କପିଳାସ ର ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ସ୍ଥାବର ସମ୍ପତି ର ରକ୍ଷଣା ବେକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ !
ଢେ଼ଙ୍କାନାଳ ତଥା ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ କପିଳାସ ବିଜେ ପ୍ରଭୁ ଚନ୍ଦ୍ରଶେଖର ଙ୍କ ୧୨୦୦ ଏକର ଭୁ ସମ୍ପତି ଉପରେ ପଥର ମାଫିଆ ଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ।ଏବେ ଦୁଇ ମାସ ଧରି ଶ୍ରୀ ଜୀଉ ଙ୍କ ର ମହୁଲ ଖୋଳି ଗ୍ରାମରେ ଥିବା ୧୨୦୦ ଏକର ର ଉଜୁଡା କାଜୁ ଜଙ୍ଗଲ ରୁ ବେଧଡକ ଭାବେ ମାଙ୍କଡ଼ା ପଥର କଟାଯାଇ ଜିଲ୍ଲା ବାହାରକୁ ଚୋରା ଚାଲାଣ କରାଯାଉଛି । ଶ୍ରୀ ଜିଉ ଙ୍କ ର ଏହି ଭୂସମ୍ପତ୍ତି ର ରକ୍ଷଣା ବେକ୍ଷଣ ଦାୟିତ୍ଵ ରେ ଢେ଼ଙ୍କାନାଳ ଦେବୋତ୍ତର ବିଭାଗ ଅଛି ।କିନ୍ତୁ ତାହା ଠିକ୍ ଭାବେ ରକ୍ଷଣା ବେକ୍ଷଣ ହୋଇ ପାରୁନାହିଁ ।

ଘଟଣା ର ବିବରଣୀ ରୁ ପ୍ରକାଶ ଯେ ଏହି ଉଜୁଡ଼ା କାଜୁ ଜଙ୍ଗଲ ଟି କପିଳାସ ର ପାଦ ଦେଶ ରେ ଅବସ୍ଥିତ ।ଏହି କାଜୁ ବଗିଚା ର ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବ ରେ ଏଥିରୁ ରୁ ଆୟ ର ପରିମାଣ କମି ଯାଇଛି।ଏବେ କିଛି ବର୍ଷ ଧରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ରହିତା ଦେଶ ପାଇଁ ତାହା ଦେବୋତ୍ତର ବିଭାଗ ମଧ୍ୟ ନିଲାମ କରି ପାରୁନାହିଁ କି ଦେବୋତ୍ତର ବିଭାଗ ତରଫରୁ ଏହି ରାହିତା ଦେଶ କୁ ଉଠାଇବା ପାଇଁ କିଛି ପଦକ୍ଷେପ ନିଆ ଯାଉନାହିଁ ।ତେଣୁ ଏହି ସୁଯୋଗ ରେ କିଛି ପଥର ମାଫିଆ କିଛି ମାସ ଧରି ଏହି ଉଜୁଦା କାଜୁ ଜଙ୍ଗଲ ରୁ ଖୋଲା ଖୋଲି ଭାବରେ ମାଙ୍କଡ଼ା ପଥର ଚୋରା ଚାଲାଣ କରାଯାଇ ଏହି ମୂଲ୍ୟବାନ ଜମି ଗୁଡ଼ିକ ନଷ୍ଟ ଭ୍ରଷ୍ଟ ହୋଇ ଯାଉଛି । ଏହି ବାବଦ ରେ ଦେବୋତ୍ତର ବିଭାଗ କୁ ଅଭିଯୋଗ କଲେ ବି କୌଣସି ପଦକ୍ଷେପ ନିଆ ଯାଉନାହିଁ । ଏବେ ଶୁଣିବାକୁ ମିଳୁଛି ଢେ଼ଙ୍କାନାଳ ସଦର ବ୍ଲକ ର କାଇମାଟି ପଞ୍ଚାୟତ ର ଗୋଟିଏ ନିଲାମ ପଥର ଖଣି ଯେଉଁ ଥିରେ ପଥର କଟା ଯାଉନାହିଁ ସେହି ଖଣି ର ପରମିଟ କୁ ବ୍ୟବହାର କରି କପିଳାସ କାଜୁ ବଗିଚା ରୁ ପଥର ଚୋରା ଚାଲାଣ ହେଉଛି । ଏହି ଘଟଣା ର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣା ପଡ଼ିବ । ସେହିପରି କପିଳାସ ଠାକୁର ଙ୍କ ର ଅନେକ ମୂଲ୍ୟବାନ ଜମି କୁ ବିଭାଗ ର କିଛି କର୍ମଚାରୀ ଙ୍କ ଜ୍ଞତ ସାର ରେ ଜବର ଦଖଲ ହେବା ରେ ଲାଗିଛି ।
ସେହି ଜମି ରେ ସ୍ଥାୟୀ ହୋଟେଲ,କୋଠା ,ଓ ଦୋକାନ ବଜାର ନିର୍ମାଣ ହୋଇ ସରିଲାଣି। ଶ୍ରୀ ଜିଉ ଙ୍କ ର ପ୍ରାୟ ୬୦୦୦ ଏକର ଚାଷ ଜମି ରୁ କେବଳ ନମକୁମାତ୍ର ଆୟ ଦେଖାଇ କିଛି ଅସାଧୁ କର୍ମଚାରୀ ଲକ୍ଷାଧିକ ଟଂକା ଲୁଟ କରୁଛନ୍ତି । ଢେ଼ଙ୍କାନାଳ ର ଦେବୋତ୍ତର ବିଭାଗ ର ପରାମର୍ଶ ଦାତା କମିଟି କୁ ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ୍ବ ଧରି ପୁନର୍ଗଠିତ କରାଯାଉ ନାହିଁ । କପିଳାସ ପୀଠ ରେ ମନ୍ଦିର ପରିଚାଳନା ପାଇଁ କୌଣସି ସ୍ଥାୟୀ କର୍ମଚାରୀ ନାହାନ୍ତି ।ଦେବୋତ୍ତର ର ଅଧିକାରୀ ମାନେ ଢେ଼ଙ୍କାନାଳ ରେ ଅଫିସ ରେ ବସି କେବଳ ଦରମା ନେଇଛନ୍ତି । ଶ୍ରୀ ଜିଉ ଙ୍କ ର ଭୁ ସମ୍ପତି ର ରକ୍ଷଣା ବେକ୍ଷଣ ଓ ପରିଚାଳନା ଗତ ଅବ୍ୟବସ୍ଥା ପାଇଁ ସେଥିରୁ ଯେତିକି ଆୟ ଆସିବା କଥା ଆସି ପାରୁନାହିଁ । କପିଳାସ ରେ ଥିବା ବିଭିନ୍ନ ସଇ ରାତ ଗୁଡ଼ିକ କେବଳ ଅତ୍ୟଧିକ ଦର ରେ ନିଲାମ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ଉପାୟ ରେ ଶୋଷଣ କରାଯାଉଛି । ଢେ଼ଙ୍କାନାଳ ଉପ ଜିଲ୍ଲାପାଳ ଙ୍କୁ ଦେବୋତ୍ତର ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଥିଲେ ସୁଦ୍ଧା ତାଙ୍କର ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ପାଇଁ ସେ ସମୟ ଦେଇ ପାରୁନାହାନ୍ତି । ରାଜ୍ୟ ସରକାର ଙ୍କ କପିଳାସ ମନ୍ଦିର ଓ ଭୂସମ୍ପତ୍ତି ର ପରି ଚାଳନା ପାଇଁ ଜଣେ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ତାହାର କୌଣସି ନିଷ୍ପତି କରାଯାଇ ନାହିଁ ବୋଲି ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ଓ କପିଳାସ ସୁରକ୍ଷା ପରିଷଦ ର ଆବାହକ ଶ୍ରୀ ନବୀନ ନନ୍ଦ ମତ ପ୍ରକାଶ କରି ଜିଲ୍ଲାପ୍ରଶାସନ ଶ୍ରୀ ଜିଉ ଙ୍କ ର ଭୁ ସଂପତ୍ତି ର ଜବର ଦାଖଲ ଓ ରକ୍ଷଣା ବେକ୍ଷଣ ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରି ପତ୍ର ଲେଖି ଦାବି ଜଣାଇଛନ୍ତି । ତୁରନ୍ତ କପିଳାସ ଠାକୁର ଙ୍କ କାଜୁ ଜଙ୍ଗଲ ପରିମିତ ୧୨୦୦ ଏକର ଯାଗା ଉପରେ ୧୬୩ ଧାରା ଲାଗୁ କରାଯାଇ ଏହି ବେନିୟମ ପଥର ଚାଲାଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ କୁ ଶ୍ରୀ ନନ୍ଦ ଅନୁରୋଧ କରିଛନ୍ତି ।