ରୋଟ୍ରାକ୍ଟ କ୍ଲବ ଅଫ ଢେଙ୍କାନାଳର ୬ଷ୍ଠ ଅଧିଷ୍ଠାନ ଦିବସ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ବିନୋଦ ଭବନ ଠାରେ ୬ଷ୍ଠ ଅଧିଷ୍ଠାନ ଦିବସ ସନ୍ଧ୍ୟା ରୋଟାରୀ ନୀତିରେ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଆଇଆଇଏମସିର ପ୍ରଫେସର ଡଃ. ଶ୍ରୀ ମୃନାଲ ଚାଟର୍ଜି ଯୋଗ ଦେଇ ନୂତନ ସଭାପତିଙ୍କ ସମେତ ସମ୍ପୂର୍ଣ୍ଣ ବୋର୍ଡ଼କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଏହି କ୍ଲବର କାର୍ଯ୍ୟକୁ ପ୍ରସଂଶା କରିଥିଲେ । ସମ୍ମାନିତ ଅତିଥି ରୂପେ ଡିଆରଆର ଡଃ ସତ୍ୟବ୍ରତ କର, ରୋଟାରୀ କ୍ଲବର ସଭାପତି ରୋଟାରିଆନ ସାଗରୀକା ମିଶ୍ର ଏବଂ ଡ଼ାଇରେକ୍ଟର ୟୁଥ ସର୍ଭିସ ରୋଟାରିଆନ ରାଜକିଶୋର ବେହେରା ଯୋଗ ଦାନ ଦେଇ ସମସ୍ତ ନୂତନ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବତନ କ୍ଲବ ପ୍ରେସିଡେଣ୍ଟ ରୋଟ୍ରାକଟର ଆଇପିପି ଅମିଶା ନାୟକ ଙ୍କ ଦ୍ୱାରା ସ୍ୱାଗତ ଭାଷଣ ଏବଂ କାଦମ୍ବରୀ ମହାକୁଡ଼ଙ୍କ ଦ୍ୱାରା ୨୦୨୪-୨୫ର ପ୍ରୋଜେକ୍ଟ ରିପୋର୍ଟ ପାଠ କରିଥିଲେ। ଏହା ପରେ ରୋଟ୍ରାକ୍ଟ କ୍ଲବର ନ୍ୟୁ ପ୍ରେସିଡେଣ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଆଇପିପି ପ୍ରେସିଡେଣ୍ଟ କୋଲାର ଓ କ୍ଲବ ବେଲ୍ ପ୍ରଦାନ କରିବା ପରେ କ୍ଲବର ସେକ୍ରେଟାରୀ ନୂତନ ସେକ୍ରେଟାରୀ ସୁଶ୍ରୀ ପ୍ରଜ୍ଞା ବଳଙ୍କୁ ଚାଟର ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହା ପରେ ଉପସ୍ଥିତ ଅତିଥିମାନେ ନୂତନ ସଦସ୍ୟ ଓ ସଦସ୍ୟାଙ୍କୁ ଲାପେଲ ପିନ୍ ପିନ୍ଧାଇବା ସହ ସ୍ୱତନ୍ତ୍ର କିଟ୍ ପ୍ରଦାନ କରିବା ସହ ସ୍ୱାଗତ କରିଥିଲେ । ପରେ ସେମାନଙ୍କର ପରିଚୟ ପତ୍ର ପଢ଼ାଯିବା ପରେ ରୋଟ୍ରାକ୍ଟର ଏବଂ ବୋର୍ଡ଼ ମେମ୍ବର ମିଳିତ ଭାବେ ଡ଼ିଆରଆର ଡଃ ସତ୍ୟବ୍ରତ କରଙ୍କ ଦ୍ଵାରା ଶପଥ ଗ୍ରହଣ କରାଯାଇ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଏଡିଟର ପ୍ରେମଜୀତଙ୍କ ଦ୍ଵାରା ପ୍ରସ୍ତୁତ ରୋଟ୍ରାକ୍ଟର ବୁଲେଟିନ “ କର୍ତ୍ତବ୍ୟ ” ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟନକରାଯାଇଥିଲା | ଏତଦ ବ୍ୟତୀତ ବିଭିନ୍ନ ଦିଗ ରେ କୃତିତ୍ୱ ଅର୍ଜନ କରିଥିବା ୭ ଜଣ ପ୍ରତିଭା ଧାରୀ ଯୁବ ମାନଙ୍କୁ ସମ୍ମାନିତ କରିବା ସହ ୨ଜଣ ମହିଳା ଅଙ୍ଗଦାତା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ନୂତନ ସଦସ୍ୟ ଭାବରେ ବିଭିନ୍ନ କ୍ଷେତ୍ରରୁ ୧୪ଜଣ ଯୁବ ପ୍ରତିଭାଙ୍କୁ ନୂତନ ସଦସ୍ୟ ଭାବେ ସାମିଲ କରଯାଇଥିଲା । ଏହା ପରେ ଉପସ୍ଥିତି ସଂଖ୍ୟନ କ୍ଲବର ସୁରକ୍ଷା ଅଧିକାରୀ ଇନ୍ଦ୍ରଜିତ ସାହୂ ବ୍ୟାଖ୍ୟା କରିଥିଲେ, କାର୍ଯ୍ୟକ୍ରମରେ ସଞ୍ଚିତା ସାହୁ, ଶିବ ପ୍ରସାଦ ସ୍ବାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଉପ ସଭାପତି ଅବିନାଶ ସାହୂ ସଭା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

9 − eight =