ଗୌତମ ବିହାରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୯ତମ ପ୍ରତିଷ୍ଠା ଦିବସ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ଗୌତମ ବିହାରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୯ତମ ପ୍ରତିଷ୍ଠା ଦିବସ ୧୧ତାରିଖ ଦିନ ବୌଦ୍ଧିକ ମଣ୍ଡପରେ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ପୂର୍ବତନ ଆଚାର୍ଯ୍ୟ ତଥା ଅଖିଳ ଭାରତୀୟ ବୈଦିକ ଗଣିତ ସହ ସଂଯୋଜକ ପ୍ରସନ୍ନ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଗଣେଶ ବନ୍ଦନାର ତାଳେ ତାଳେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସମ୍ପାଦକ ଶଶିଭୂଷଣ ଭୂଷଣ ବେହେରା ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁ ମନ୍ଦିରର ସ୍ଥାୟୀ ସଭାପତି ସୁକୁମାର ବିଶ୍ବାଳ ପରିଚାଳନା କମିଟିର ସଦସ୍ୟ ମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିବା ସହ ଶୈଖିକ ବ୍ୟବସ୍ଥାର ପରିଚାଳନା ଯେତେ ଭଲ ହେବ ଶିକ୍ଷାର ମାନ ସେତେ ଭଲ ହେବ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ, ନୂତନ ଓ ପୁରାତନ ପରିଚାଳନା ସମିତିର ସଦସ୍ୟ, ମାତୃ ଭାରତୀ , ବହୁ ଶୁଭେଚ୍ଛୁ , କାର୍ଯ୍ୟରତ ଗୁରୁଜୀ ଓ ଗୁରୁମା ସମେତ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ମାନେ ଶୁଭଚିନ୍ତକ ଭାବେ ଉପସ୍ଥିତ ରହି ଅନୁଷ୍ଠାନର ସ୍ମୃତି ଚାରଣ କରିଥିଲେ । ଏଥିରେ ଉପସଭାପତି ତ୍ରିଲୋଚନ ମିଶ୍ର , ଯୁଗ୍ମ ସମ୍ପାଦକ ମନୋଜ କୁମାର ପ୍ରଧାନ , କୋଷାଧ୍ୟକ୍ଷ ସୁରେଶ କୁମାର ସାହୁ, ବିମଳ ପ୍ରଧାନ , ଦିପ୍ତିମୟୀ ପତି, ମୌସୁମୀ ବେହେରା , କିର୍ତ୍ତିମୟୀ ଦାସ , ପୂର୍ବତନ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରୀପାଠୀ, ଡାକ୍ତର ଚୈତନ୍ୟ ସାହୁ, ଡାକ୍ତର ପଣ୍ଡିତ କର, ଅଥୟ କୁମାର ସାମଲ ଓ ମଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର କାର୍ଯ୍ୟଶୈଳୀ ଓ ରୂପରେଖ ସମ୍ପର୍କରେ ଅବତାରଣା କରିଥିଲେ । ପରିଶେଷରେ ସଭାପତି ସୁକୁମାର ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦୀପକ କୁମାର ନାୟକ, ହିନ୍ଦୋଳ

Leave A Reply

Your email address will not be published.

4 × 4 =