ବିନା ସୂଚନା ଫଳକ ଏବଂ ଅଧିକାରୀଙ୍କ ଅନୁପସ୍ଥିତିରେ ରାସ୍ତା କାମ : ବ୍ଳକ୍ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ !

ଢେଙ୍କାନାଳ: କାମ ହେବା ପୂର୍ବରୁ ଫଳକ ହେବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଫଳକ ନକରି କାମ କରାଯାଉଛି, ତାହା ପୁଣି ବିନା ଅଧିକାରୀଙ୍କ ଉପସ୍ଥିତିରେ। ଏପରି ଏକ ଘଟଣା ହିନ୍ଦୋଳ ବ୍ଳକ୍ ବୁହାଳିପାଳ ଅନ୍ତର୍ଗତ ଅଁଳାବେଡା ଠାରେ ଦେଖିବାକୁ ମିଳିଛି। କାମ ହେବା ପୂର୍ବରୁ ଫଳକ ହେବା ବାଧ୍ୟତାମୂଳକ ଥିଲେ ମଧ୍ୟ ଏଠାରେ ଫଳକ କରାନଯାଇ କଂକ୍ରିଟ୍ ରାସ୍ତା କାମ ଆରମ୍ଭ ହୋଇଥିଲା। ଏବଂ ତାହା ପୁଣି ବିନା ଅଧିକାରୀଙ୍କ ଉପସ୍ଥିତିରେ କରାଯାଇଥିଲା। ହିନ୍ଦୋଳରେ ଏପରି ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଉପରିସ୍ଥ ଅଧିକାରୀମାନେ ଆଖି ବୁଜିଦେଇ ଚୁପ୍ ବସି ରହୁଛନ୍ତି। ଯାହାଫଳରେ ଖୁଲମଖୁଲା ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍ କରୁଛନ୍ତି। ଏହାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ବ୍ଳକ୍ ର ଉପରିସ୍ଥ ଅଧିକାରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପ୍ରକୃତରେ ବ୍ଳକ୍ ଅଧିକାରୀ ପିସି ନେବା ଘଟଣା ସଂପର୍କରେ ଯେଉଁ ଚର୍ଚ୍ଚା ଆଲୋଚନା ହୁଏ ଏସବୁ ଘଟଣାକୁ ଦେଖିଲେ ସତ୍ୟ ନୁହେଁ କି ? ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜେଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ।

Leave A Reply

Your email address will not be published.

five × two =