ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ୟଳୟସ୍ଥ ସଦ୍ଭାବନା ସଭାଗୃହ ରେ ଜାତୀୟ କୃମିନାଶକ ଦିବସର ଜିଲ୍ଲାସ୍ଥରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ଜିଲ୍ଲାପାଳ ଶ୍ରୀ ଆଶିଷ କୁମାର ପାଟିଲ ମହୋଦୟ ଅଧ୍ୟକ୍ଷତା କରିଥିଲେ I ଅଗଷ୍ଟ ୧୨ ତାରିଖରେ ଜିଲ୍ଲା ସ୍ଥରୀୟ ଜାତୀୟ କ୍ରମି ନାଶକ ଦିବସ ପାଳନ କରାଯିବ, ଏଥିରେ ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ , କିଶୋର, କିଶୋରୀ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର , ସ୍କୁଲ ଓ କଲେଜ ରେ କୃମିନାଶକ ଶିରପ ଓ ବଟିକା ଦିଆଯିବ(୧ ରୁ ୫ ବର୍ଷ ମଧ୍ୟରେ -ଶିରପ ଓ ୬ ରୁ ୧୯ ବର୍ଷ ମଧ୍ୟରେ -ବଟିକା) , ଏହାବ୍ୟତୀତ ୨୦ ରୁ ୨୪ ବର୍ଷ ବୟସର ପ୍ପ୍ରଜଜ୍ଜନକ୍ଷମ ମହିଳାଙ୍କୁ ମଧ୍ୟ କୁର୍ମଵିନାଶକ ବଟିକା ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା I ଜିଲ୍ଲା ରେ ମୋଟ ୩,୬୮,୪୯୩ , ୧ ରୁ ୧୯ ବର୍ଷ ସମସ୍ତ ଶିଶୁ , କିଶୋର, କିଶୋରୀ ମାନଙ୍କୁ ଓ ୫୬,୧୭୨ ୨୦ ରୁ ୨୪ ବର୍ଷ ବୟସର ପ୍ପ୍ରଜଜ୍ଜନକ୍ଷମ ମହିଳାଙ୍କୁ ଔଷଧ ବଣ୍ଟନ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି I ଯେଉଁମାନେ ସେଦିନ ଶିରପ ଓ ବଟିକାଖାଇନପାରିଥିବେ ସେମାନଙ୍କୁ ୧୯ ଅଗଷ୍ଟ ରେ ଏହା ଦିଆଯିବ I ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗ କୁ ସାମିଲ କରାଯାଇଥିବାବେଳେ ଆଶା କର୍ମୀ ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନବାଡି କର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ସୂଚନା ଦିଆ ହେଇଥିଲା I ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସଂଜୟ କୁମାର ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ) ଡ. ଏନ.ଡି.ସି. ବେହେରା , ଶ୍ରୀ. ଆର .ପି.ପରିଜା, ଜିଲ୍ଲା ମଙ୍ଗଳ ଅଧିକାରୀ , ଶ୍ରୀମତୀ. ମିତା ଶର୍ମା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ଶ୍ରୀ . ରମେଶ ଚନ୍ଦ୍ର ସାହୁ , ଉପ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ସ୍ୱାସ୍ଥ୍ୟ ବିଭାଗରୁ ଜିଲା କାର୍ଯ୍ୟକର୍ମ ପରିଚାଳନା ଅଧିକାରିଣୀ ଏନ .ଏଚ.ଏମ ଶ୍ରୀମତୀ ସସ୍ମିତା ସାହୁ ଓ ଅନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ I