ତଥ୍ୟ ଭିତ୍ତିରେ ଢେଙ୍କାନାଳ ପ୍ରତିଷ୍ଠା ଦିବସ ପାଇଁ ଗଠନ ହେଲା ଢେଙ୍କାନାଳ କ୍ରିୟାନୁଷ୍ଠାନ କମିଟି !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅନେକ ପ୍ରମୁଖ ସାହିତ୍ୟ ଏବଂ ସାମାଜିକ ସଂଗଠନ ମାନଙ୍କର ମିଳିତ ପ୍ରୟାସ ରେ ଜନ୍ମ ସ୍ଥାନ ଢେଙ୍କାନାଳର ପ୍ରତିଷ୍ଠା ଦିବସ ଇତିହାସ ର ତଥ୍ୟ ସଂଗ୍ରହ କରି ସମାଜର ସବୁ ବର୍ଗର ଵ୍ୟକ୍ତି ବିଶେଷ ଙ୍କ ସହମତି ଏବଂ ସହଯୋଗ ରେ ନିର୍ବିବାଦୀୟ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଲେ| ଢେଙ୍କାନାଳ ଥିଙ୍କର୍ସ ଫୋରମ, ଢେଙ୍କାନାଳ ସଚେତନ ନାଗରିକ ଫୋରମ ଏବଂ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ଦ୍ୱାରା ଆହୁତ ଏହି ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ସ୍ବର୍ଣ୍ଣ ତାରା ପୂଜ୍ୟ ପୂଜା ସଂସଦ, ଜିଲ୍ଲା ଲେଖକ ସଂସଦ, ଭାରତ ମାତା ସେବା ଅନୁଷ୍ଠାନ, ବଳଦେବ ଜୀଉ କ୍ଳବ, ଜନ ସଂଖ୍ୟା ଫାଉ ଣ୍ଡେସନ, ଢେଙ୍କାନାଳ, ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ, ଢେଙ୍କାନାଳ ଆଦି ଅନେକ ଛାମୁଆ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସୋମେନ୍ଦୁ ଶତପଥି, ଦେବୀ ପ୍ରସନ୍ନ ପାଣି, ଅବିନାଶ ପଟ୍ଟନାୟକ କବି ଜ୍ଞାନେନ୍ଦ୍ର ସାହୁ, ବସନ୍ତ ପଟ୍ଟନାୟକ, ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର, ଖିରୋଦ ନାୟକ, ଫକୀର ଚରଣ ସାହୁ, ସୁବାସ ଚନ୍ଦ୍ର ଦାସ, ଭରତ କୁମାର ଦାସ, ଅମ୍ବିକା ମିଶ୍ର, ଗୁପ୍ତେଶ୍ୱର ମିଶ୍ର, ବାବୁ ଚାନ୍ଦ ମହାଳିକ, କଲ୍ୟାଣ କାନୁନଗୋ ଶରତ କୁମାର ସାହୁ ପ୍ରମୁଖ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜସ୍ୱ ମତ ରଖିଥିଲେ|ମହିଳା ସଦସ୍ୟ ଭାବେ ସୁନିତା ପଟ୍ଟନାୟକ ସସ୍ମିତା ରାଉତ ବିଳାସିନୀ ଶତପଥି ଏବଂ ଉଷାରାଣୀ ଦାସ ଉପସ୍ଥିତ ଥିଲେ| ଢେଙ୍କାନାଳ ପ୍ରତିଷ୍ଠା ଦିବସ ପାଳନ ପାଇଁ ସଠିକ ତଥ୍ୟ ସଂଗ୍ରହ ପାଇଁ ସମସ୍ତ ସଦସ୍ୟମାନଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଗଲା| ଉକ୍ତ କମିଟିର ସଭାପତି ଭାବେ ବରିଷ୍ଠ ଆଇନୀଜୀବି ଦୀପକ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଭାବେ ଆଇନଜୀବି ପ୍ରକାଶ ଚନ୍ଦ୍ର ରାଉତ, ପ୍ରସାରଣ ବିଭାଗ ପାଇଁ ବୈକୁଣ୍ଠ ନାଥ ଦ୍ବିବେଦୀ ମନୋନୀତ ହେଲେ | ସମସ୍ତ ଅନୁଷ୍ଠାନ ର ସଭାପତି, ମାନଙ୍କ ସହିତ, ଜ୍ଞାନେନ୍ଦ୍ର ସାହୁ, ଶରତ କୁମାର ସାହୁ, ଅଧ୍ୟାପକ ପ୍ରଦୀପ ମହାପାତ୍ର, ସୁନିତା ପଟ୍ଟନାୟକ, ସସ୍ମିତା ରାଉତ, ଉଷା ରାଣୀ ଦାସ ପ୍ରମୁଖ କମିଟି ସଦସ୍ୟ ଭାବେ ମନୋନୀତ ହେଲେ | ବିଳମ୍ବ ହେଲେ ମଧ୍ୟ ତାଳପତ୍ର ପୋଥି ଏବଂ ଇତିହାସ ପଢି ଐତିହାସିକ, ଗବେଷକ, ସାମ୍ବାଦିକ, ଲେଖକ, ଶ୍ରମିକ, କୃଷକ ସମସ୍ତ ବ୍ୟକ୍ତି ମାନଙ୍କ ମତ, ଗବେଷଣା ଏବଂ ସହଯୋଗ ରେ ଢେଙ୍କାନାଳ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ନୂତନ ଭାବେ ଗଠିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଲା|

Leave A Reply

Your email address will not be published.

six + six =