କୁରୁମିଠା ଠାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ !

ଢେଙ୍କାନାଳ : ପୁରୁଣା କଟକ–ସମ୍ବଲପୁର ରାଜପଥର ହିନ୍ଦୋଳ ଥାନା ଅନ୍ତର୍ଗତ କୁରୁମିଠା ଠାରେ ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହେବାରୁ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ମହାଲୁଣ୍ଡା ପଞ୍ଚାୟତର ବାଲିମୀ ଥାନା ଅନ୍ତର୍ଗତ କନ୍ତାମିଲା ଗ୍ରାମର ଭିକାରୀ ପ୍ରଧାନଙ୍କ ପୁଅ ମହିଧରପୁର ହାଟ ଛକରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନ ଚଳାଉଥିବା ସୁଶାନ୍ତ ପ୍ରଧାନ ଓରଫ ଚିଣ୍ଟୁ (ବୟସ ୩୦)ରାତି ଏକ ଯାତ୍ରା ଦେଖିବାକୁ ଯାଇଥିଲେ, ପରଦିନ ସକାଳେ ତାଙ୍କ ମୃତଦେହ କୁରୁମିଠା ହାଇସ୍କୁଲ ନିକଟ ରାସ୍ତା ପାଖରେ ଉଲଗ୍ନ ଅବସ୍ଥାରେ ମିଳିଥିଲା। ଘଟଣା ସ୍ଥଳରେ ଉପସ୍ଥିତ ହୋଇଥିବା ପଥଚାରୀମାନେ ସେଥିରେ ମୃତଦେହ ଦେଖି ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଶବ ସନ୍ଦିଗ୍ଧ ଅବସ୍ଥାରେ ଥିବାରୁ ଲୋକମାନଙ୍କ ମନରେ ଏହି ମୃତ୍ୟୁ ନେଇ ଅନେକ ପ୍ରଶ୍ନ ଜନ୍ମ ନେଇଛି। ମୃତକଙ୍କ ପରିବାର ଲୋକମାନେ ଏହାକୁ ହାତୀ ଆକ୍ରମଣ ବୋଲି ଦାବି କରୁଥିବା ବେଳେ, ଅନ୍ୟଦିଗରୁ ଉଲଗ୍ନ ଦେହରେ ଚିହ୍ନ ଓ ପରିସ୍ଥିତି ଦେଖି ଏହା ହତ୍ୟା ହୋଇପାରେ ବୋଲି ସନ୍ଦେହ ବ୍ୟକ୍ତ କରାଯାଉଛି। ଘଟଣା ସମ୍ପର୍କରେ ହିନ୍ଦୋଳ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ପୁଲିସ ମଧ୍ୟ ଏହି ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ତାହା ନିଷ୍ପତ୍ତି କରିବା ପାଇଁ ପ୍ରମାଣ ସଂଗ୍ରହ କରୁଛନ୍ତି। ଏବେ ସବୁଙ୍କର ଦୃଷ୍ଟି ତଦନ୍ତର ପରିଣାମ ଉପରେ ଲାଗିଛି — ଯୁବକ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ କେବେ ପର୍ଦା ଉଠିବ, ସେଥିପାଇଁ ଅଞ୍ଚଳବାସୀ ଅପେକ୍ଷା କରୁଛନ୍ତି।

Leave A Reply

Your email address will not be published.

two × four =