ଅପହଞ୍ଚ ଗାଁକୁ ନାଳ ପାରି ଚାଲିଚାଲି ଗଲେ ଜିଲ୍ଲାପାଳ !

ଢେଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲାର କଠିନ ଓ ଅପହଞ୍ଚ ଅଞ୍ଚଳକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଗସ୍ତ କରି ଅଭିନବ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେ ଏହି ଗସ୍ତ ସମୟରେ କଙ୍କଡାହାଡ଼ ବ୍ଲକର କାନ୍ତୁଲ ପଞ୍ଚାୟତର ଏକୁଲ, ସେକୁଲ ଓ ପୁଟିପାଳ ଗ୍ରାମକୁ ଯିବାପାଇଁ ଆଣ୍ଟା ପିଛୁଳି ନାଳ ପାରି ହୋଇ ଚାଲିଚାଲି ଗାଁକୁ ପହଞ୍ଚିଥିଲେ।

ଏହି ଦୁର୍ଗମ ଗାଁମାନେ ଏପର୍ଯ୍ୟନ୍ତ ଅନେକ ସୁବିଧାରୁ ବଞ୍ଚିତ। ଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତ ସହିତ ଲୋକେ ବେଶ ଖୁସି ହୋଇଥିଲେ। ସେ ଗ୍ରାମବାସୀଙ୍କ ସହ ଅନେକ ସମୟ ଅତିବାହିତ କରି ସେମାନଙ୍କ ସମସ୍ୟା ଏବଂ ଆବଶ୍ୟକତା ବୁଝିଲେ।

ଏହି ଗସ୍ତ ସହିତ ଜିଲ୍ଲାପାଳ ଗ୍ରାମରେ ଉପସ୍ଥିତ ଥିବା ମେଡ଼ିକାଲ ଟିମ ଦ୍ୱାରା ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଗଲା।ଏହି ଅବସରରେ ବିଡ଼ିଓ ଯଶୋବନ୍ତ ଦେହୁରୀ, ତହସିଲଦାର ସୌଦାମିନୀ ନାୟକ, ବ୍ଲକ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ସାକ୍ଷାତ୍କାର ଓ ସହଯୋଗ ଦ୍ୱାରା ଗ୍ରାମବାସୀ ଆଶା ଓ ଆତ୍ମବିଶ୍ୱାସ ରଖିଛନ୍ତି।ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ସରକାରୀ ପ୍ରଶାସନ ଓ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ବଢ଼ାଇଛି।

Leave A Reply

Your email address will not be published.

16 − eight =