ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା, ତିନୋଟି ଆଦିବାସୀ ଗ୍ରାମର ପିଲା ପଢ଼ନ୍ତି !

ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ବୋରପଦା ଖମାର ଆଦିବାସୀ ଅଧ୍ୟୁଷିତ ତିନୋଟି ଗ୍ରାମର ଗୋଟିଏ ସରକାରୀ ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଏକାଠି ରହିଛି l ସରକାରୀ ବିଦ୍ୟାଳୟ ଟି ଗତ ତିନି ବର୍ଷ ହେଲା ବନ୍ଦ ହୋଇଯାଇଛି l ଏବେ ପିଲାମାନଙ୍କୁ ଦୁଇ କିଲୋମିଟର ଯିବାକୁ ପଡ଼ୁଛି l ପାହାଡ଼ ପର୍ବତ ଘେରା ଏହି ଅଂଚଳରେ ପ୍ରବଳ ହାତୀ ଭୟ l ଏବେ ଆଦିବାସୀ ଲୋକମାନଙ୍କର ରାତି ପାହିଲେ ପେଟ ଚିନ୍ତା l ତେଣୁ କାହା ପିଲା ସ୍କୁଲ ଗଲା କି ନାହିଁ ତାର ତଦାରଖ କରିପାରନ୍ତି ନାହିଁ l ସ୍ଥାନୀୟ ଅଭିଭାବକଙ୍କ କହିବା ଅନୁସାରେ ଅଙ୍ଗନବାଡି କେନ୍ଦ୍ରରେ କୁନି ପିଲାମାନେ ଆସନ୍ତେ l କିନ୍ତୁ ଏଠାରେ ବ୍ୟବସ୍ଥା ଠିକ ନାହିଁ l କାହାର ଉତ୍ତର ଦାୟୀତ୍ୱ ନାହିଁ l ଆପ୍ ସରକାର ଦ୍ୱାରା ଦିଲ୍ଲୀ ଓ ପଞ୍ଜାବର ସରକାରୀ ସ୍କୁଲ ଗୁଡ଼ିକର କାୟା ପରିବର୍ତ୍ତନ ହୋଇଛି l କେଉଁଠି ବାତାନୁକୁଳିତ ଶ୍ରେଣୀ ଗୃହ, ବିଶ୍ଵ ସ୍ତରୀୟ ଖେଳ ପଡ଼ିଆ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଦେଶରେ ଟ୍ରେନିଂ ଦେବା, ସରକାରୀ ସ୍କୁଲରେ ବସ ସେବା ଓ ଅନେକ ସ୍କୁଲରେ ସ୍ବୀମୀଙ୍ଗ ପୁଲ ର ବ୍ୟବସ୍ଥା କରିଛନ୍ତି l ତାଛଡା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କେବଳ ଶିକ୍ଷା ଦାୟୀତ୍ୱ ଦିଆଯାଇଛି l ସ୍କୁଲ ଚଳାଇବା ପାଇଁ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ନିଯୁକ୍ତ l କିନ୍ତୁ ଓଡ଼ିଶାରେ ସେହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଉଛି l ଆମ୍ ଆଦମୀ ପାର୍ଟିର ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ନଗର ସଭାପତି ଦେବାଶିଷ ନନ୍ଦ ଓ ସଦସ୍ୟ ବିଜୟ କୁମାର ଦାସ ଏହି ଅଂଚଳର ୩ ଟି ସରକାରୀ ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଓ ବ୍ୟବସ୍ଥା ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି l

Leave A Reply

Your email address will not be published.

six − two =