ଢେଙ୍କାନାଳ: ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି । ରୟାଲିୟିନ୍ସ କ୍ଲବ, ଟାଇଟନସ କ୍ଲବ , ଡେଭିଲ୍ କ୍ଲବ, ଏକ୍ସସାଇଟେଡ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଇନା ମିକ କ୍ଲବ, ଗ୍ଲୋରିଅସ କ୍ଲବ,ସ୍ପର୍କ୍ଳର କ୍ଲବ, ସୂର୍ଯନ୍ସ କ୍ଲବ, ଫ୍ରେଣ୍ଡସିପ କ୍ଲବ, ବ୍ରିଲିଆଣ୍ଟ କ୍ଲବ, ୱାରିଅର କ୍ଲବ, ଡାଜଳିଙ୍ଗ କ୍ଲବ, ରିବିଲିଓନସ କ୍ଲବ , ମୁନଷ୍ଟାର କ୍ଲବ,କିଙ୍ଗଷ୍ଟାର କ୍ଲବ, ଗ୍ଲାଡ଼ିଏଟର କ୍ଲବ, ନାଇସ କ୍ଲବ, ଗୋଲ୍ଡେନ କ୍ଲବ, ଗ୍ୟାଙ୍ଗଷ୍ଟାର କ୍ଲବ, ମେଲଣ କମିଟି ପ୍ରଭୃତି ୨୧ ଟି ମଣ୍ଡପରେ ପ୍ରଭୁ ଗଜାନନ ବିରାଜ ମାନ କରିଛନ୍ତି । ବିଭିନ୍ନ ମଣ୍ଡପ ରେ ପୌରାଣିକ କଥାବସ୍ତୁ ଆଧାର ରେ ମୂର୍ତ୍ତି ତିଆରି ହୋଇଛି । ଗତ ବର୍ଷ ଡାଜଲିଙ୍ଗ କ୍ଲବ ଅବିକଳ ଶ୍ରୀମନ୍ଦିର ଓ ଗଜାନନ ବେଶ କରି ସମଗ୍ର ରାଜ୍ୟରେ ଚର୍ଚ୍ଚାକୁ ଆସିଥିବା ବେଳେ ଚଳିତ ବର୍ଷ ରୟାଲିୟନ୍ସ କ୍ଲବ ୧୨ ବର୍ଷ ପୂର୍ତ୍ତି ଗଣେଶ ପୂଜା ପାଳନ କରୁଥିବାରୁ ହାଇସ୍କୁଲ ପଡ଼ିଆରେ ଅଯୋଧ୍ୟା ରାମ ମନ୍ଦିର ର ଅବିକଳ ନକଲ ନିର୍ମାଣ କରି ବେଶ୍ ଚର୍ଚ୍ଚାକୁ ଆସିଛି । ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । କ୍ଲବର ବରିଷ୍ଠ ସଦସ୍ୟ ଲୋକନାଥ ପାତ୍ର, ସଭାପତି ପିଣ୍ଟୁ ଦାସ , ସମ୍ପାଦକ ନିର୍ମଳ ଚନ୍ଦ୍ର ପୋଥାଳ ଙ୍କ ସମେତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି । ୧୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ ଗଣପତ କ୍ଲବ ବଦ୍ରିନାଥ ଧାମ କରିଛି ।ପେଟ୍ରୋଲ ପମ୍ପ ( ବାଇପାସ୍ ) ଛକରୁ କାଳୀ ବଜାର,ଅରବିନ୍ଦ ମାର୍ଗରୁ ନୂଆ ବଜାର ( ବସଷ୍ଟାଣ୍ଡ ) ପର୍ଯ୍ୟନ୍ତ ସୁଉଚ୍ଚ ତୋରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ରଙ୍ଗୀନ ଆଲୋକମାଳାରେ ଭୁବନ ଝଲସୁଛି । ଦୋଳି, ମିନା ବଜାର ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରୁଛି । ପ୍ରଥମ ଦିନରେ ଅସମ୍ଭବ ଭିଡ ହୋଇଛି ଓ ପୋଲିସ ତରଫରୁ ଭିଡ ନିୟନ୍ତ୍ରଣ କରାଯାଉଛି ।କିଙ୍ଗଷ୍ଟାର କ୍ଲବ ଆସନ୍ତା ୨ ଓ ୩ ତାରିଖ ଓ ଗଣେଶ ମେଲଣ ମହୋତ୍ସବ କମିଟି ୫ ଓ ୬ ତାରିଖ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସେପ୍ଟେମ୍ବର ୭ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ।