ଭୁବନ ରେ କୋଣାର୍କ ଗଣନାଟ୍ୟର ମଞ୍ଚ ଶୁଭାରମ୍ଭ !

ଢେଙ୍କାନାଳ: ଭୁବନ ହେଉଛି କଳା,ସଂସ୍କୃତି ର ଗନ୍ତାଘର । ଏଠାରୁ ବଛା ବଛା କଳାକାର ଓଡ଼ିଶାର ସୁପ୍ରତିଷ୍ଟିତ ଅପେରାରେ ଅଭିନୟ କରୁଥିବା ବେଳେ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ମଧ୍ୟ ଭୁବନ ବାସିନ୍ଦା । ରାଜ୍ୟ ନାଟ୍ୟ କମିଟି ସଂଘର ସମସ୍ତ ସର୍ତ୍ତକୁ ସମ୍ମାନ ଓ ସମର୍ଥନ ଜଣାଇ କଳାକାର ମାନଙ୍କ ସମ୍ମାନ ପାଇଁ ଭୁବନ ନାଟ୍ୟ କମିଟି ସଂଘ ଆୟୋଜନ କ୍ରମେ ଶୁକ୍ରବାର ଠାରୁ ଭୁବନ ରୁ ଆରମ୍ଭ ହେଉଛି ଯାତ୍ରା କୋଣାର୍କ ଗଣନାଟ୍ୟ ର ପ୍ରଥମ ମଞ୍ଚ । ତେବେ ପୂର୍ବରୁ ଢେଙ୍କାନାଳ ନାଟ୍ୟ କମିଟି ସଂଘ ତରଫରୁ ନିଆଯାଇଥିବା ନିଷ୍ପତ୍ତିକୁ ସମ୍ମାନ ଦେବା ସହ ସର୍ତ୍ତକୁ ଆଖି ଆଗରେ ରଖି ଭୁବନ ଯାତ୍ରା କମିଟି ସଂଘ ସହ ରହିଛି । ଭୁବନ ରେ ଦୀର୍ଘ କୋଡ଼ିଏ ବର୍ଷ ରୁ ଉର୍ଦ୍ଧ ସମୟ ଧରି କୋଣାର୍କ ଗଣନାଟ୍ୟ ଓ ଯାତ୍ରା ଶିବାନୀ ଉଭୟ ଯାତ୍ରା ପାର୍ଟି ପ୍ରଥମେ ଯାତ୍ରା ୠତୁ ଆରମ୍ଭ କରି ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯାତ୍ରା କୋଣାର୍କ ଗଣନାଟ୍ୟ ମାଲିକଙ୍କ ଅନୁରୋଧ କ୍ରମେ ଭୁବନ ଯାତ୍ରା କମିଟି ଆୟୋଜନ କରୁଛି ଯାତ୍ରା । ଯାହା କି ଭୁବନ ଏନ୍ଏସି କାର୍ଯ୍ୟାଳୟ ନିକଟରେ ଥିବା ପ୍ରଦର୍ଶନୀ ପଡ଼ିଆରେ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଅଛି । ଏ ସଂକ୍ରାନ୍ତରେ ଭୁବନ ଯାତ୍ରା କମିଟି ସଭାପତି ବିପିନ ବିହାରୀ ସେଠୀଙ୍କ ନେତୃତ୍ୱରେ ଏକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଉପରୋକ୍ତ ସୂଚନା ଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବରୁ ରାଜ୍ୟ ନାଟ୍ୟ କମିଟି ସଂଘ ନିଷ୍ପତ୍ତି ରେ ରହି କୋଣସି ମୁଲଚାଲ ନୀତି ରେ ଯାତ୍ରା ପ୍ରଦର୍ଶନ ନ କରିବା ନିଷ୍ପତ୍ତି ରେ ଅଟଳ ରହିଥିବା ବେଳେ କେବଳ ସାଧାରଣ ଜନତା ଙ୍କୁ ସୁହାଇଲା ଭଳି ଦାମ୍ ର ଟିକେଟ ମୂଲ୍ୟ ସହ ସମସ୍ତ ଯାତ୍ରାପ୍ରେମୀ ଙ୍କୁ ସୁହାଇଲା ଭଳି ଦାମ ସହ ଉଚ୍ଚ ମାନର ନାଟକ ପ୍ରଦର୍ଶନ ପାଇଁ ସହମତି ସହ ଯାତ୍ରା ଅନୁଷ୍ଠିତ ହେବା ନେଇ ସୂଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀର ଯାତ୍ରା କମିଟି ସମସ୍ତ ସଦସ୍ୟ ଅମିତାଭ ସାହୁ,ବିଷ୍ଣୁ ଚରଣ ବାରିକ,ରବି ନାରାୟଣ ସାହୁ,ଗଣେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 17 =