ଆଇଆଇଏମସି ଢେଙ୍କାନାଳର ୩୩ତମ ପ୍ରତିଷ୍ଠା ଦିବସ !

– ବିଦ୍ୟାର୍ଥୀମାନେ ଗଣତନ୍ତ୍ରକୁ ନିକଟରୁ ଜାଣିବା ଜରୁରୀ –

• ମନମୋହିଲା ସାନ୍ତାଳୀ ଓ ପାରମ୍ପରିକ ନୃତ୍ୟ ସଙ୍ଗୀତ

ଢେଙ୍କାନାଳ : ଗଣତନ୍ତ୍ର ପ୍ରତିଟି ନାଗରିକଙ୍କୁ ସମାନ ଅଧିକାରର ସୁଯୋଗ ସହ ଚିନ୍ତାଧାରା ବିନିମୟ ଓ ପ୍ରଶ୍ନ ପଚାରିବାର ଅଧିକାର ଦେଇଛି | ଏଣୁ ସାମ୍ବାଦିକତା ଓ ଯୋଗାଯୋଗର ବିଦ୍ୟାର୍ଥୀ ଭାବେ ଗଣତନ୍ତ୍ରକୁ ନିକଟରୁ ଜାଣିବା ଜରୁରୀ | ସୋମବାର ଥିଲା ଭାରତୀୟ ଜନ ସଂଚାର ସଂସ୍ଥାନ ଢେଙ୍କାନାଳର ୩୩ତମ ତଥା ଆଇଆଇଏମସି ଦିଲ୍ଲୀର ୬୧ତମ ପ୍ରତିଷ୍ଠା ଦିବସ ପାଳନର ଉଦଯାପନୀ ଉତ୍ସବ | ଏହି ଅବସରରେ ସ୍ଥାନୀୟ ଢେଙ୍କାନାଳ କ୍ୟାମ୍ପସରେ ଆୟୋଜିତ ସଭାରେ ଉଦବୋଧନ ଦେଇ ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଏପରି ମତ ରଖିଥିଲେ | ଏଥିସହ ଆଇଆଇଏମସି ଢେଙ୍କାନାଳ ଓ ଦିଲ୍ଲୀର ଯଥାକ୍ରମେ ୩୩ବର୍ଷ ଓ ୬୧ବର୍ଷର ସଫଳ ଜୟଯାତ୍ରା ସମ୍ପର୍କରେ ଅବଗତ କରାଇଥିଲେ | ସେହିପରି କାର୍ଯ୍ୟକ୍ରମର ଅତିଥି ଭାବେ ଆକାଶବାଣୀ, କଟକର ସମ୍ବାଦ ବିଭାଗ ମୁଖ୍ୟ ତଥା ଆଇଆଇଏମସିର ଓଏସଡି ଡ. ସତ୍ୟ ନାରାୟଣ ପଟ୍ଟନାୟକ ଯୋଗ ଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ | ଦେଶର ଏହି ଅଗ୍ରଣୀ ଅନୁଷ୍ଠାନର ଖ୍ୟାତିକୁ ଦ୍ଵିଗୁଣିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ |

କାର୍ଯ୍ୟକ୍ରମ ଅବସରରେ ସକାଳେ ‘ଜେନେରେଟିଭ ଏଆଇ ଭବିଷ୍ୟତର ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ଏକ ବରଦାନ’ ଶୀର୍ଷକରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ଓଡ଼ିଆ ଓ ଇଂରାଜୀ ସାମ୍ବାଦିକତା ଏବଂ ‘କର୍ପୋରେଟ କମ୍ୟୁନିକେସନ ଓ ବ୍ରାଣ୍ଡ ମେନେଜମେଣ୍ଟ’ ବିଭାଗର ଛାତ୍ରଛାତ୍ରୀ ଏହାର ସପକ୍ଷ ଓ ବିପକ୍ଷରେ ଯୁକ୍ତି ବଢିଥିଲେ | ଏଥିରେ ଦୀପାଂଶୁ ଝା, ଜ୍ୟୋଷିତା ଏବଂ ନମିତା ଗିରି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ | ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ବିଦ୍ୟାର୍ଥୀମାନେ ନିଜର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ | ତେବେ ଓଡ଼ିଆ ସାମ୍ବାଦିକତା ବିଭାଗର ଛାତ୍ରୀଙ୍କ ଆଦିବାସୀ ନୃତ୍ୟ ସଭିଙ୍କ ମନ ମୋହିଥିଲା |

ପ୍ରତିଷ୍ଠା ଦିବସ ପାଳନ ନେଇ ରବିବାର ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ପ୍ରଧାନ ପ୍ରତିଷ୍ଠାନର ପତାକା ଉତ୍ତୋଳନ କରିଥିଲେ | ପରେ ଆୟୋଜିତ ସଭାରେ ଶିକ୍ଷକ, କର୍ମଚାରୀ ଓ ବିଦ୍ୟାର୍ଥୀ ଉପସ୍ଥିତ ରହି ଆଇଆଇଏମସିର ଗୁଣଗାଣ କରିଥିଲେ | ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଟ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ, ଡ. ଚିରସ୍ରୋତା ଜେନା, ପାରସ ଯାଦବ, ଆଭା ସିଂ, ଆକାଡେମୀକ ତଥା ଟିଚିଙ୍ଗ ଆସୋସିଏଟ ହରେକୃଷ୍ଣ ପ୍ରଧାନ, ସନତ ପାଢ଼ୀ, ଆକାଡେମୀକ ସଂଯୋଜକ ଜିତେନ୍ଦ୍ର ପତି, ଲାଇବ୍ରେରୀ ଇନଚାର୍ଜ ଶୁଭଙ୍କାରୀ ଦାଶ ପ୍ରମୁଖ ପରିଚାଳନା କରିଥିଲେ | ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × four =