ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାଂସୃତିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ ଓ ଛାୟାଟ୍ରେଡର୍ସ ମିଳିତ ଆନୁକୂଲ୍ୟରେ \”ରକ୍ତଦାନ ଆପଣାଅ, ସଭିଙ୍କ ଜୀବନ ବଂଚାଅ\’କୁ ଆପଣାଇ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡାପଡା ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୭୦ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲାା ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ କୁସୁପଙ୍ଗାଗ୍ରାମପଂଚାୟତ ସରପଂଚ ଅନିତା ନାୟକ, କଂଟାବଣିଆଁ ଭାରପ୍ରାପ୍ତ ଅଧିକାରୀ ତୁଳସୀ ଭୂୟାଁ ଓ ଉପ-ନିରୀକ୍ଷକ ଏନ୍. ଖାନ୍,ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ମୁଖ୍ୟ ସୌରଭ କୁମାର, ଧର୍ମାନନ୍ଦ ସେନାପତି, ପର୍ବତ ଆରୋହିଣୀ ବିଭାରାଣୀ ପାତ୍ର ଯୋଗଦେଇଥିବାବେଳେ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଦୀପକ କୁମାର ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସ୍ମିତା ପ୍ରିୟଦର୍ଶିନୀ ଷଡଙ୍ଗୀ ଓ ନିର୍ଦ୍ଦେଶିକା ଶୁଭଦର୍ଶିନୀ ପରିଡା ଏବଂ ଛାୟା ଟ୍ରେଡର୍ସର ମୁଖ୍ୟ ଚିତରଞ୍ଜନ ନାଥ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପ୍ରିରଞ୍ଜ ନାଥ, ରାଜେଶ ପଣ୍ଡା, ଅକ୍ଷୟ ନାୟକ, ନିଶିକାନ୍ତ ମାଝୀ, ଅନିଲ୍ଦାସ, ବିଜୟ ବରାଳ, ପ୍ରମୋଦ କୁମାର ନାୟକ ଓ ମାନସ ନାୟକ ପ୍ରମୁଖ ସହଯୋଗ କରିଥିଲେ । ରକ୍ତ ଭଣ୍ଡାର ତରଫରୁ ଡା.ସ୍ୱରୂପ ରଞ୍ଜନ ସାହୁ, ବିନୋଦିନୀ ଯୋଗାଣିଆ, କାର୍ତିକ ପଣ୍ଡା, ଆଟେଂଡାଂଟ୍ ତପନ୍ ଜେନା ଓ ବାହାନ ଚାଳକ ଅଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।