ଭାରତ ସ୍ୱାଧୀନତାର ୭୯ ବର୍ଷ ପୂରଣ କରିଛି। ଆମେ ସମସ୍ତେ ଏହି ଦିନକୁ ଅପାର ଆନନ୍ଦ, ଗର୍ବ ଓ କୃତଜ୍ଞତାର ସହ ପାଳନ କରୁଛୁ। ସ୍ୱାଧୀନତାର ଅମୃତ ମହୋତ୍ସବ ମାତ୍ର ଏକ ପର୍ବନୁହେଁ – ଏହା ଆମର ସଂଘର୍ଷ, ବଳିଦାନ ଓ ସ୍ୱପ୍ନମାନଙ୍କର ଗାଥା।ଏହି ଶୁଭ ଅବସରରେ, ଅହମଦିଆ ମୁସଲିମ ସମ୍ପ୍ରଦାୟ ସମସ୍ତ ଦେଶବାସୀଙ୍କୁ ଅନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆମେ ସେହି ସାହସୀ ପୁରୁଷମାନଙ୍କୁ ସ୍ମରଣ କରୁଛୁ, ଯେଉଁମାନେ ନିଜର ପ୍ରାଣ, ସୁଖ, ପରିବାର ସବୁକିଛି ଆହୁତି ଦେଇଥିଲେ ଏହି ମାଟିର ମୁକ୍ତି ପାଇଁ। ସେମାନଙ୍କର ତ୍ୟାଗ ଆମ ପାଇଁ ଅବିଚ୍ଛିନ୍ନ ପ୍ରେରଣା।ଭାରତ ଏକ ଗଣତାନ୍ତ୍ରିକ ଦେଶ, ଏଠାରେ ଧର୍ମ, ଜାତି, ଭାଷାର ଭିନ୍ନତା ଥିଲେ ମଧ୍ୟ, ଆମେ ସମସ୍ତେ ଏକାଟି ଜାତୀୟ ପରିବାରର ସଦସ୍ୟ।ମାତୃଭୂମିକୁ ଭଲପାଇବା କେବଳ ମୁହଁରେ କହିଦେବା କିମ୍ବା ଅବସରେ ଉଚ୍ଚାରଣ କରିବା ନୁହେଁ – ଏହାର ଅର୍ଥ ଅଧିକ ଗଭୀର। ସତ୍ୟ ଦେଶପ୍ରେମୀ ସେହି, ଯାହାର ମନରେ, କଥାରେ ଓ କର୍ମରେ କୌଣସି ଦୁରାନ୍ତର ନଥାଏ। ଇସଲାମର ମୌଳିକ ଶିକ୍ଷା ମଧ୍ୟ ଏହା ଯେ, କହିବା ଓ କରିବାରେ ସମନ୍ୱୟ, କପଟତାର ପୂର୍ଣ୍ଣ ବିରୋଧ।ସେଥିପାଇଁ, ଯେଉଁମାନେ କୌଣସି ଦେଶରେ ବସବାସ କରନ୍ତି – ସେଥିରେ ଜନ୍ମିତ କିମ୍ବା ପ୍ରବାସୀ – ସେମାନେ ସେହି ମାଟି ପ୍ରତି ସତ୍ୟ, ନିଷ୍ଠାବାନ ଓ ବିଶ୍ୱାସୀ ହେବା ଆବଶ୍ୟକ।ଅହମଦିଆ ମୁସଲିମ ସମ୍ପ୍ରଦାୟର ବିଶ୍ୱ ପ୍ରମୁଖ ପରମ ପାବନ ହଜରତ ମିର୍ଜା ମସରୁର ଅହମଦ (ଅଲ୍ଲାହ ତାଙ୍କ ସାହାଯ୍ୟକାରୀ ହେଉନ୍ତୁ) କହନ୍ତି –”ଇସଲାମ ଧର୍ମର ସଂସ୍ଥାପକ ହଜରତ ମୁହମ୍ମଦ ମୁସ୍ତଫା (ସ.ଅ.ୱ.) କହିଥିଲେ – ‘ଦେଶପ୍ରେମ ବିଶ୍ୱାସର ଏକ ଅଂଶବିଶେଷ।'”ସେହିପରି, ଯିଏ ପ୍ରକୃତରେ ଅଲ୍ଲାହ ଓ ଇସଲାମକୁ ଭଲପାଆନ୍ତି, ସେ ନିଜ ଦେଶକୁ ମଧ୍ୟ ସେହିପରି ପ୍ରେମ ଓ ନିଷ୍ଠାର ସହିତ ଭଲପାଇବା ଆବଶ୍ୟକ।ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା-:ଗାନ୍ଧୀଜୀ ଦେଶପ୍ରେମକୁ ମାନବତାରେ ଆଧାରିତ ଏକ ପବିତ୍ର କର୍ତ୍ତବ୍ୟ ଭାବେ ଦେଖୁଥିଲେ। ସେ କହିଥିଲେ –ମୋର ଦେଶପ୍ରେମ କୌଣସି ଅନ୍ୟ ଦେଶ ପ୍ରତି ଦ୍ୱେଷରେ ଆଧାରିତ ନୁହେଁ। ମୁଁ ମୋର ଦେଶକୁ ସେଇଥିପାଇଁ ଭଲପାଏ, କାରଣ ଏହି ମାଟିରେ ମୋର ଜୀବନ, ମୋର ଆତ୍ମାର ବିକାଶ ହୋଇଛି।”ସେ ଆଉ କହିଥିଲେ –ସତ୍ୟ ଦେଶପ୍ରେମ ସେହି, ଯେଉଁଥିରେ ସମସ୍ତ ଲୋକଙ୍କୁ, ସମସ୍ତ ଧର୍ମକୁ ସମାନ ସମ୍ମାନ ଦିଆଯାଏ।”ଏଠି ଗାନ୍ଧୀଜୀଙ୍କ ଜୀବନରୁ ପ୍ରେରଣାଦାୟକ ଘଟଣା ମନେପଡେ – ପିଟରମାରିଟ୍ସବର୍ଗ ରେଳଘଟଣା (୧୮୯୩) ଦକ୍ଷିଣ ଆଫ୍ରିକାରେ, ଥରେ ଗାନ୍ଧୀଜୀ ପ୍ରଥମ ଶ୍ରେଣୀର ଟିକେଟ୍ ନେଇଥିବା ସତ୍ତେ, ଜାତିଗତ ଭେଦଭାବରେ ରେଳକର୍ମୀମାନେ ତାଙ୍କୁ ଡାହାଣିଠୁ ତଳେ ଫିଙ୍ଗିଦେଲେ। ସେହି ରାତି, ସେ ପିଟରମାରିଟ୍ସବର୍ଗ ସ୍ଟେସନରେ କାପୁଥିବା ପବନରେ ବସିଥିଲେ। ଏହି ଅନ୍ୟାୟରେ ସେରାଜି “ସତ୍ୟାଗ୍ରହ” ଧାରଣା ଜନ୍ମନେଲା – ଯାହା ପରେ ଭାରତର ସ୍ୱାଧୀନତା ସଂଗ୍ରାମରେ ବିଶ୍ୱକୁ ପ୍ରେରଣା ଦେଲା।୧୯୧୭ ମସିହାରେ ବିହାରର ଚମ୍ପାରଣରେ, ଇଂରାଜମାନେ ଚାଷୀମାନଙ୍କୁ ଜୋରକରି “ନିଳଚାଷ” କରାଇଥିଲେ। ଗାନ୍ଧୀଜୀ ସେଠାକୁ ଗଲେ, ଚାଷୀମାନଙ୍କ ଦୁଃଖ ଶୁଣିଲେ, ଓ ଅହିଂସାର ପଥରେ ରହି ଆନ୍ଦୋଳନ କଲେ। ଶେଷରେ, ସେମାନଙ୍କୁ ନ୍ୟାୟ ମିଳିଲା। ଏହା ଦେଖାଇଦେଲା – ଦେଶପ୍ରେମର ଅର୍ଥ କେବଳ ପତାକା ଉଡାଇବା ନୁହେଁ, ଦେଶର ଦୁଃଖୀ-ଦୁର୍ବଳମାନଙ୍କ ପାଇଁ ଲଢିବା।ଇସଲାମର “ଦେଶପ୍ରେମ ବିଶ୍ୱାସର ଅଂଶ” ଏବଂ ଗାନ୍ଧୀଜୀଙ୍କ “ମାନବତାମୟ ଦେଶପ୍ରେମ” – ଉଭୟର ସାରକଥା ଏକ: ଦେଶକୁ ଭଲପାଇବା ମାନେ, ଏହାର ପ୍ରତ୍ୟେକ ନାଗରିକକୁ, ପ୍ରତ୍ୟେକ ସମ୍ପ୍ରଦାୟକୁ, ପ୍ରତ୍ୟେକ ପ୍ରାଣୀକୁ ସମାନ ସମ୍ମାନ ଓ ସେବା କରିବା।
ଅନସାର ଅଲୀ ଖାଁ, ଢେଙ୍କାନାଳ