ପ୍ରଦେଶ, ସୁନୀ ମାଧରେ (୩୧), ଦିଲ୍ଲୀ ..। ସେମାଙ୍କ ପାଖରୁ ଜବତ ସାମଗ୍ରୀ ୨୫ଟି ପ୍ରଥମ ସହାୟତା କିଟ୍,୧୨ଟି ଅଗ୍ନିନିବାରଣ ଯନ୍ତ୍ର,
ରିଫ୍ଲେକ୍ଟର ରିଲ୍, ଜାକେଟ୍, ଟର୍ଚ୍, ଡ୍ରିଲ୍ ମେସିନ୍, “ସଡ଼କ ସୁରକ୍ଷା ଅଭିଜାନ” ବ୍ୟାନର୍,୮ଟି ମୋବାଇଲ୍ ଫୋନ୍,
ନଗଦ ରୁ. ୧୨,୦୦୦ ଟଙ୍କା । ତଦନ୍ତରେ ପ୍ରକାଶ
ଆରୋପୀମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ବିହାରର ମୁଖ୍ୟ ହୋସେନଙ୍କ ନିର୍ଦ୍ଦେଶରେ କାମ କରୁଥିଲେ।
ପ୍ରତିଦିନ ୭୦୦ ଟଙ୍କା ଦରରେ ସେମାନେ ଏହି ଠକେଇ କାମ କରୁଥିଲେ, ଏବଂ ସଂଗୃହୀତ ଟଙ୍କା ସେମାନଙ୍କ ମୁଖ୍ୟ ଯୋଜନାକାରୀକୁ ଦେଇଦେଉଥିଲେ। ଏମାନଙ୍କ ବିରୋଧରେ ମୋଟଙ୍ଗା ପୋଲିସ୍ ଷ୍ଟେସନରେ କେସ୍ ନଂ. ୩୨୦/୦୩.୦୯.୨୦୨୫
ଭାରତୀୟ ଦଣ୍ଡ ସଂହିତା (ବିଏନସ) ଧାରା ୩୧୯(୨)/୩୧୮(୪)/୩୩୬(୨)/୧୧୧(୪)/୩(୫) ଅନୁଯାୟୀ ରୁଜୁ ହୋଇଛି।ମୁଖ୍ୟ ଆରୋପୀଙ୍କୁ ଗିରଫ କରିବା ସହ ଚକ୍ରାନ୍ତର ଏକ ବିଶାଳ ଜାଲ ଖୋଜିବା ପାଇଁ ତଦନ୍ତ ଜାରିରହିଛି।
ପୋଲିସ୍‌ର ସଚେତନତା ସନ୍ଦେଶ ରେ କହିଛି ଯେ,
ଠକ ଅଧିକାରୀଙ୍କୁ ସତର୍କ ରୁହନ୍ତୁ, ଏବଂ ପ୍ରଲୋଭନରେ ପଡ଼ନ୍ତୁ ନାହିଁ।ଯଥାର୍ଥ ରୋଡ୍ ସେଫ୍ଟି କର୍ମଚାରୀ ଏବଂ ନ୍ୟାସନାଲ୍ ହାଇୱେ ଅଧିକାରୀମାନେ ସ୍ୱତନ୍ତ୍ର ପରିଚୟ ପତ୍ର ସହ କାମ କରନ୍ତି, ସେମାନେ କେବେଭି ଚାଳକଙ୍କୁ ପ୍ରତ୍ୟକ୍ଷ ଟଙ୍କା ଉଠାନ୍ତି ନାହିଁ।

Leave A Reply

Your email address will not be published.

12 − 11 =