ପାଟନା ଏ.ଆଇ.ଆଇ.ଏମ୍‌.ଏସ୍‌ ରେ ଅଧ୍ୟୟନରତ ଢେ଼ଙ୍କାନାଳ ଡାକ୍ତରୀ ଛାତ୍ରଙ୍କ ସନ୍ଦିଗ୍ଧ ମୃତ୍ୟୁ : ଆର୍ଥିକ ସହାୟତା ସହ ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଢେ଼ଙ୍କାନାଳ: ଗନ୍ଦିଆ ବ୍ଲକ୍‌ର ବୈଦ୍ୟ କଟେଣୀ ଗ୍ରାମର ସ୍ୱର୍ଗତ ଉପେନ୍ଦ୍ର ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଡ଼ା. ଯାଦବେନ୍ଦ୍ର ସାହୁ ଏମ୍‌ବିବିଏସ ପରୀକ୍ଷାରେ କୃତକାର୍ଯ୍ୟ ସଫଳତା ପରେ ଏ.ଆଇ.ଆଇ.ଏମ୍‌.ଏସ୍‌, ପାଟନାରେ ପି.ଜି. ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଜାନୁୟାରୀ ମାସରେ ନାମ ଲେଖାଇଥିଲେ।ଏହି ମଧ୍ୟରେ ଚଳିତ ମାସ ଜୁଲାଇ ୧୮ ତାରିଖ ଦିନା ବିଳମ୍ବିତ ସଂଧ୍ୟାରେ ତାଙ୍କର ମୃତ ଦେହ ହଷ୍ଟେଲ ରୁମରେ ମିଳିଥିଲା। ଘଟଣା ପରଦିନ ଏ.ଆଇ.ଆଇ.ଏମ୍‌.ଏସ୍‌ ପକ୍ଷରୁ ପରିବାରକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ପରିବାର ୨୦ ତାରିଖରେ ପାଟନା ପହଞ୍ଚିଲେ ମଧ୍ୟ ମେଡିକାଲ୍ ପକ୍ଷରୁ କୌଣସି ସହଯୋଗ ମିଳିନଥିବା ଅଭିଯୋଗ ଉଠିଛି।ଏହି ଘଟଣା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ୍‌ ଯୋଗେ ପରିବାର ସହ କଥାହେବା ସହ ବିହାର ପ୍ରଶାସନ ଓ ଏ.ଆଇ.ଆଇ.ଏମ୍‌.ଏସ୍‌ . କର୍ତ୍ତୃପକ୍ଷ ସହ ଯୋଗାଯୋଗ କରି ପରିବାରରେ ଆଶ୍ବାସନ ଦେଇଥିଲେ। ପରେ ଏକ ଶିତଳିକୃତ ଆମ୍ବୁଲାନ୍ସ ଯୋଗେ ଡ଼ା. ଯାଦବେନ୍ଦ୍ରଙ୍କ ପାର୍ଥିବ ଶରୀର ଗାଁକୁ ଆଣାଯାଇଥିଲା।

ମୃତ୍ୟୁକୁ ଆତ୍ମହତ୍ୟା ବୋଲି ମେଡିକାଲ୍ ପକ୍ଷରୁ କୁହାଯାଇଥିଲେ ମଧ୍ୟ, ପରିବାର ପକ୍ଷରୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରାଯାଇଛି। ସେମାନେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୃତ ଡ଼ା. ଯାଦବେନ୍ଦ୍ର ପରିବାର ସାକ୍ଷାତ କରି ଆଶ୍ୱାସନା ଦେବା ସହିତ ତାଙ୍କ ପରିବାରର ଏକମାତ୍ର ଆଶା ଓ ଭରସା ଥିବା ଦୃଷ୍ଟିରୁ, ଏହି ମୃତ୍ୟୁ ପରେ ପରିବାର ମାନସିକ ଓ ଆର୍ଥିକ ଭାବେ ଉଜ୍ଜଡ଼ି ପଡ଼ିଛି। ଏହି ପରିପ୍ରେକ୍ଷିତିରେ ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ରାଜ୍ୟ ସରକାର ପାଖରେଘଟଣାର ନିରପେକ୍ଷ ତଦନ୍ତ ଓ ଅନୁକମ୍ପା ଭିତ୍ତିରେ କମରେ କମ ₹୫୦ ଲକ୍ଷ ଆର୍ଥିକ ସହାୟତା ଘୋଷଣା କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.

2 × one =