୧୧ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଉଦ୍‌ଯାପନ !

ଢେଙ୍କାନାଳ: ଢେଙ୍କାନାଳ ଚେସ୍ ସଂଘ ଦ୍ୱାରା ଏବଂ ନିଖିଳ ଭାରତ ଓଡିଶା ଚେସ୍ ସଂଘ ଆନୁକୂଲ୍ୟରେଢେଙ୍କାନାଳସ୍ଥିତ ଟାଉନ୍ ହଲ୍ ଠାରେ ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ୧୦ ତାରିଖ ରୁ ଆରମ୍ଭହୋଇ ଆଜି ଶେଷ ହୋଇଛି । ଉଭୟ ଓପନ ବାଳିକା ବର୍ଗରେ ପ୍ରତିଯୋଗିତା ହୋଇଥିବା ଏହି ଟୁର୍ଣ୍ଣାମେଂଟରେ୨୦ଟି ଜିଲ୍ଲାରୁ ୨୫ ବାଳିକା ପ୍ରତିଯୋଗୀଙ୍କ ସହ ମୋଟ୍ ୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।ସେମାନଙ୍କ ମଧ୍ୟରୁ ୩୦ଜଣ ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଖେଳାଳୀ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେମୋଟ୍ ୮ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଓପନ୍ ଓ ବାଳିକା ବର୍ଗରେ ଟପ୍‌ଟେନ୍‌ଙ୍କୁ ପୁରସ୍କାର ରାଶି ଏବଂ ଟ୍ରିଫି ପ୍ରଦାନ କରାଯାଇଅଛି । ଉଭୟ ବର୍ଗରେ ୬,୭,୮,୯ ବର୍ଷ କମ୍ ପ୍ରତିଯୋଗୀଙ୍କୁମଧ୍ୟ ଟ୍ରଫି ପ୍ରଦାନ କରାଯାଇଅଛି । ଏହିପରି ୨୦ ହଜାର ଟଙ୍କା ଅର୍ଥରାଶି ସହ ୫୪ଟି ଟ୍ରଫି ପ୍ରଦାନ କରାଯାଇଅଛି ।ମନିଷ ମିଶ୍ର ପ୍ରଥମ, ସୟାନ୍ସ ଦାସ ଦ୍ୱିତୀୟ, ଶୁଭାଶିଷ ବାରିକ୍ ତୃତୀୟ, ସାକେତ୍ କୁମାର ମାଇତିଚତୁର୍ଥ, ସିଦ୍ଧାର୍ଥ ମଲ୍ଲିକ ପଂଚମ, ସୌଭିକ୍ ପାଢୀ ଷଷ୍ଠ, ଶ୍ରେୟାଂଶ ଦାସ ସପ୍ତମ, ରେୟାନ୍ସ ସାମଲ ଅଷ୍ଟମ,ଆର‌୍ୟାନ୍‌ସ୍ ମିଶ୍ର ନବମ ଏବଂ ଚୌଧୁରୀ ଶୁଭମ୍ ନନ୍ଦ ଦଶମ ସ୍ଥାନ ଅଧିକାର କରିଛନ୍ତି । ଢେଙ୍କାନାଳ ବେଷ୍ଟସାନ୍ ସାତିକ୍ ବେହେରା ପ୍ରଥମ, ଦେବଦତ ଦାସ ଦ୍ୱିତୀୟ ଏବଂ ସୂର୍ଯ୍ୟାବିତ୍ ସାହୁ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତିା ସେହିପରି ବାଳିକା ବିଭାଗରେ ସମିନା ସ୍ୱାଇଁ ପ୍ରଥମ, ସରଧାଭାଗ୍ୟକାମିନୀ ଦ୍ୱିତୀୟ, ପ୍ରିତିକା ପ୍ରଧାନ ତୃତୀୟ,ଆର୍ଶିକା ଦାସ ଚତୁର୍ଥ, ଅନିଷା ଆଚାର୍ଯ୍ୟ ପଂଚମ, ୟେସାସ୍ୱୀ ବିବେକବାରୱେ ଷଷ୍ଠ, ସ୍ନେହସ୍ମିତାରାମ ସପ୍ତମ,ବାହୁବାଳେଦ୍ରୁଶି କାମାକ୍ଷା ଅଷ୍ଟମ, ଅକ୍ଷତା ମିଶ୍ର ନବମ ଏବଂ ଅକ୍ଷରା ଅନ୍ନଗା ଦଶମ ସ୍ଥାନରେ ପୁରସ୍କାର ରାଶିଏବଂ ଟ୍ରଫି ପ୍ରଦାନ କରାଯାଇଛି । ବେଷ୍ଟ ଢେଙ୍କାନାଳରେ ଦିବ୍ୟଙ୍କା ମିଶ୍ର ଏବଂ ଜାନ୍‌ଭି ମିଶ୍ରଙ୍କୁ ଟ୍ରଫି ପ୍ରଦାନକରାଯାଇଛି ।ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାଚେସ୍ ସଂଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ ସଭାପତିତ୍ୱକରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନ ସୋନ୍‌କର ଉଦ୍‌ବୋଧନ ଦେଇଥିଲେ ଏବଂକୃତିଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିରଂଚି ନାରାୟଣ ପାଇଁ, ଚାଟାର୍ଡ ଆକାଉଁଟାଂଟ୍‌ରାଜନାରାୟଣ ତ୍ରିପାଠୀ ଉଦ୍‌ବୋଧନ ଦେଇଥିଲେ । ଚେସ୍ ସଂଘର ଉପସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକଦେବବ୍ରତ ଭଟ୍ଟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସଦସ୍ୟ ସୁଶାନ୍ତ ସ୍ୱାଇଁ, ଅଶୋକ ମିଶ୍ର, ଆଶିଷମିଶ୍ର, ସୁଶାନ୍ତ ଦାସ, ରାଜେନ୍ଦ୍ର ସାମଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଆନ୍ତର୍ଜାତୀୟ ଆର୍‌ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ କୁମାର ମହାନ୍ତି, ସନ୍ତୋଷ କୁମାର ମହାପାତ୍ରଟୁର୍ଣ୍ଣାମେଂଟ୍ ପରିଚାଳନା କରିଥିଲେ । ସତ୍ୟନାରାୟଣ କର ଧନ୍ୟବାଦ ଅର୍ପଣ ଏବଂ ମଂଚ ପରିଚାଳନା କରିଥିଲେ

Leave A Reply

Your email address will not be published.

nine + 7 =