ମେରାମଣ୍ଡଳୀ ଷ୍ଟେସନ୍‌ରୁ ୧୧ ଶିଶୁ ଶ୍ରମିକ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମେରାମଣ୍ଡଳୀ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥ‌ିବା ୧୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମସ୍ତ ଶିଶୁ ଶ୍ରମିକ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ପ୍ରାଥମିକ ପଚରାଉଚୁରା କରାଯିବା ପରେ କଥାରେ ତାଳମେଳ ରହିନଥୁଲା । ଆଧାର କାର୍ଡ୍ ଜାଲିଆତି କରାଯାଇ ସେମାନଙ୍କୁ ବିଭିନ୍ନ କର୍ମକ୍ଷେତ୍ରରେ ନିୟୋଜନ ପାଇଁ ଚାଲାଣ କରାଯାଉଥିବା ଜଣାପଡିଥିଲା । ରାତିରେ ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ରେ ହାଜର କରାଯାଇଛି । ବିଶ୍ୱ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଦୁଇଦିନ ଧରି ବିଶ୍ଵ ମାନବ ଚାଲାଣ ବିରୋଧୀ ଦିବସ ପାଳନ କରାଯାଉଛି । ଶିଶୁ ଶ୍ରମିକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲଗାଇବା ଦଣ୍ଡନୀୟ ଅପରାଧ। ଏହାସତ୍ତ୍ବେ ବି ଅନେକ ଶିଶୁ ଶ୍ରମିକ ବିଭିନ୍ନ ଢାବା,ହୋଟେଲ୍‌,ଦୋକାନ,କାରଖାନା ଆଦିରେ କାମ କରୁଛନ୍ତି । ଶୁକ୍ରବାର ସନ୍ଧ୍ୟାରେ କିଛି ମେରାମଣ୍ଡଳୀ ଷ୍ଟେସନ୍‌ରେ କିଛି ଶ୍ରମିକଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖ‌ିବାକୁ ମିଳିଥିଲା । ଖବର ପାଇ ବିଶ୍ଵ ଯୁବ ସଂଗଠନର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ରେଲ୍‌ୱେ ପୁଲିସ୍(ଆର୍‌ପିଏଫ୍)ଙ୍କ ସହଯୋଗରେ ଶ୍ରମିକମାନଙ୍କୁ ପଚରାଉଚୁରା କରିଥିଲେ । ମାତ୍ର ସେମାନେ ପ୍ରଥମ କିଛି କହିନଥୁଲେ । ପୁଣି କେତେବେଳେ ଭୁବନେଶ୍ଵର ଯିବୁ ତ ଆଉ କେତେବେଳେ ରାଉରକେଲା ଯିବୁ ବୋଲି କହିଥିଲେ। ସମସ୍ତଙ୍କର ଆଧାର କାର୍ଡ ଯାଞ୍ଚ କରାଯାଇଥିଲା । ଶ୍ରମିକମାନଙ୍କୁ ୧୮ ବର୍ଷ ହୋଇନଥିବା ବେଳେ ଆଧାର କାର୍ଡରେ କାହାର ୨୨ ତ ପୁଣି କାହାର ୨୫ ଲେଖାଯାଇଥିଲା । ଆଧାର କାର୍ଡ ଜାଲିଆତି କରାଯାଇ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିବା ଜଣାପଡିଥିଲା । ସେହି ସମୟରେ ସୁଯୋଗ ନେଇ ଶ୍ରମିକ ଚାଲାଣ ପାଇଁ ରହିଥୁବା ଦଲାଲ ଖସି ଯାଇଥିଲେ । ଏହାପରେ ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ରାତି ୧୦ଗରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିବା ବିଶ୍ଵ ଯୁବ ସଂଗଠନର ପ୍ରୋଗ୍ରାମ୍ କାଉନ୍ସେଲର ମନସ୍ମିତା ନାୟକ ସୂଚନା ଦେଇଛନ୍ତି । ଶ୍ରମିକମାନ‌ଙ୍କୁ ଉଦ୍ଧାର କାର୍ଯ୍ୟରେ ମେରାମଣ୍ଡଳୀ ଆରପିଏଫ୍ କର୍ମଚାରୀଙ୍କ ସମେତ ସଂଗଠନର ପ୍ରକଳ୍ପ ସଂଯୋଜକ ବିଶ୍ଵଜି ସାହୁ,ତପନ ପାତ୍ର ପ୍ରମୁଖ ନିୟୋଜିତ ଥିଲେ ।

Leave A Reply

Your email address will not be published.

4 × 3 =