ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜ଼ିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ ଜ଼ିଲ୍ଲାସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜ଼ିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହାକୁ ସଭାପତିତ୍ୱ କରିଥିଲେ ଉପନିବନ୍ଧକ ସମବାୟ ସମିତି ସମୂହ ଢେଙ୍କାନାଳ ଉମାଶଙ୍କର ଦାସ, ତତ ସହିତ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ଦାସ, ଜ଼ିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଦାସ, ଏ ଆର ସି ଏସ ହିନ୍ଦୋଳ ଶ୍ରୀଯୁକ୍ତ ବିରଜାନନ୍ଦ ଦାଶ , ଏ ଆର ସି ଏସ କାମାକ୍ଷାନଗର ଶ୍ରୀଯୁକ୍ତ ଅମରର୍ଜେୟ ଦାସ, ଏ ଆର ସି ଏସ ଢେଙ୍କାନାଳ ସୁଶ୍ରୀ ଅନନ୍ୟା ଶର୍ମା,ଜ଼ିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଅନଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କ ର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପରିଡା, ଚାଷୀ ଓ ସମବାୟ ସମିତି ର କର୍ମକର୍ତ୍ତା ଉପସ୍ଥିତ ଥିଲେ ଜେନେରାଲ ମ୍ୟାନେଜର ଓମଫେଡଶ୍ରୀଯୁକ୍ତ ପ୍ରିୟବ୍ରତ ତରିଆ, ଏହି କର୍ମଶାଳାର ବହୁରାଜ୍ୟ ସମବାୟ ସମିତି ଭିତରେ ଭାରତୀୟ ବୀଜ ସମବାୟ ସମିତି ଲିମିଟେଡ଼, ଜାତୀୟ ସମବାୟ ରପ୍ତାନି ଲିମିଟେଡ଼,ଜାତୀୟ ସମବାୟ ଜୈବିକ ଲିମିଟେଡ଼ର ଉଦ୍ଦେଶ୍ୟ ଓ ସଭ୍ୟ ହେବାର ଉପାଦେୟତା ବିଷୟରେ ଆଲୋଚନା ହୋଇଥିଲା | ସୋସାଇଟି କୁ ବହୁମୁଖୀ କରିବା ନିମନ୍ତେ ସେଥିରେ ଚାଷୀ ଅନୁକୁଳିତ ବ୍ୟବସାୟ ମାନ ସଂଯୋଗ ଉପରେ ବିଷଦ ଆଲୋଚନା ବିମର୍ଶ ହେଲା | ଆଜିର ସମୟରେ ଜନ ସେବା କେନ୍ଦ୍ରର ଆବଶ୍ୟକତା, ଫସଲ ବୀମା ଯୋଜନା, ଋଣ ଲଗାଣ ର ବିବିଧିକରଣ,ନୂତନ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଓ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର ଆବଶ୍ୟକତା ବକ୍ତା ମାନଙ୍କ ଦ୍ୱାରା ସ୍ଥାନିତ ହେଲା | ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ କୃଷି ଭିର୍ତ୍ତିକ ପର୍ଯ୍ୟଟନ ଉପରେ କୃଷି ଅଧିକାରୀ ଉତ୍ଥାପନ କଲେ, ଆଗକୁ ଆସୁଥିବା ଖରିଫ ପଞ୍ଜିକରଣ ଉପରେ ଜ଼ିଲ୍ଲା ଯୋଗାଣ ଅଧିକାରୀ ବକ୍ତବ୍ୟ ରହିଲେ | ଶେଷରେ ସମବାୟ ଆନ୍ଦୋଳନ କୁ ଗତିଶୀଳ ଓ ମଜବୁତ କରିବାକୁ ଉପନିବନ୍ଧକ ଆହ୍ୱାନ କଲେ, ଏହି ସମୟରେ ମଞ୍ଚ ପରିଚାଳନା କରୁଥିଲେ ସନ୍ତୋଷ ପ୍ରଧାନ | ଏହି ଅବସରରେ 9 ଜଣ କେ ସି ସି ଚାଷୀଙ୍କୁ 2.45ଲକ୍ଷ ଓ 2 ସ୍ୱୟଂ ସହାୟକ ଗୋଷ୍ଠୀ କୁ 11 ଲକ୍ଷ ଋଣ ବଣ୍ଟନ କରାଯାଇଥିଲା |

Leave A Reply

Your email address will not be published.

five × two =