ଦେବର୍ଶୀ ନାରଦ ଜୟନ୍ତୀ ଉତ୍ସବ ଅବସରରେ ନିର୍ଭିକ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଓ ଯୁବ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା !
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ଦେଉଳସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ସମ୍ବାଦକେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦେବର୍ଷୀ ନାରଦ ଜୟନ୍ତୀକୁ ପାଳନ କରାଯାଇଛି । ଗତ ୦୯.୦୭.୨୦୨୫ ରିଖ ସଂଧ୍ୟା୬ଟା ସମୟରେ ଏହି ଉତ୍ସବକୁ ପାଳନ କରିବାକୁ ଜିଲ୍ଲା ସଂଗଠନର ଆବାହକ ଅଶୋକ କୁମାର ଭଞ୍ଜଙ୍କ ଦକ୍ଷ ନେତୃତ୍ୱରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀ, ଲେଖକ, ସ୍ତମ୍ବକାର ଓ ପତ୍ରକାରମାନଙ୍କୁ ଏକତ୍ରିତ କରାଯାଇଥିଲା । ଦେବର୍ଶୀ ନାରଦଙ୍କର ବାର୍ତା ପରିବହନର କୌଶଳ ପ୍ରଶସ୍ତ ଧାର୍ମିକ ମାର୍ଗରେ ନ୍ୟାୟିକ ସୁବ୍ୟବସ୍ଥାକୁ ସୁଦୃଢ କରି ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିଥିବା ମୁଖ୍ୟ ବିଷୟବସ୍ତୁ ଥିଲା । ତିନି ଯୁଗରେ ଦେବର୍ଷୀଙ୍କ କାର୍ଯ୍ୟ କୌଶଳର ସତ୍ୟ ଆଧାରିତ ତଥ୍ୟ ପ୍ରମାଣକୁ ଦର୍ଶାଇ ଆଲୋଚନା କରାଯାଇଥିଲା । ଉପସ୍ଥିତ ମଂଚାସୀନ ମୁଖ୍ୟ ଅତିଥି ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ରତନ ନାୟର ଏହାକୁ ସହମତି ପ୍ରଦାନ କରିଥିଲେ । ରାଷ୍ଟ୍ରଦୀପ ସାପ୍ତାହିକ ପତ୍ରିକାର ସମ୍ପାଦକ ଚିତରଞ୍ଜନ ମହାପାତ୍ର ମୁଖ୍ୟବକ୍ତା ଭାବେ ଦାୟିତ୍ୱ ନେଇଥିଲେ । ରାଷ୍ଟ୍ରଦୀପ ସାପ୍ତାହିକ ପତ୍ରିକାର କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ଦୀପକ ପ୍ରସାଦ ପଟ୍ଟନାୟକ ମଂଚ ସଂଯୋଜନା ଓ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ଏଠାରେ ପ୍ରକାଶଥାଏ କି, ନୀତି ଜ୍ଞାନ, ଧର୍ମ ଜ୍ଞାନ, ଘଟଣାର ମୁଖ୍ୟ କାରଣ ସହ ସମ୍ପର୍କିତ ଇତିହାସର ଅତୀତ, ବର୍ତମାନ ଓ ଭବିଷ୍ୟତ ବିଷୟର ଜ୍ଞାନକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି ଖବର ପରିବେଷଣ କରିବା ବର୍ତମାନ ସମୟରେ ଜରୁରୀ ହୋଇପଡିଛି । ଧାରାବାହିକ ଭାବେ ଲୋକମାନଙ୍କୁ ନିସ୍ୱାର୍ଥପର ସେବା ଯୋଗାଇବା ପାଇଁ ବିଭିନ୍ନ ସ୍ତରରେ ସାମ୍ବାଦିକମନେ ସୁସଂପର୍କ ଆଧାରରେ କାର୍ଯ୍ୟ କରିବା ଦରକାର । ଶକ୍ତିଶାଳୀ ରାଷ୍ଟ୍ର ଗଠନର ମୁଖ୍ୟ ଭୂମିକା ରୂପେ ସାମ୍ବାଦିକମାନଙ୍କ ପ୍ରାଥମିକ କର୍ତବ୍ୟ ରହିଅଛି । ଯାହାକି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଦେବର୍ଷୀ ନାରଦଙ୍କର ତିନୋଟି ଯୁଗରେ ମାନବ, ଦାନବ ଓ ଦେବତାମାନଙ୍କର ପ୍ରିୟ ହୋଇ ପ୍ରଶସ୍ତ ଧର୍ମଜ୍ଞାନ ଆଧାରରେ ନିସ୍ୱାର୍ଥପର ସମ୍ବାଦ ପରିବେଷଣର ଭିତିପ୍ରସ୍ତର ସ୍ଥାପନା କରି ନାୟିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ଭାତୃ ଓ ମୈତ୍ରୀ ଭାବନାରେ ସମସ୍ତଙ୍କୁ ବାନ୍ଧି ରଖି ସତ୍ କର୍ମରେ ନିୟୋଜିତ କରିବା ପାଇଁ ସତ୍ୟ, ଧର୍ମ, କର୍ତବ୍ୟନିଷ୍ଠା, ନିସ୍ୱାର୍ଥପର ସେବା ସହ ସୁଶାସନ ପ୍ରଣାଳୀ, ଉତମ ଅର୍ଥ ବ୍ୟବସ୍ଥା, ସମାଜରେ ବର୍ଣ୍ଣ ବ୍ୟବସ୍ଥା, କର୍ତବ୍ୟବୋଧତା ସଂପର୍କୀତ କାର୍ଯ୍ୟକୁ ଗୁରୁତ୍ୱ ଦେଇ ସମ୍ବାଦ ପରିବହନ କରିଥିଲେ । ଏଣୁ ସଠିକ୍ ସମୟରେ ସଠିକ୍ ବ୍ୟକ୍ତିଙ୍କ ପାଖରେ ସ୍ୱଳ୍ପ ସମ୍ବାଦ ପରିବେଷଣ କରିବା, ଏହାର ସମାଧାନ ବିଷୟରେ ବିଚାର ବିମର୍ଶ କରି ସଠିକ୍ ମାର୍ଗ ଦର୍ଶାଇବା କାରଣରୁ ଦେବର୍ଷୀ ସର୍ବତ୍ର ପ୍ରିୟ ହୋଇପାରିଥିଲେ । ଏହିସବୁ ଘଟଣାର ସତ୍ୟ ତଥ୍ୟ ପ୍ରମାଣ ହିସାବରେ ତ୍ରେତୟା ଯୁଗରେ ରାମାୟଣର ବାଳକାଣ୍ଡର ପ୍ରଥମ ୫ଟି ଶ୍ଲୋକରେ ୧୬ଗୋଟି ପ୍ରଶ୍ନର ଉତର ଅଦ୍ୟାବଧି ପ୍ରାସଙ୍ଗିକ ଥିଲାବେଳେ ଦ୍ୱାପର ଯୁଗରେ ମହାଭାରତ ଶ୍ଲୋକ କ୍ରମାଙ୍କ ୧୨ ରୁ ୧୧୨ ମଧ୍ୟରେ ୧୨୩ ଗୋଟି ପ୍ରଶ୍ନୋତର ଯୁଧିଷ୍ଠିର ମହାରାଜଙ୍କ ସହ ଦେବର୍ଶୀ ନାରଦଙ୍କ ଆଲୋଚନା ହୋଇଥିବାର ପ୍ରମାଣ ରହିଅଛି । ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ୧୯୮୨ ମସିହାରୁ ନିଷ୍ଠାପର ଭାବେ ନିର୍ଭିକ ସାମ୍ବାଦିକତା କରିଆସୁଥିବା ଜିଲ୍ଲାର ବରିଷ୍ଠ ପତ୍ରକାର କୃଷ୍ଣ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ମିଶ୍ର ତାଙ୍କ ଜୀବନରେ କରିଥିବା ନିର୍ଭିକ ସାମ୍ବାଦିକ କିଛି ଅଭୂଲା ସ୍ମୃତିକୁ ଉପସ୍ଥାପନା କରି ଶ୍ରୀ ମହାପାତ୍ରଙ୍କର ବକ୍ତବ୍ୟକୁ ସମର୍ଥନ ଜଣାଇଥିଲେ । ୧୯୮୪ ମସିହାରୁ ବରିଷ୍ଠ ସାମ୍ବାଦିକ, ଆଇନ୍ ଶିକ୍ଷକ ଭାବେ ଓ ପରବର୍ତୀ ସମୟରେ ସାମ୍ବାଦିକମାନଙ୍କର ଶିକ୍ଷକ ରୂପେ କାର୍ଯ୍ୟ କରିବା ପରେ ଜିଲ୍ଲାର ଜନକଲ୍ୟାଣରେ ନିସ୍ୱାର୍ଥପର ସାମ୍ବାଦିକତାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସହ ସୁ-ସଂପର୍କ ରଖି ରାଜନେତା, ବୁଦ୍ଧିଜୀବୀ, ସାଧାରଣ ଜନତା, ଧାର୍ମିକ ମଠ ମନ୍ଦିରର ସର୍ବାଙ୍ଗ ଉନ୍ନତି ଦିଗରେ ପ୍ରଦ୍ୟୁମ୍ନ ରଥ ମହର୍ଷୀଙ୍କ ପରି ଖବର ଆଦାନ ପ୍ରଦାନର ସୁନ୍ଦର ବ୍ୟବସ୍ଥା କରିଥିଲେ । ଶ୍ରୀ ମହାପାତ୍ରଙ୍କ ବକ୍ତବ୍ୟକୁ ସର୍ବ ସମ୍ମୁଖରେ ସ୍ୱଳ୍ପ ଅଭିଭାଷଣ ରଖି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ଯୁବ ବର୍ଗରେ ଥିବା ନିର୍ଭିକ, ଉଚ୍ଚ ଶିକ୍ଷିତ ସାମ୍ବାଦିକ ଇଂ. ସୌମ୍ୟବ୍ରତ ସାହୁ ତାଙ୍କ ଜୀବନରେ ୨୧ଜଣ ଯୁବକଙ୍କୁ ନିର୍ଭିକ ସାମ୍ବାଦିକତା ଶିକ୍ଷା ଦେଇଥିବାବେଳେ ଜିଲ୍ଲା ବାହାରେ ଓ ଭିତରେ ଅନେକ ମଠ ମନ୍ଦିରର ଉନ୍ନତି ପାଇଁ ଖବର ପରିବେଷଣ କରିଥିବା କାରଣରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କ ଅଭିଭାଷଣରେ ନିଷ୍ଠାପର ନିର୍ଭିକ ସମ୍ବାଦ ପରିବେଷଣ କରିବାର କଳା ଏବଂ କୌଶଳ ତାଙ୍କ ବାପାଙ୍କ ଠୁଁ ପ୍ରେରଣା ପାଇଥିବା କଥା ପ୍ରକାଶ କରିଥିଲେ । ସେ ତାଙ୍କ ଜୀବନରେ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ନିଃଶୁଳ୍କ, ନିର୍ଭିକ ଭାବେ ଖବର ପ୍ରସାରଣ କରିବାକୁ ଏହି ସଭାରେ ନିଜର ପ୍ରଧାନ କର୍ତବ୍ୟ ବୋଲି ମତ ପ୍ରକାଶ କରିଥିଲେ ।