ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ ଆନୁକୂଲ୍ୟରେସରକାରୀ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଢେଙ୍କାନାଳ ସହରର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ମୂଖ୍ୟ ଅତିଥି ଭାବରେଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ତାଇକୋଣ୍ଡୋ କ୍ରୀଡ଼ା ବିଦ୍ୟାଳୟ ସମୂହରେ ସାମିଲ ହୋଇ ବହୁପ୍ରସିଦ୍ଧି ଲାଭ କରିବା ସହ ଗତ ବର୍ଷ ୪ଟି ପଦକ ହାସଲ କରିଥିବାରୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେଏବଂ ତାଇକୋଣ୍ଡୋର ଉନ୍ନତି ନିମନ୍ତେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ଉଦ୍ୟମ ଓ ଉତ୍ସାହକୁ ପ୍ରସଂଶା କରିବା ସହିତ ଧନ୍ୟବାଦପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ ଏହି କ୍ରୀଡ଼ାର ଆହୁରିପ୍ରସାରପ୍ରଚାର ପାଇଁ ମତ ପ୍ରଦାନ କରିଥିଲେ । ଓ ଆମେଚର ତାଇକୋଣ୍ଡୋ ସଂଘର ସମ୍ପାଦକ ତଥା ଜାତୀୟସ୍ତରର କୋଚ୍୪ର୍ଥ ଡ଼ାନ୍ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଯୋଗଦାନ କରି ମୂଖ୍ୟ ରେଫେରିର ଦାୟିତ୍ୱ ବହନ କରିବା ସହବିଦ୍ୟାଳୟରେ ତାଇକୋଣ୍ଡୋକୁ କିଭଳି ଆହୁରି ଅଧିକା ଗୁରୁତ୍ୱ ଦିଆଯିବ ସେ ନେଇ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରକରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଶିକ୍ଷା ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି । ଭାରପ୍ରାପ୍ତ ଶାରୀରିକ ଶିକ୍ଷାନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସାରାରାଜ୍ୟରେ ପ୍ରଥମେ ୨୦୧୨ ମସିହାରୁ ଏହି ଖେଳ ବିଦ୍ୟାଳୟ ସ୍ତରରେ ପ୍ରଦର୍ଶନ ଭାବରେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କପକ୍ଷରୁ ହୋଇଆସୁଥିବା ବେଳେ ଗତ ୪ ବର୍ଷ ହେଲା କେବଳ ଢେଙ୍କାନାଳ ଜିଲ୍ଲାରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋପ୍ରତିଯୋଗିତା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇବହୁ ପ୍ରତିଭାବାନ ଖେଳାଳି ମାନଙ୍କୁ ଉତ୍ସାହିତ କରାଯାଉଅଛି ଏହି ସଫଳତା ପାଇବା ପରେ ଢେଙ୍କାନାଳ ଜିଲ୍ଲାର ବହୁଯୋଗଦାନ ରହିଥିବାରୁ ସମସ୍ତେ ଏହି ପ୍ରୟାସ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ୧୪ ବର୍ଷ ଓ ୧୭ ବର୍ଷ ବିଭାଗରେ ବାକିକା ୧୩ ଜଣ ଓ ବାଳକ ୧୨ ଜଣ ସମୁଦାୟ ୨୫ଜଣ ପ୍ରତିଯୋଗୀ ବ୍ଲକରୁମନୋନୀତ ହୋଇ ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ କୃତି ତଥା ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଆଗାମୀଦିନରେ କେନ୍ଦୁଝର ଜିଲ୍ଲାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ, ଏହି ଚୟନ ପ୍ରକ୍ରିୟାରେ ରେଫରୀଭାବରେ ସୁଚିସ୍ମିତା ବେହେରା, ଲୋପାମୁଦ୍ର ସାହୁ, ରାଜେନ୍ଦ୍ର ବେହେରା, ଇନ୍ଦ୍ରଜିତ ସାହୁ, ପ୍ରତାପ ନାଏକ ପ୍ରମୁଖ ଯୋଗଦେଇକାର୍ଯ୍ୟନିର୍ବାହ କରିଥିଲେ । ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ସଂଘର ସହ ସମ୍ପାଦକ ସୁବ୍ରତ କୁମାର ମିଶ୍ର, କ୍ରୀଡ଼ା ଶିକ୍ଷକ ଜଗନ୍ନାଥସାହୁ ପ୍ରମୁଖ ଉପସ୍ଥିତ ରହି ସୁଚାର ରୂପେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ ଏହି ପ୍ରତିଯୋଗିତା ବି.ବି. ହାଇ ସ୍କୁଲରେ କରିଥିବାରୁ ଶିକ୍ଷା ବିଭାଗକୁ ଧନ୍ୟବାଦ ଦେବା ସହଆନୁଷ୍ଠାନିକ ଭାବରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକାଶ ଚନ୍ଦ୍ର ବେହେରା ।