ଢେଙ୍କାନାଳ -ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ନାହାଁନ୍ତି ଗୋଟେ ଭଲ ଡାକ୍ତର ସୁରକ୍ଷାକର୍ମୀ ନିଯୁକ୍ତି ନେଇ କିଛିଦିନ ହେବ ଚାଲିଛି ଛକାପଞ୍ଜଆ ଊ । ନିଯୁକ୍ତି ପ୍ରକ୍ରିୟାରେ ରାଜନୈତିକ ହସ୍ତକ୍ଷେପ ଏତେ ମାତ୍ରାରେ ବଢ଼ିଯାଇଛି ଯେ ତଳଠାରୁ ଶୀର୍ଷ ନେତୃତ୍ବଙ୍କ ଘର ବାରଣ୍ଡାରେ ଦେଖିବାକୁ ମିଳୁଛି ଲମ୍ବା ଧାଡ଼ି ର ପ୍ରସାର । ଯାହାକି ନିଯୁକ୍ତିରେ ସ୍ବଚ୍ଛତା ଉପରେପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ରହିଛି ସମସ୍ତ ଙ୍କ ନଜର । ବିଶେଷସୂତ୍ରରୁ ପ୍ରକାଶ ଯେ, ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଭାରତ ସିକ୍ୟୁରିଟି ସର୍ଭିସ୍ ସଂସ୍ଥା ପକ୍ଷରୁ ୨୫ ଜଣଙ୍କୁ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଏହି ସଂସ୍ଥା ଅଧୀନରେ ମେଡିକାଲ୍ରେ ସମୀର ନାୟକ, ଅନନ୍ତ ନାୟକ,ସତ୍ୟଭାମା ସାହୁ, ସୁମନ୍ତ ପ୍ରଧାନ, ମଲିଆ ସାମଲ, ବିଭୂତି ନାୟକ, ସରୋଜିନୀ ବିଶ୍ଵାଳ ଓ ସିଲୁ ଗୁରୁଙ୍କ ଭଳି ୭ ଜଣ ନିଯୁକ୍ତି ପାଇଛନ୍ତି। ଆହୁରି ୧୭ ଜଣ ସୁରକ୍ଷାକର୍ମୀ ନିଯୁକ୍ତ ହେବାକୁ ଥିବା ବେଳେ ଏହାକୁ ନେଇ ଛକାପଞ୍ଝା ଜାରି ରହିଛି। ଚାକିରି ପାଇଁ କିଛି ଦିନ ହେବ ଦଳୀୟ କର୍ମୀଙ୍କ ଲମ୍ବାଧାଡ଼ି, ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ କର୍ମୀଙ୍କ ବାରଣ୍ଡାରେ ଶହେରୁ ଊର୍ଦ୍ଧ୍ବ ଯୁବକ ଡେରା ପକାଉଛନ୍ତି । ଚାକିରି ପାଇଁ କର୍ମୀମାନେ ୬୦ ହଜାର ଟଙ୍କା ହାତଗୁଞ୍ଜା ଦାବି କରୁଥିବାବେଳେ ୨୦ ହଜାର ଟଙ୍କା ଆଗୁଆ ନେବାର ସୂଚନା ମିଳିଛି । ହିନ୍ଦୋଳ ଏନ୍ଏସିର ଜଣେ ପଦାଧିକାରୀଙ୍କ ନିକଟରେ ଆଶାୟୀଙ୍କ ଟଙ୍କା ଗଚ୍ଛିତ ରଖାଯାଇଥିବା କିଛି କର୍ମୀ ନାମ ଗୋପନ ରଖି କହିଛନ୍ତି।ନିଯୁକ୍ତି ପ୍ରକ୍ରିୟାରେ ଟଙ୍କା କାରବାର ଚାଲିଥିବା ବେଳେ ସ୍ଥାନୀୟପ୍ରାଣୀଧନ ଚିକିତ୍ସାଳୟ ଛକ, ବସ୍ଷ୍ଟାଣ୍ଡ ଛକ ଓ ମେଡିକାଲ୍ ଛକରେ କର୍ମୀ ଓ ଆଶାୟୀମାନେ ଦିନ ତମାମ ଭିଡ଼ ଜମାଉଛନ୍ତି। ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।ସୁରକ୍ଷାକର୍ମୀ ପଦ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ଯୋଗ୍ୟତା ପ୍ରକାଶ ପାଇଛି । ତେବେ ଏହି ଯୋଗ୍ୟତାକୁ ଅଣଦେଖା କରି ଟଙ୍କା ଦେଲେ ନିଯୁକ୍ତି ଦିଆଯିବ ବୋଲି ଆଶାୟୀମାନଙ୍କୁ ଆଶ୍ବାସନା ଦିଆଯାଉଥିବା ଅଭିଯୋଗ ହଉଛି! ଏଇପରି ଭାବେ ହିନ୍ଦୋଳ ବାସୀ ଙ୍କୁ ଧକା ଦିଆଗଲେ ଆଗାମୀ ଦିନରେ ବିଜୁ ଜନତା ଦଳ ଜନ ଆନ୍ଦୋଳନ କରିବା ସହ ରାଜରାସ୍ତା କୁ ଉଲ୍ହିବ ଵୋଲି ସୂଚନା ମିଳିଛି! ଉକ୍ତ ସୁରକ୍ଷାକର୍ମୀ ପଦ ଚାକିରିକୁ ପାଇଁ ଯଦି ଅଯୋଗ୍ୟ ପ୍ରାଥି କୁ ନିଯୁକ୍ତି ଦିଆ ଯିବ ଜନସାଧାରଣ ଙ୍କୁ କି ସୁରକ୍ଷା ମିଳିବ ତାହା ନେଇ ସବୁ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି। କେଉଁ କର୍ମୀ ଭାଗରେ କେତେ ଜଣ ଚାକିରି ପାଇବେ, ସେଇ ସଂଖ୍ୟା ଛିଷ୍ଣୁ ନଥିବାରୁ ନିଯୁକ୍ତିରେ ବିଳମ୍ବ ଘଟୁଛି ବୋଲି ଠିକା ସଂସ୍ଥାର ଜଣେ ଅଧିକାରୀ ନାମ ଗୋପନ ରେ ରଖି କହଛନ୍ତି। ଅନ୍ୟପଟେ ନିଯୁକ୍ତି ବ୍ୟବସ୍ଥାରେ ଦଳୀୟ କର୍ମୀଙ୍କ ଆଧାରରେ ଚାକିରି ବଣ୍ଟାଗଲେ ଯେଉଁମାନେ ବାଦେ ପଡ଼ିବ ଅଦାଲତ କୁ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଭାରତ ସିକ୍ୟୁରିଟି ସର୍ଭିସ୍ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ଆବେଦନକାରୀ ଆବେଦନ କରି ନଥିବା ନିଯୁକ୍ତି ସଂସ୍ଥାର ଏରିଆ ମ୍ୟାନେଜର୍ ଦେବଯାନୀ ଶତପଥୀ ସୂଚନା ଦେଇଛନ୍ତି। ମେଡିକାଲ୍ରେ ଡାକ୍ତର ସହ ସୁରକ୍ଷାକର୍ମୀ ନିଯୁକ୍ତି ତୁରନ୍ତ କରାଯିବା ସହିତ ନିୟମ ମୁତାବକ ଚାକିରି ଦିଆଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।