ରୋଟାରୀ କ୍ଲବ୍ ତରଫରୁ ଡାକ୍ତର ଦିବସ ପାଳନ !

ଢେଙ୍କାନାଳ: ଢେଙ୍କାନାଳ ରୋଟାରୀ କ୍ଲବ୍ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଅଛି । ଏହି ଅବସରରେସକାଳ ସମୟରେ ପୂର୍ବତନ ରୋଟାରିଆନ୍ ଡ. ବଳଭଦ୍ର ରାମ ଏବଂ ଡ. ବିଧୁଭୂଷଣ ନନ୍ଦଙ୍କ ଗୃହରେ ରୋଟାରିଆନ୍‌ମାନେପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଢେଙ୍କାନାଳ ଡାକ୍ତରଖାନାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ.ସଞ୍ଜୟ କୁମାର ମହାପାତ୍ର ସମେତ ବିଭିନ୍‌ନ ବିଭାଗର ଡାକ୍ତରମାନଙ୍କୁ ରୋଟାରିଆନ୍‌ମାନେ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ
ସମ୍ବର୍ଦ୍ଧିତ କରିଥିଲେ ।ସନ୍ଧ୍ୟା ସମୟରେ ରୋଟାରି ଭବନଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାପତି ରୋ. ସାଗରିକା ମିଶ୍ର
ସଭାପତିତ୍ୱ କରିଥିଲେ । ସଂପାଦକ ରୋ. ତପନ କୁମାର ପାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଢେଙ୍କାନାଳ
ଡାକ୍ତରଖାନାରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ସାହୁଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଏବଂ ମାନପତ୍ର
ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଡ. ସାହୁ ତାଙ୍କ ଅଭିଭାଷଣ ରଖିଥିଲେ । ରୋଟାରି କ୍ଲବ୍‌ର ସଦସ୍ୟ
ରୋଡ୍ ଅବୋଧ କୁମାର ମହାପାତ୍ର, ଡ. ଭବାନୀ ଶଙ୍କର ଦାଶ, ଲକ୍ଷ୍ମୀ ନାରାୟଣ ନନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା
ା ସେମାନେ ନିଜର ଅଭିଭାଷଣ ରଖିଥିଲେ । ଡାକ୍ତରମାନେ ମଣିଷ ଜୀବନ ପାଇଁ ନିଜକୁ ବଳିଦାନ ଦେଇ କିପରି ସଂଘର୍ଷ
କରୁଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲା । ରୋଟାରିଆନ୍ ରାଜେନ୍ଦ୍ର ଦାସ, ପୂର୍ବତନ ସଭାପତି ହରେକୃଷ୍ଣ କର,
ନବିନ ଚନ୍ଦ୍ର ନାରାୟଣ ଦାସ, ବିରଂଚି ନାରାୟଣ ପାଣି, ବିନୋଦ ଅଗ୍ରୱାଲା, ଅଭିମନ୍ୟୁ ସାହୁ, ବିଶ୍ୱଜିତ୍ ଦାସଗୁପ୍ତା, ବି.ଏସ୍‌.
ସିଂହଦେଓ, ମହେଶ ପ୍ରସାଦ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରୋ. ରାଜକିଶୋରବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଇନର୍‌ହ୍ୱିଲ୍ କ୍ଲବ୍ ସଭାପତି ଅଳକାନନ୍ଦା ସିଂହଦେଓ, ସଂପାଦିକା ମିନଲ ସିଂହଦେଓ,ସଦସ୍ୟାବୃନ୍ଦ, ରୋଟ୍ରାକ୍ଟ କ୍ଲବ୍‌ର ସୌମ୍ୟବ୍ରତ ସାହୁ ଓ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ

Leave A Reply

Your email address will not be published.

18 − 15 =