ଢେଙ୍କାନାଳ: ସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା ଉଦ୍ଘାଟିତ ହୋଇଯାଇଅଛି । ୫ମସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୁଧିର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଢେଙ୍କାନାଳ ପୌର ଉପାଧ୍ୟକ୍ଷା ପ୍ରକାଶ ଚନ୍ଦ୍ର କୁଅଁର, ସାମ୍ବାଦିକ ରତନ ନାୟାର, ଦେବାଶିଷମିଶ୍ର ପ୍ରମୁଖ ଉପସ୍ଥିତ ରହି ଭଜନ ସମାରୋହକୁ ଉଦ୍ଘାଟନ କରିଥିଲେ । ଭଜନ ସଂଧ୍ୟାଟି ଡଃ ବିଧାନ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ସଂସଦତ ରଫରୁ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରର ଭକ୍ତିପୂର୍ଣ୍ଣ ଭଜନ ସଂଧ୍ୟା ତରଫରୁ ବିଜୟ କୁମାର, ଲିମା, ଆଶିଷ, ଅସିମା, ବିଷ୍ଣୁ, ଢେଙ୍କାନାଳମାଟିର ପୁଅ ଅଂଶୁମାନ୍ ଭରଦ୍ୱାଜ ପ୍ରମୁଖ କଣ୍ଠଶିଳ୍ପୀ ସୁମଧୁର ଭଜନରେ ଭକ୍ତମାନେ ବିଭୋର ହୋଇଥିଲେ । ତବଲାରେ ପୂର୍ଣ୍ଣ, ଢୋଲକରେଅଜିତ୍, କେ-ବୋର୍ଡରେ ରୋଶନ୍, ପ୍ୟାଡ୍ରେ ପଟି ପ୍ରମୁଖ ସହଯୋଗ କରିଥିଲେ । ଭଜନ କାର୍ଯ୍ୟକ୍ରମକୁ ଲକ୍ଷ୍ମୀକାନ୍ତ ସାହୁ ପରିଚାଳନା କରିଥିଲେ । କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ସଂପାଦକ ସାଗୀର ମହମ୍ମଦ, ସ୍ୱରୂପା ନନ୍ଦ ଦାସ, ଜଜି ଭାଇ, ସଂଗ୍ରାମ କେଶରୀ ପାଣି,ଉପଦେଷ୍ଟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅବନୀ ମିଶ୍ର ସଭା ମଂଚକୁ ସଂଚାଳନ କରିଥିବାବେଳେରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ବର୍ଷ ଭିକାରୀ ପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟିଏ ଦିନ ଭଜନ ପରିବେଷଣ କରିବେ ବୋଲି ତାଙ୍କ ସୁପୁତ୍ର ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ପାତ୍ର ଘୋଷଣା କରିଛନ୍ତି ।