ଢେଙ୍କାନାଳ:ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନ ଏନ୍ ଏ ସି ସଭାଗୃହରେ କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ନିର୍ବାହୀ ଅଧିକାରୀ ଲୋକନାଥ ବେଜ, ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ପୋଲିସ ଏସ ଆଇ , ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ, ମେଲଣ କମିଟି ସଭାପତି ସୁବ୍ରତ ସାହୁ , ସମ୍ପାଦକ ଜିତେନ୍ଦ୍ର ଦାସ, ବରିଷ୍ଠ ସଭ୍ୟ କାଳନ୍ଦୀ ସାହୁ,ଶାନ୍ତି କମିଟି ସଦସ୍ୟ ଟିଟୁ ଦାସ , ମନୋରଞ୍ଜନ ବେହେରା , ମିଥୁନ ପାତ୍ର, ଜଗନ ବେଜ , ନିର୍ମଳ ଗୁରୁ , ଜୀବନ ଜ୍ୟୋତି ପୃଷ୍ଟି , ରାକେଶ୍ ପୃଷ୍ଟି , ନାରାୟଣ ନାୟକ , ରାମ ନାୟକ , ଲିଙ୍ଗରାଜ ସାହୁ, ପିଣ୍ଟୁ ଦାସ , ସିଲୁ ନାୟକ , ସୌରଭ ରାଉତ, ମିଲୁ ରାଉତ ଙ୍କ ସମେତ ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଶକ୍ତି ପ୍ରସାଦ ସାହୁ , ପୂଜା କମିଟି କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ୨୭ ତାରିଖ ଠାରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ୨୦ ଟି ମଣ୍ଡପରେ ପ୍ରଭୁ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହେବ । ୫ ତାରିଖ ଓ ୬ ତାରିଖ ଦୁଇ ଦିନ ମେଲଣ ପଡିଆ ରେ ଗଣେଶ ମେଲଣ ଅନୁଷ୍ଠିତ ହେବ । ୭ ତାରିଖ ମଧ୍ୟାହ୍ନ ରେ ମିଳିତ ଭସାଣି ଅନୁଷ୍ଠିତ ହେବ । ତେବେ ଗଣେଶ ପୂଜା ପୂର୍ବରୁ ପେଟ୍ରୋଲ ପମ୍ପ ଛକ ଠାରୁ ନୂଆ ଭୁବନ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ସହ ଦଶହରା ରୁଟ ରାସ୍ତା,ଡ୍ରେନ ମରାମତି,ତଳକୁ ଝୁଲି ରହିଥିବା ବିଦ୍ୟୁତ ତାର କୁ ସଜାଡିବା,ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ,ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ବାହିନୀ ମୁତୟନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।ସୂଚନା ଯୋଗ୍ୟ ଯେ ,୨୦୦୦ ମସିହା ଠାରୁ ମାଟ୍ରିକ ଵ୍ୟାଚ ଛାତ୍ର ମାନେ ୧୨ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଗଣେଶ ପୂଜା ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ରୟାଲାୟନ୍ କ୍ଲବ ୧୨ ବର୍ଷ ପୂର୍ତ୍ତି ଅବସରରେ ହାଇସ୍କୁଲ ପଡ଼ିଆରେ ଅବିକଳ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କରି ଚର୍ଚ୍ଚାକୁ ଆସିଛି।