ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଆରମ୍ଭ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଚେସ୍ ସଂଘ ଦ୍ୱାରା ଏବଂ ନିଖିଳ ଓଡିଶା ଚେସ୍ ସଂଘ ଆନୁକୂଲ୍ୟରେ ଢେଙ୍କାନାଳ ସ୍ଥିତ ଟାଉନ୍ ହଲ୍ ପରିସରରେ ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛିା ଚଳିତ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତା ଅଲ୍ ଇଣ୍ଡିଆଚେସ୍ ଫେଡେରେସନ୍ ଏବଂ ଭିଡେ ଦ୍ୱାରା ସ୍ୱିକୃତି ଲାଭ କରି ରେଟିଂ ଟୁର୍ଣ୍ଣାମେଂଟ୍‌ର ମାନ୍ୟତା ଲାଭ କରିଛି ।ଉଭୟ ଓପନ୍ ଏବଂ ବାଳିକା ବର୍ଗରେ ଅନୁଷ୍ଠିତ ହେଉଥିବା ଉକ୍ତ ପ୍ରତିଯୋଗିତାରେ ୨୦ଟି ଜିଲ୍ଲାରୁ ୨୫ ବାଳିକାପ୍ରତିଯୋଗୀଙ୍କ ସହ ମୋଟ୍ ୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ଜଣ ଆନ୍ତର୍ଜାତୀୟମାନ୍ୟତାପ୍ରାପ୍ତ ଖେଳାଳୀ ଅନ୍ତର୍ଭୁକ୍ତ । ପ୍ରତିଯୋଗିତାରେ ମୋଟ୍ ୮ ରାଉଣ୍ଡ ଖେଳ ଅନୁଷ୍ଠିତ ହେବ । ପ୍ରତିଯୋଗିତାରେମୋଟ୍ ୨୦ ହଜାର ଟଙ୍କାର ନଗଦ ଅର୍ଥରାଶି ସହ ମୋଟ୍ ୫୪ଟି ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ । ଆଜିଅନୁଷ୍ଠିତ ହୋଇଥିବା ପ୍ରଥମ ରାଉଣ୍ଡରେ ଓପନ୍ ବର୍ଗରେ ମନିଶ୍ ମିଶ୍ର, ଚୌଧୁରୀ ଶୁଭମ୍ ନନ୍ଦ, ହୃଦେଶପାଣିଗ୍ରାହୀ, ପ୍ରିୟଙ୍କର ମୁଦୁଲି, ଶୁଭାଶିଷ ବାରିକ, ରେୟାଂଶ ସାମଲ, କୁଶାଗ୍ର ଦିକ୍ଷିତ୍‌, ଅର୍‌ଚିଶ୍‌ମାନ ନାଥ,ସିଦ୍ଧାର୍ଥ ମଲ୍ଲିକ, ସାଇ ଅମ୍ରିତ୍ ପଟୁଆରୀ, ଶ୍ରେୟାଂଶ ଦାସ, ସତ୍ୟମ ରାଉତ, ସୁଜାଦିତ୍ୟ ସାହୁ, ଶ୍ରୀହନ୍ ପଣ୍ଡା,ତନୁ ଶାସ୍ୱତ ଭେଲ୍‌ଗା, ରୟାନ୍ ଭରଦ୍ୱାଜ୍ ପାଢୀ, ଦିବ୍ୟେଶ ମହାପାତ୍ର, ଅଂଶୁମାନ ତରାଇ, ଅଂଶୁମାନ ମିଶ୍ର,ବାଳିକା ବର୍ଗରେ ଆର୍‌ୟା ମହାନ୍ତି, ଅନିଶା ଆଚାର୍ଯ୍ୟ, ଅର୍‌ନିଶ ଦାଶ, ପ୍ରେରଣା ପ୍ରିୟମ୍ବଦା ବେହେରା, ରାଜଭିଶ,ସାରଦା, ଆରାଧ୍ୟା, ଅକ୍ଷରା, ସାମିନା, ସ୍ନେହାସ୍ମିତା ପ୍ରମୁଖ ବିଜୟୀ ହୋଇ ମିଳିତ ଭାବେ ଅଗ୍ରଣୀ ଲାଭ କରିଛନ୍ତିା ଉକ୍ତ ପ୍ରତିଯୋଗିତାକୁ ଆନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ କୁମାର ମହାନ୍ତି ଏବଂ ସନ୍ତୋଷକୁମାର ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି ।ଢେଙ୍କାନାଳ ଜିଲ୍ଲାର ଚେସ୍ ସଂଘର ସଭାପତି ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ରୋଟାରୀ କ୍ଲବ୍‌ସଭାପତି ରୋଟାରିଆନ୍ ସାଗରିକା ମିଶ୍ର ଏବଂ ସମ୍ମାନିତ ଅତିଥି ରମଣି ରଞ୍ଜନ ସେନ୍ (ପ୍ରୋଗ୍ରାମ୍ ମ୍ୟାନେଜରରିଲାଏନ୍ସ ଫାଉଣ୍ଡେସନ୍‌), କଲ୍ଲୋଳ ବେହେରା (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ଲାଂଟ୍ ହେଡ୍‌), ମୁଖ୍ୟ ଆର୍‌ବିଟରସୁରେଶ ଚନ୍ଦ୍ର ସାହୁ, ଆନ୍ତର୍ଜାତିକ ଚେସ୍ ଖେଳାଳୀ ଏସ୍‌. ସତ୍ୟକାମ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ସଂଘର ସଂପାଦକ ଇଂ. ଦେବବ୍ରତ ଭଟ୍ଟ ସମ୍ପାଦକୀୟ ବିବରଣୀ ପାଠକରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସୁଶାନ୍ତ କୁମାର ସ୍ୱାଇଁ, ଅଶୋକ ମିଶ୍ର, ସୁଶାନ୍ତ ଦାସ, ରାଜେନ୍ଦ୍ରନାରାୟଣ ସାମଲ, ପ୍ରିୟଙ୍କା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସତ୍ୟନାରାୟଣ କର ମଂଚ ପରିଚାଳନା କରିଥିଲେ !

Leave A Reply

Your email address will not be published.

twelve + four =