ପ୍ରଫେସର ଦିଲ୍ଲୀପ କୁମାର ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ !

ଢେଙ୍କାନାଳ : ରେଭେନ୍ସା ବିଶ୍ୱବିଦ୍ୟାଳୟର ପରିଚାଳନା ପରିଷଦ (ସିଣ୍ଡିକେଟ) ସଦସ୍ୟ ଭାବରେ ଭୁବନ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିଦ୍, ଭୁବନ ମହିଳା ଡିଗ୍ରୀ କଲେଜର ପ୍ରିନ୍ସିପାଲ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଭାପତି ପ୍ରଫେସର ଦିଲ୍ଲୀପ କୁମାର ଦାସଙ୍କୁ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମନୋନୀତ କରାଯାଇଛି।ଏହି ସୂଚନା ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ପ୍ରତିଭା ସାହୁଙ୍କ ତା. ୨୯.୭.୨୦୨୫ ର ଚିଠି (ସଂଖ୍ୟା: ୩୯୮୪୨) ମାଧ୍ୟମରେ ଜଣାପଡ଼ିଛି। ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ ହୋଇଥିବା ଦୁଇ ଜଣିଆ ମଧ୍ୟରୁ ଦିଲ୍ଲୀପ ଦାସ ଗୋଟିଏ ଅତ୍ୟନ୍ତ ଯୋଗ୍ୟ ଓ ଅଭିଜ୍ଞ ଅଭିଯାନୀ ଭାବେ ପରିଚିତ।ପ୍ରଫେସର ଦାସ ଦୀର୍ଘଦିନ ଧରି ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ସେ ଏକ ସ୍ଥାନୀୟ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଭାବରେ ସେବା ଦେଉଥିବା ସହ, ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ବିଦ୍ୟାର୍ଥୀ ଅନ୍ଦୋଳନରେ ଗୃହଣୀୟ ଭୂମିକା ନିଭାଇଛନ୍ତି। ସେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନିମନ୍ତ୍ରିତ ସଦସ୍ୟ ଭାବରେ ଭି ଅନେକ କାର୍ଯ୍ୟକ୍ରମରେ ଅଂଶ ନେଇଛନ୍ତି। ତଦୁପରି, ସେ ବଳଦଯାତ୍ରା କମିଟିର ସଭାପତି, ରାଜ୍ୟ କାପୁଡ଼ିଆ ସଂଘର ସଂପାଦକ ଓ ଅଫିସର କ୍ଲବର ସଂପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।ଏହି ସୁଖଦ ଖବର ପ୍ରକାଶ ପାଇବା ପରେ ଭୁବନ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ ସାମ୍ବାଦିକ ସଂସ୍ଥାମାନେ ତାଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇଛନ୍ତି।

ଭୁବନ ସାମ୍ବାଦିକ ସଂଘର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରଫେସର ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଛନ୍ତି।ସିଣ୍ଡିକେଟ ସଦସ୍ୟ ଭାବରେ ଏହି ମନୋନୟନ ତାଙ୍କର ଦୀର୍ଘ ଶିକ୍ଷା ସେବା ଓ ଲୋକସେବା ପ୍ରତି ଏକ ସ୍ୱୀକୃତି ଓ ସମ୍ମାନ ବୋଲି ବିଚାର କରାଯାଉଛି।

Leave A Reply

Your email address will not be published.

7 + 3 =