ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ !

ତେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ସମଗ୍ର ଶିକ୍ଷା ଅଭିଯାନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ପକ୍ଷରୁ ପିଲାମାନଙ୍କୁ ଯୋଗାଇ ଦିଆଯାଉ ଥିବା ପୋଷକ, ଜୋତା, ମୋଜା, ପୁସ୍ତକ ଆଦି ତୁରନ୍ତ ପିଲାଙ୍କୁ ପ୍ରଦାନ କରିବାକୁ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ଉପକରଣ, ବିଜ୍ଞାନଗାର ଉପକରଣ ବ୍ୟବହାରକୁ ନିୟମିତ କରିବାକୁ କହିଥିଲେ । ବିଇଓ ମାନେ ନିୟମିତ ଭାବେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି କାର୍ଯ୍ୟ ଖଡ଼ସା ଅନୁସାରେ ବିଦ୍ୟାଳୟରେ ନିୟମିତ ଶିକ୍ଷା ଦାନ ସହିତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପିଲାଙ୍କୁ ଫିଟ୍ ଫାଟ୍ ରଖି ସେମାନଙ୍କର ସାମଗ୍ରୀକ ବିକାଶରେ ସମସ୍ତେ ଉଦ୍ୟମ କରନ୍ତୁ ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବିନିତା ସେନାପତି ବିଦ୍ୟାଳୟରେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା, ଆଦର୍ଶ ବିଦ୍ୟାଳୟ ମାନଙ୍କରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ୮ଟି ବିଦ୍ୟାଳୟରେ ସକ୍ଷମ କେନ୍ଦ୍ର ଓ ୫ଟି ବିଦ୍ୟାଳୟରେ ପ୍ରତିବନ୍ଧମୁକ୍ତ କେନ୍ଦ୍ର ଖୋଲାଯାଇ ପିଲାମାନଙ୍କୁ ଶିକ୍ଷା ସହିତ ଅନ୍ୟ ସମସ୍ତ ପ୍ରକାର ସହାୟତ ଯୋଗାଣ ସଂପର୍କରେ ସେ ସୂଚ଼ନା ଦେଇଥିଲେ । ବିଦ୍ୟାଳୟରେ ଶିକ୍ଷା ଦାନ, ଦିବ୍ୟାଙ୍କ ପିଲାମାନଙ୍କ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ସେଥିପାଇଁ ବିଭନ୍ନ ହେଉଥିବା ସ୍ତରରେ ଟ୍ରେନିଂ କାର୍ଯ୍ୟକ୍ରମ, ପ୍ରତ୍ୟେକ ବିଦ୍ୟାଳୟର ଇଣ୍ଟରନାଲ କମିଟି ଗଠନ ଆଦି ସଂପର୍କରେ ସେ ସୂଚ଼ନା ପ୍ରଦାନ କରିଥିଲେ । ପରେ ଜିଲ୍ଲା ଶିକ୍ଷାା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ଶିଶୁ ବାଟିକାର କାର୍ଯ୍ୟକାରିତା ସମ୍ପର୍କରେ ବର୍ଣ୍ଣନା କରି ପିଲାମାନଙ୍କୁ କିଭଳି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଦାନ କରାଯାଉଛି ସେ ସଂପର୍କରେ ଅବଗତ କରାଇଥିଲେ I

Leave A Reply

Your email address will not be published.

1 × 3 =