ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ : ଜିଲ୍ଲାବାସୀଙ୍କୁ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ !

ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଢ଼େଙ୍କାନାଳ ଜିଲ୍ଲା ବାସୀଙ୍କୁ ସମସ୍ତ ଶିଳ୍ପାନୁଷ୍ଠାନ ମାନେ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ଅଗ୍ରାଧିକାର ଦେବାକୁ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବି ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଶ୍ରୀ ଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ୱାରୀ ଏନର୍ଜି ତାର କାର୍ଯ୍ୟରେ ଅଗ୍ରଗତି କରୁନଥିବା ଯୋଗୁଁ ଏହାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କମ୍ପାନୀ କୃର୍ତ୍ତୃପକ୍ଷଙ୍କୁ ତାଗିଦ କହିଥିଲେ । ଜିଲ୍ଲାର ସମସ୍ତ ପ୍ରମୂଖ ଶିଲ୍ପାନୁଷ୍ଠାନଗୁଡ଼ିକ ସ୍ଥାନୀୟ ଭାରଯାନ ମାଲିକମାନଙ୍କୁମାନଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବାଜି ଚୌକ ସ୍ଥିତ ମେଡ଼ିକାଲରେ ୩କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ସିଟି ହସ୍ପିଟାଲରେ ପରିଣତ କରାଯିବ ବୋଲି ସେ କରିଥିଲେ । ମେଡ଼ିକାଲ କଲେଜ ସ୍ଥାପନ ସହିତ ଦକ୍ଷିଣକାଳୀ – ମେଡ଼ିକାଲ ରାସ୍ତାର ପ୍ରଶସ୍ତ କରଣ, ବନମାଳି ପ୍ରସାଦ ଠାରେ ସ୍ପୋର୍ଟ କମ୍ପ୍ଲେକ୍ସ ନିର୍ମାଣ, ପ୍ରସ୍ତାବିତ ରିଙ୍ଗ୍ ରୋଡ ସଂପର୍କରେ ଆଲୋଚନା ହୋଇଥିଲା । କଲ୍ୟାଣୀ ଷ୍ଟିଲ ଏବଂ ଆଓନେକ୍ସ୍ ସୋଲାର କଂପାନୀ କର୍ତ୍ତୃପକ୍ଷଙ୍କୁ ସେମାନଙ୍କରେ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କହିଥିଲେ । ଜିଲ୍ଲାର ଦ୍ରୁତ ବିକାଶ ନିମନ୍ତେ ଶିଳ୍ପାନୁଷ୍ଠାନ ମାନେ ଅଧିକ ପ୍ରଧାନ୍ୟ ଦେବାକୁ ପରାମର୍ଶ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ସଦର ଉପ ଜିଲ୍ଲାପାଳଶ୍ରୀ ବିଭୁଧ ଗଡ଼ନାୟକଙ୍କ ସମେତ ସମସ୍ତ ପ୍ରମୂଖ ସ ଶିଳ୍ପାନୁଷ୍ଠାନର କର୍ତ୍ତୃପକ୍ଷ, ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା ସମସ୍ତଙ୍କୁ ଧନ୍ୟବାନ ଅର୍ପଣ କରିିଥିଲେ ।

Leave A Reply

Your email address will not be published.

three × 2 =