ଅହମଦିୟା ମୁସଲିମ ଜାମେ ମସଜିଦ ତଥା ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା !

ଢେଙ୍କାନାଳ : ୭୯ତମ ସ୍ୱାଧୀନତା ଦିବସର ପବିତ୍ର ପ୍ରଭାତରେ, ଗୁଣ୍ଡିଚାପଡ଼ାର ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ତ୍ରିରଙ୍ଗାର ଗରିମାମୟ ଝଲକେଣୀ ଦେଶପ୍ରେମର ଉତ୍ସାହକୁ ଚାରିପାସରେ ପ୍ରସାରିତ କରିଦେଲା।ଏହି ଅବସରରେ ଅହମଦିୟା ମୁସଲିମ ସମୁଦାୟ, ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ଗର୍ବଭରିତ ହୃଦୟରେ ଜାତୀୟ ପତାକା ଉତ୍ତୋଳନ କରି, ଇସଲାମରେ ଦେଶପ୍ରେମ ଓ ନିଷ୍ଠାର ସ୍ଥାନ ବିଷୟରେ ଉଜ୍ଜ୍ୱଳ ଆଲୋକପାତ କଲେ। ସେ କହିଲେ – ଦେଶପ୍ରେମ, ନ୍ୟାୟ, ସତ୍ୟ ଓ ଶାନ୍ତିର ପଥରେ ଚାଲିବା ପ୍ରତ୍ୟେକ ମୁସଲମାନଙ୍କ ଧର୍ମୀୟ କର୍ତ୍ତବ୍ୟ। ଦେଶକୁ ଉନ୍ନତିର ଶୀଖରକୁ ନେବାରେ ପ୍ରତ୍ୟେକ ନାଗରିକଙ୍କ ଅଟୁଟ ସମର୍ପଣ ଆବଶ୍ୟକ।ଗ୍ରାମର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ୱାଧୀନତାର ଉଲ୍ଲାସ ପ୍ରକାଶ ପାଇଲା-ଲିଟିଲ୍ ଟାଲେଣ୍ଟ କିଡ୍ସ୍ ସ୍କୁଲରେ ସମାଜସେବୀ ଓ ଲେଖିକା ମହିରୁନ ବିବି,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସଚିନ କୁମାର,ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାନ୍ତି,ସାରଳା କ୍ଲବରେ ମୌଲବୀ ଜଲାଲ ଉଦ୍ଦିନ ଖାଁ,ଏହାସହିତ ଅନ୍ୟାନ୍ୟ ସ୍ଥାନରେ ପ୍ରମୁଖ ବ୍ୟକ୍ତିତ୍ୱମାନେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧୁର ସ୍ୱରରେ ଜାତୀୟ ସଙ୍ଗୀତ ଓ ଦେଶଭକ୍ତି ଗୀତ ପରିବେଶକୁ ଭରିଦେଲା। ଅତିଥିମାନେ ସ୍ୱାଧୀନତାର ମୂଲ୍ୟ, ଆଜାଦୀର ସତ୍ୟ ଅର୍ଥ ଏବଂ କର୍ତ୍ତବ୍ୟପାଳନର ପ୍ରେରଣାଦାୟୀ ସନ୍ଦେଶ ପ୍ରଦାନ କଲେ।ସ୍ୱାଧୀନତା ପାଳନ ସହିତ ସଂସ୍କୃତିକ ପ୍ରଦର୍ଶନୀ, ଦେଶଭକ୍ତି ଗୀତ, ଭାଷଣ, ପ୍ରତିଜ୍ଞାଗ୍ରହଣ କାର୍ଯ୍ୟକ୍ରମ ମଧ୍ୟ ହେଲା। ସମସ୍ତେ ସହିଦମାନଙ୍କୁ ସ୍ମରଣ କରି, ତ୍ରିରଙ୍ଗାର ପ୍ରତ୍ୟେକ ରଙ୍ଗର ଅର୍ଥ – କେଶରୀ: ସାହସ ଓ ତ୍ୟାଗ, ଧଳା: ସତ୍ୟ ଓ ଶାନ୍ତି, ସବୁଜ: ସମୃଦ୍ଧି ଓ ଆଶା – ଉଚ୍ଚାରଣ କଲେ।ଶେଷରେ ସମସ୍ତଙ୍କୁ ଏକତାର ପ୍ରତିଜ୍ଞା କରାଗଲା -ଜାତି, ଧର୍ମ, ଭାଷାରେ ଭିନ୍ନ ହେଲେ ମଧ୍ୟ ଆମେ ପ୍ରଥମେ ଭାରତୀୟ। ଦେଶର ସମ୍ମାନ ଓ ସ୍ୱାଧୀନତାକୁ ସର୍ବଦା ରକ୍ଷା କରିବା।

Leave A Reply

Your email address will not be published.

1 × two =