●ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ ନାହିଁ : ଶତ୍ରୁଘ୍ନ ଜେନା
●୧୧ ତମ ପରିଷଦ ସାଧାରଣ ବୈଠକ
ଢେଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ୧୧ ତମ ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ଯକ୍ଷତା କରିଥିଲେ। ବୈଠକରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟଅତିଥି ଭାବରେ ଯୋଗଦେଇ ଗରିବଙ୍କ ସ୍ବପ୍ନର ଘର ହେବ ସାକାର ବୋଲିଥିଲେ । ଚଳିତବର୍ଷ ସ୍ବାଧିନତା ଦିବସ ଭୁବନ ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦର ରହିଯାଇଥିବା କାର୍ଯ୍ୟ ଆସନ୍ତା ୭ ଦିନ ମଧ୍ୟରେ ତ୍ୱରାନ୍ୱିତ କରିବା, ରଗଡି ଛକ ଠାରେ ପରିବା ହାଟ, ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଥିବା ଦେବୋତ୍ତର ଜମି କ୍ରୟ, ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଆମିଷ ବଜାର ଭେଣ୍ଡିଂଜୋନ କାର୍ଯ୍ୟକ୍ଷମ
,ଭୁବନ ମେଡିକାଲ ପରିସରରେ ଓପିଡି ରୋଗୀ ମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଏକ ପରିସ୍ରାଗାର ନିର୍ମାଣ, ଭୁବନ ଉଚ୍ଚ ବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟ ୫ଟି ଅନ୍ତର୍ଗତ ହୋଇଥିବା କାର୍ଯ୍ୟର ବକେୟା ଟଙ୍କା ପ୍ରଦାନ କରିବା ପାଇଁ ବୈଠକରେ ସହମତି ହୋଇଥିଲା। ଏଥିସହିତ ଭୁବନର ଐତିହାସିକ ବଳଦଯାତ୍ର ରାତ୍ର ସମୟରେ ବିଦ୍ୟୁତ କାଟି ଦିଆଯାଉଛି। ଫଳରେ ସାରା ଭୁବନ ଅନ୍ଧାର ହେଉଛି ବାରମ୍ବାର ଅଧିବେଶନ ରେ ସ୍ଥାନିତ ହେଲେ ବି ପ୍ରତିକାର ହେଉନଥିବାରୁ କାଉନସିଲର ଗିରିଧାରୀ ସାହୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଥିଲେ। ସେହିପରି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୧୫ ଗୋଟି ଓ୍ବାର୍ଡର ୯୭୨ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣ ପାଇଁ କାର୍ଯ୍ଯାଦେଶ ବଣ୍ଟନ ହୋଇଥିବା ସୁଚନା ପ୍ରଦାନ କରିଥିଲେ ଭିତ୍ତିଭୁମି ବିଶେଷଜ୍ଞ ଶଶିଶେଖର ମହାପାତ୍ର। ସାଂସଦଙ୍କ ପ୍ରତିନିଧି ଭବାନି ଶଙ୍କର ବେହେରା, ନିର୍ବାହୀ ଅଧିକାରୀ ଲୋକନାଥ ବେଜ ପରିଷଦର ଉପାଧ୍ୟକ୍ଷା ମାନିନୀ ସାହୁ ଓ କାଉନସିଲର ଗିରିଧାରୀ ସାହୁ, କୃପାସିନ୍ଧୁ ବେହେରା, ସୁଚିତ୍ରା ସାହୁ, ରଞ୍ଜିତା ସାହୁ, ଶୁଶାନ୍ତ ନାୟକ, ନରେନ୍ଦ୍ର ବେହେରା, ସଶ୍ମିତା ନାୟକ, ପପୁ କୁମାର ସାହୁ, ମଞ୍ଜୁଲତା ସେଠୀ, ସ୍ବର୍ଣ୍ଣ ମଞ୍ଜରୀ ସାହୁ, କବିତା ସେନାପତି, ମନମୋହନ ସାହୁ ଓ କଳ୍ପନା ବେହେରା ସାମିଲ ଥିଲେ। ବହୁ ଅଯୋଗ୍ୟ ବ୍ୟକ୍ତି ଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି ଯାହାକୁ ନେଇ ହାଟ ବଜାରରେ ଚର୍ଚା ହେଉଛି। ଏହି ଯୋଜନାରେ ୱାର୍ଡ ନମ୍ବର ୧୪ ର ଦଳିତ ବସ୍ତିର ସିରିଆ ମଲ୍ଲିକ ସାମିଲି ହୋଇ ନ ପାରିବା ଓ ସେହି ୱାର୍ଡର ମାହେଶ୍ୱରୀ ବେହେରା ଗୋଦାମ ଗୃହ ସହିତ ଦଶନ୍ଧ ଖଞ୍ଜା ଜାତୀୟ ରାଜପଥ 53 ଭୁବନ କଲେଜ ଛକରେ ନିର୍ମାଣ କରିବା ବିଷୟ ନିର୍ବାହୀ ଅଧିକାରୀ ଓ ନଗରପାଳ ଙ୍କୁ ଅବଗତ କରାଯାଇଥିଲା। ସିରିଆ ମଲ୍ଲିକ ଙ୍କର କଣ ପାଇଁ ହୋଇ ପାରିନାହିଁ ତାହା ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ ନିର୍ବାହୀ ଅଧିକାରୀ। ମାହେଶ୍ୱରୀ ବେହେରାଙ୍କ ବିଷୟରେ ନିର୍ଦ୍ଧିଷ୍ଠ ଅଭିଯୋଗ ଆସିଲେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନଗରପାଳ କହିଛନ୍ତି। କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକ ଙ୍କ ନିମନ୍ତେ ଉଦ୍ଧିଷ୍ଟ। କେହି ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ପଡ଼ିବାକୁ ଦିଆଯିବ ନାହିଁ ବୋଲି କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମତବ୍ୟକ୍ତ କରିଥିଲେ।