ହିନ୍ଦୋଳରେ ଓସ୍ତା ଅନୁକୂଳ୍ୟରେ ଶିକ୍ଷକ ସଂଘର ପ୍ରତିବାଦ ସଭାପେନସନ୍ ସହିତ ଶିକ୍ଷକ ନିଯୁକ୍ତି ଓ ଅନୁଦାନ ଦାବିରେ ଆନ୍ଦୋଳନ !
ଢେଙ୍କାନାଳ : ଓଡ଼ିଶା ମାଧ୍ୟମିକ ସ୍କୁଲ୍ କଲେଜ୍ ଶିକ୍ଷକ ସଂଘ (ଓସ୍ତା) ର ଆନୁକୂଳ୍ୟରେ ଶନିବାର ଦିନ ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏହି ପ୍ରତିବାଦ ସଭା ହିନ୍ଦୋଳ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଜୋରଦାର ଭାବେ ଅନୁଷ୍ଠିତ ହୋଇଥିଲା।
ପ୍ରତିବାଦ କାରଣ ସ୍ପଷ୍ଟ କରି ଶିକ୍ଷକ ସଂଘ ଅଭିଯୋଗ କରିଥିଲେ ଯେ, ଗତ ୨୪ ବର୍ଷ ଧରି ଶିକ୍ଷକମାନେ ସରକାରୀ ଅମଳରେ ସମସ୍ତ ସୁବିଧାରୁ ବଞ୍ଚିତ ରହିଛନ୍ତି। ନୂଆ ସରକାର ଗଠିତ ହେବା ପରେ ଆଶା କରାଯାଇଥିଲା ଯେ ଶିକ୍ଷକଙ୍କ ଦୁଃଖ-ଦୁର୍ଦଶାର ସମାଧାନ ହେବ, କିନ୍ତୁ ସେଇ ଆଶା ମାତ୍ର ଆଶାରେ ରହିଗଲା।
ପ୍ରତିବାଦ ସଭାର ମୁଖ୍ୟ ଦାବି ଥିଲା – ପେନସନ୍ ଓ ଚାକିରୀ ସର୍ତ୍ତାବଳୀ ପୁନର୍ବିଚାର, ଖାଲି ପଡିଥିବା ପଦବୀରେ ଶିକ୍ଷକ ନିଯୁକ୍ତି ଏବଂ ଅନୁଦାନରୁ ବଞ୍ଚିତ ୧୯୪ ଟି ବିଦ୍ୟାଳୟକୁ ଅନୁଦାନ ମঞ্জୁରି।
ଏହି ପ୍ରତିବାଦ ସଭାରେ ଅବସରପ୍ରାପ୍ତ ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରମୋଦ କୁମାର ସ୍ବାଇଁ, ହିନ୍ଦୋଳ ବ୍ଲକ୍ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପବିତ୍ର ମୋହନ ପ୍ରଧାନ, ସଂପାଦକ ପ୍ରଭାସ କୁମାର ଘଡେ଼ଇ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ସଂପାଦକ ବିନୟ କୁମାର ସାମଲ, ସମାଜସେବୀ ରତିକାନ୍ତ ଗଡ଼ନାୟକ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଅବସରପ୍ରାପ୍ତ ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସାମିଲ ହୋଇଥିଲେ।
ସମସ୍ତେ ଏହି ନ୍ୟାୟସଙ୍ଗତ ଦାବିକୁ ସମର୍ଥନ କରି ଶିକ୍ଷକ ସଂଘ ସହିତ ହାତ ମୁଠାକୁ ଟାଣ କରିବା ଅଂଶଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।