ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର !

ଅବୈଧ ବିଷାକ୍ତ ମଦ କାରବାର ବନ୍ଦ ପାଇଁ ରାଷ୍ଟ୍ରପତଙ୍କୁ ଦାବିପତ୍ର ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ନିର୍ଯ୍ୟାତିତ ଛାତ୍ରୀ ମାନଙ୍କୁ ନ୍ୟାୟପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର  ….

ଢେଙ୍କାନାଳ: ଅବୈଧ ବିଷାକ୍ତ ମଦ କାରବାର ବନ୍ଦ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ସେହିପରି ଉଚ୍ଚ ଶିକ୍ଷାନୁଷ୍ଠାନର ନିର୍ଯ୍ୟାତିତ ଛାତ୍ରୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି l ଢେଙ୍କାନାଳ ଜିଲ୍ଲାରେ ଅବୈଧ ଚୋରା ଓ ବିଷାକ୍ତ ନିଶା କାରବାର ଅବାଧରେ ଚାଲିଛି l ପୂର୍ବ ସରକାର  ଠାରୁ ବର୍ତ୍ତମାନର ବିଜେପି ସରକାର ପ୍ରତ୍ୟେକ ଗାଁରେ ମଦ ବିକ୍ରି କରିବାପାଇଁ ଅର୍ଥ ବଦଳରେ ଲାଇସେନ୍ସ ଦେଉଛନ୍ତି l ସରକାର ମହୁଲି ଓ ହାଣ୍ଡିଆ ମଦ ତିଆରି କରିବାକୁ କହୁଥିବା ବେଳେ ମଦ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ମାଦକ ବଟିକା ବ୍ୟବହାର ଯୋଗୁଁ ଶୀଘ୍ର ଏବଂ ବେଶୀ ନିଶା ହେବାପାଇଁ ବିଷାକ୍ତ ମଦ ତିଆରି କରି ବିକ୍ରି କରୁଛନ୍ତି l ଫଳରେ ନିଶା ସେବନ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି l ସୂଚନା ମୁତାବକ  ଗାଁ ଠାରୁ ସହର ପର୍ଯ୍ୟନ୍ତ ସାହି ସାହିରେ, ଗଳି ଗଳିରେ ୧୦ ରୁ ୧୫ ଜଣ ବ୍ୟକ୍ତି ବିଭିନ୍ନ ଜାଗାରେ ଜନ ପ୍ରତିନିଧି ଓ ପୋଲିସ ମାନଙ୍କ ଛତ୍ରଛାୟାରେ ଏହି ନିଶା କାରବାର ବେଧଡକ ଭାବେ କରୁଛନ୍ତି l ମଦ ବେପାରୀ ମାନେ ପଞ୍ଚାୟତ ସ୍ତରରୁ ଉପରେ ଶାସକ ଦଳ ନେତା ଓ ଅଧିକାରୀ ମାନଙ୍କୁ ମୋଟା ଅଙ୍କରେ ଚାନ୍ଦା ଦେଉଛନ୍ତି l ପ୍ରକାଶ ଥାଉକି ଗତ ମାସରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷା ଶ୍ରୀମତୀ କ୍ରିଷ୍ଣା ନାୟକ ଗୋଟିଏ ଲଫାପାରେ ଫାଇଲ ଭିତରେ ତିନି ଲକ୍ଷ ଟଙ୍କା ନେଇ ଜିଲ୍ଲାପାଳଙ୍କ ଆବାସ ଭିତରକୁ ପ୍ରବେଶ କଲାବେଳେ ଦୁର୍ନୀତି ନିବାରଣ ସଂସ୍ଥା ଧରିଥିଲେ l ତାହା ଜିଲ୍ଲାପାଳଙ୍କ ପାଇଁ ଚାନ୍ଦା ଚାନ୍ଦା ନୁହେଁ ତ ଆଉ କଣ? ନିଶା କାରବାର କରାଇବାକୁ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ କେତେ ତତ୍ପର ଏଥିରୁ ଅନୁମେୟ l ସାଧାରଣ ଗରିବ ଅନୁସୂଚିତ ଜାତି ଓ ଜନଜାତିର ନିରୀହ ଲୋକମାନେ ଏହାର ଶିକାର ବେଶୀ ହେଉଛନ୍ତି l ପ୍ରକାଶ ଥାଉକି ଢେଙ୍କାନାଳ ଜିଲ୍ଲାରେ ଗତ ସାତ ଦିନ ମଧ୍ୟରେ ବିଷାକ୍ତ ମଦ ପିଇ ଆଠ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଲୋକମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି । ପ୍ରାଥମିକ ଚିକିତ୍ସାକେନ୍ଦ୍ରଗୁଡିକରେ ସାଧାରଣ ଔଷଧ ମିଳୁ ନାହିଁ। ଜିଲ୍ଲାରେ ସର୍ବାଧିକ କିଡନୀ ରୋଗରେ ପୀଡିତ ଥିବା ବେଳେ ରୋଗୀ ଉପଯୁକ୍ତ ସେବା ନପାଇ  ଅକଥନୀୟ କଷ୍ଟ ପାଉଛନ୍ତି l ଆମ୍ ଆଦମୀ ପାର୍ଟିର ୭ ଦଫା ଦାବିରେ ଜିଲ୍ଲାରେ ଅବୈଧ ନିଶା କାରବାର କଡାକଡି ବନ୍ଦ କରାଯାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉ, ମଦ ବ୍ୟବସାୟୀ ମାନେ ଖୋଲାଖୋଲି ଭାବରେ ଜନ ଗହଳି ସ୍ଥାନ ସ୍କୁଲ କଲେଜ ପାଖରେ, ହାଟ ବଜାରରେ ମଦ ବିକ୍ରି କରିବା ଓ ପିଇବା ବନ୍ଦ କରାଯାଉ l ସେହିପରି ଯେଉଁ ଚୋରା ଦେଶୀ ବିଷାକ୍ତ ମଦ ବ୍ୟବସାୟୀ ମାନେ ଥରେ ଗିରଫ ହୋଇ ଜେଲ ଯାଉଛନ୍ତି ଓ ଜାମିନରେ ଆସି ପୁନର୍ବାର ଚୋରା ଦେଶୀ ମଦ କାରବାର କରୁଛନ୍ତି ସେମାନଙ୍କୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରାଯାଉ ଓ ଯେଉଁ ଜନ ପ୍ରତିନିଧି, ପ୍ରଶାସନିକ ତଥା ପୋଲିସ ଅଧିକାରୀ ମାନଙ୍କ ନାମରେ ଅଭିଯୋଗ ଆସୁଛି କିମ୍ବା ଲାଞ୍ଚ କାରବାରରେ ଲିପ୍ତ ହୋଇ ଧରାପଡ଼ୁଛନ୍ତି ସେମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇ ଆଜୀବନ କାରାଦଣ୍ଡଦେଶ ବ୍ୟବସ୍ଥା ହେଉ l ଜିଲ୍ଲାର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ l କିଡନୀ ରୋଗୀଙ୍କ ପାଇଁ ଔଷଧ ସର୍ବଦା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଉପଲବ୍ଧ କରାଯାଉ ଓ ଜିଲ୍ଲାରେ ପୁରୁଣା ୧୦୮ ଆମ୍ବୁଲାନ୍ସ ଗୁଡିକ ବଦଳାଇ ନୂତନ ଆମ୍ବୁଲାନ୍ସ ଦିଆଯାଉ l ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନ୍ୟ ଏକ ଦାବିପତ୍ରରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହୁତୀ ଘଟଣା ପରି ଅନେକ ନିର୍ଯ୍ୟାତିତ ଛାତ୍ରୀ ନ୍ୟାୟ ଅପେକ୍ଷାରେ, ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ l ରାଜଧାନୀର ୨୦୨୪ ଡିସେମ୍ବରରେ ବିଜେବି ମହାବିଦ୍ୟାଳୟରେ, କିଟ୍ ବିଶ୍ୱବିଦ୍ୟାଳୟର ଦୁଇ ବିଦେଶୀ ଛାତ୍ରୀ, ତା ପୂର୍ବରୁ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ, ଆଠମଲ୍ଲିକ ମହାବିଦ୍ୟାଳୟ, ରାଉରକେଲା ସ୍ବୟଂ ଶାସିତ ମହାବିଦ୍ୟାଳୟ ଓ ରେଭେନ୍ସା ବିଶ୍ଵବିଦ୍ୟାଳୟ ପରି ଖ୍ୟାତନାମା ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି l କେଉଁଠି ଆତ୍ମହତ୍ୟା କରିଛନ୍ତି ତ କେଉଁଠି ନ୍ୟାୟ ଅପେକ୍ଷାରେ ଅଛନ୍ତି। ଏହି ପରି ୧୪ଟି ଘଟଣା ସାମ୍ନାକୁ ଆସିଥିବା ବେଳେ ଅନେକ ଲୁଚି ଯାଇଛି।ଏପରି କି ଆବାସିକ ବିଦ୍ୟାଳୟ ଗୁଡିକରେ ନାବାଳିକା ଛାତ୍ରୀମାନଙ୍କୁ ଶାରୀରିକ ଶୋଷଣ କରିବା ନଜିର ରହିଛି ଓ ଅପ୍ରାପ୍ତ ବୟସରେ ଗର୍ଭବତୀ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ଦାବି କରୁଛି ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆଇନ୍ ଅନୁଯାଇ ଅଧ୍ୟକ୍ଷ ଏବଂ କମିଟି ଏହି ଭଳି ଘଟଣା ପୁନରାବୃତ୍ତି ନହେବା ପାଇଁ ଉଚିତ ପଦକ୍ଷେପ ନିଅନ୍ତୁ, ନ୍ୟାୟ ଅପେକ୍ଷାରେ ଥିବା ୧୪ ଜଣ ନିର୍ଯ୍ୟାତିତ ଛାତ୍ରୀମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ, ସାମାଜିକ ଗଣମାଧ୍ୟମ “X” ହ୍ଯାଣ୍ଡଲରେ ଆସୁଥିବା ଏପରି କୌଣସି ଅଭିଯୋଗ ଗୁଡିକୁ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀମାନେ ଦେଖି ଅଣଦେଖା କରୁଛନ୍ତି ଏବଂ କୌଣସି ପଦେକ୍ଷପ ନେଉ ନାହାଁନ୍ତି। ସେମାନଙ୍କୁ ସୋସିଆଲ ମିଡିଆରେ ଅଭିଯୋଗ ଶୁଣିବାପାଇଁଁ ନିର୍ଦେଶ ଦିଆଯାଉ, ଏପରି ଅଭିଯୋଗ ଗୁଡ଼ିକୁ ଗୁରୁତ୍ଵ ଦେଇ ମାମଲା ରୁଜ୍ଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଉ ଏବଂ ରାଜ୍ୟର ମହିଳା କମିଶନ ହେଲ୍ପଲାଇନ ନମ୍ୱର ସଠିକ୍ କାମ କରୁ ନାହିଁ। ଏହି ନମ୍ବର ପରିବର୍ତ୍ତେ ଗୋଟିଏ ମୋବାଇଲ୍ ନମ୍ବର ଦିଆଯାଇ ଦାୟିତ୍ଵବାନ ବ୍ଯକ୍ତିଙ୍କୁ ନିଯୁକ୍ତି କରାଯାଉ। ଦାବିପତ୍ର ଦେବା ସମୟରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନା, ନଗର ସଭାପତି ଦେବାଶିଷ ନନ୍ଦ, ସଦର ବ୍ଲକ ଉପସଭାପତି ଜୟନ୍ତ ଦାସ, ସଦସ୍ୟ ପ୍ରସନ୍ନ ବରାଳ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଦାବି ଗୁଡି଼କୁ ତୁରନ୍ତ ପୂରଣ କରିବାପାଇଁ ଦାବି କରିଥିଲେ ନଚେତ ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବ l

Leave A Reply

Your email address will not be published.

2 × five =