ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ !

ଢେଙ୍କାନାଳ: ଓଡ଼ିଶା ରକ୍ତ କେନ୍ଦ୍ର, ଢେଙ୍କାନାଳ ପରିସରରେ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମହାଦେବ ବାହିନୀର ମିଳିତ ସହଯୋଗରେ ଫାଉଣ୍ଡେସନର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ପ୍ରତ୍ୟେକ ବର୍ଷପରି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶ୍ରୀ ସାହୁ ତାଙ୍କ ଜୀବନର ୪୩ତମ ରକ୍ତଦାନ କରିଥିବା ବେଳେ ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସଞ୍ଜୟ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ ଶିବିରରେ ବରିଷ୍ଠ ଡ଼ା. ରଞ୍ଜନ କୁମାର ସାମଲ, ରକ୍ତ କେନ୍ଦ୍ରର ଅଧିକାରୀ ଡ଼ା. ସ୍ୱରୂପ ରଞ୍ଜନ ସାହୁ, ଅନୁଷ୍ଠାନର ଶୁଭେଚ୍ଛୁ ବିରଞ୍ଚି ନାରାୟଣ ପାଣି, ରୋଟାରିଆନ ରାଜକିଶୋର ବେହେରା, ତପନ କୁମାର ପାଲ, ଡ଼ ରଜନୀକାନ୍ତ ତରାଇ, ରଞ୍ଜନ କୁମାର ନାୟକ, କାଦମ୍ବିନୀ ମହାକୁଡ଼, ଶକ୍ତି ବାହିନୀର ସଦସ୍ୟା ସଂଗୀତା ସାହୁ, ମହାଦେବ ବାହିନୀର ସତ୍ୟଜିତ ଦଳେଇ ପ୍ରମୁଖସାମିଲ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରକ୍ତଦାତାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମସ୍ତ ରକ୍ତଦାତାମାନଙ୍କୁ ମୁଖ୍ୟଅତିଥି ଚାରା ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଶିବିରକୁ ରକ୍ତ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସମେତ, ଗୁରୁଦେବଜୀ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ଇନ୍ଦ୍ରଜିତ ସାହୁ, ରେଡ଼ ଡୋନର କ୍ଲବର ସଂଯୋଜକ ଲିଟୁ ଦେହୁରୀ, ଶକ୍ତି ବାହିନୀର ସୁନନ୍ଦା ବେହେରା, ଋତୁପର୍ଣ୍ଣା ମଲ୍ଲିକ, ରାଜଲକ୍ଷ୍ମୀ ଜେନା, ମହାଦେବ ବାହିନୀର ସାଇଦର୍ଶନ ମାଟି, ପ୍ରତାପ ନାଏକ, ନାରାୟଣ ନାୟକ, ସନ୍ଦୀପ କର, ଭାରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five − 4 =