ଅବ୍ୟବସ୍ଥା ଘେରରେ ଭୁବନ ଅଙ୍ଗନୱାଡ଼ି କେନ୍ଦ୍ର : ଅସାମାଜିକଙ୍କ ଆଡ୍ଡା ପାଲଟିଛି ଶିକ୍ଷା କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ର !

ଢେଙ୍କାନାଳ : ଭୁବନ ସମନ୍ଵିତ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟରେ କେତେଗୁଡିଏ କେନ୍ଦ୍ର ବାରଣ୍ଡା ରେ ମାଳ ମାଳ କଣ୍ଡମକୁ ନେଇ ଚିନ୍ତା ରେ ଅଛନ୍ତି କର୍ମୀ। ଭୁବନ ସହର ମଧ୍ୟରେ ୨୦୧୧ ମସିହା ରୁ ୫୪ ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଶିକ୍ଷାଦାନ। ପର୍ଯ୍ୟାୟ କ୍ରମେ ୫୫ଟି ଯାକ କେନ୍ଦ୍ର ନିର୍ମାଣ ହୋଇଥିବା ଜଣାଯାଇଛି। ସେଗୁଡ଼ିକ ମଧ୍ଯ ରୁ ୯ ଟି କେନ୍ଦ୍ରରେ ଘର ନିର୍ମାଣ ଅଧାରେ ଅଟକିଛି। ସେଗୁଡିକହେଲା୧୭,୧୮,୩୧,୪୬,୪୭,୪୮୪୯,୫୦ । ଆଉ କ୍ଲାସ ଚାଲୁଥିବା କେନ୍ଦ୍ର ମଧ୍ଯ ରୁ ୪୩ ନମ୍ବର କେନ୍ଦ୍ର ସଂପୂର୍ଣ୍ଣ ଭାବେ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। କେନ୍ଦ୍ର ନମ୍ବର ୫,୭,୨୭ ଚଟାଣ ଭାଙ୍ଗି ନଷ୍ଟ ହୋଇଯାଉଛି। ନିର୍ମାଣ ଶେଷ ହେବାର ୨ ବର୍ଷ ବିତି ଯାଇଥିଲେ କାମରେ ଲାଗୁନି ୱାର୍ଡ ନମ୍ବର ୨ ଅଧୀନରେ ଥିବା ୨ ଟି ଅଙ୍ଗନୱାଡି କେନ୍ଦ୍ରରେ। ଏହି ୨ ଟି କେନ୍ଦ୍ର ହେଲା କେନ୍ଦ୍ର ନମ୍ବର ୧୦ ଓ ୬। ଅଙ୍ଗନବାଡି କେନ୍ଦ୍ର ୨ଟି ୨୦୧୮ମସିହାରୁ ନିର୍ମାଣ ଆରମ୍ଭ ହୋଇ ୨୦୨୩ ମସିହାରେ ଶେଷ ହୋଇଛି। ବେଣାଗାଡ଼ିଆ ପୋଖରି ହୁଡ଼ାର ଉତ୍ତର ପାର୍ଶ୍ଵରେ ନିର୍ମିତ ହୋଇଛି। ଏହାର ପାଚେରୀ ନିର୍ମାଣ କରାଗଲେ ହୁଏତ ପାଠ ପଢା ହୋଇପାରନ୍ତା। ଏହି ଅଙ୍ଗନବାଡି କେନ୍ଦ୍ର ୨ ଟି ପାଚେରୀ ନାହିିଁ। ଫଳରେ ଏଠାକୁ ଜମ ବି ଯିବା ପାଇଁ ଭୟ କରିବ।ସ୍ଵଚ୍ଛ ଭାରତର ଡିଣ୍ଡିମ ପିଟୁଥିବା ସରକାରଙ୍କର ସବୁ ଯୋଜନା ଏଠାରେ ଫେଲ। ସ୍ଥାନୀୟ ଲୋକେ ଏଠାରେ ଥିବା କଙ୍କ୍ରିଟ୍ ଚଟାଣ ଉପରେ ମଳ ତ୍ୟାଗ କରୁଛନ୍ତି। ପରିବେଶ ପୁତି ଗନ୍ଧମୟ ଅଟେ । ଏହି କେନ୍ଦ୍ରଟିରେ କର୍ମୀ ଭାବେ ୨୦୧୧ ମସିହାରୁ ୧୪ ବର୍ଷ ଧରି ନିଜ ଘରେ କେନ୍ଦ୍ର ପରିଚାଳନା କରୁଛନ୍ତି ଦେବଶ୍ରୀ ପ୍ରିୟଦର୍ଶିନୀ। ୫୪ଟି କେନ୍ଦ୍ର ମଧ୍ୟରୁ ୧୩ ଟି ରେ ବିଦ୍ୟୁତ୍ ସଂଯୋଗ ନାହିଁ। ସରକାର ସଭିଏଁ ପଢ଼ିବେ ସଭିଏଁ ବଢିବେ ଯୋଜନା ଅନ୍ତର୍ଗତ ତିନି ବର୍ଷ ବୟସରୁ ଶିଶୁମାନଙ୍କ ଶିକ୍ଷା ବ୍ୟବସ୍ଥା ଲାଗି କରିଛନ୍ତି ପ୍ରତି ଅଞ୍ଚଳ ରେ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା । ଯାହାର ମୁଳକ ଲକ୍ଷ ଶିଶୁ ମାନଙ୍କୁ ମାଗଣା ପୋଷଣ ଯୁକ୍ତ ଖାଦ୍ୟ ସହ ମାଗଣା ଶିକ୍ଷା ବ୍ୟବସ୍ଥା । ଯେଉଁଥିଲାଗି ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ବ୍ୟବସ୍ଥା କରିବା ପରେ ପାରିପାର୍ଶ୍ବିକ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବାରେ ସରକାର ବିଫଳ ।
ଏପରି ଏକ ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ଏନ୍ଏସିରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ। ଭୁବନ ଏନ୍ଏସି ଏକ ନମ୍ବର ୱାର୍ଡ ୧ ନମ୍ବର ୱାର୍ଡ ୬ର ଅଙ୍ଗନୱାଡ଼ି କେନ୍ଦ୍ର ସଂଖ୍ୟା ୧,୨୪ ଓ ୨୫ର ତିନୋଟି କେନ୍ଦ୍ର ବର୍ତ୍ତମାନ ସମୟରେ ଭୁବନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇ ଶିଶୁମାନଙ୍କ ଶିକ୍ଷା ଲାଗି ସୁବିଧା ଯୋଗାଇ ଦିଆଯାଇଛି ।
ଯେଉଁଠାରେ ମୋଟ ୩୦ରୁ ଉର୍ଦ୍ଧ ଶିଶୁ ପାଠ ପଢିବାକୁ ଯାଉଥିବା ବେଳେ ଅନେକ ପ୍ରସୁତି ମହିଳା ମଧ୍ୟ ସରକାର ଙ୍କ ଦ୍ଵାରା ଉପଲବ୍ଧ ସ୍ୱାସ୍ଥ୍ୟ ଓ ଖାଦ୍ୟ ଲାଗି ଏଠାକୁ ଯାଇଥାନ୍ତି ।
ତେବେ ଏହି କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନଥିବା ବେଳେ କାଦୁଅ, ଡ୍ରେନ ପାଣିରେ ଗୋଡ ଵୁଡାଇ ଯିବାକୁ ପଡୁଛି । ଏଥିସହିତ ଏହି କେନ୍ଦ୍ରର ପରିବେଷ ଅତ୍ୟନ୍ତ ପୁତିଗନ୍ଧମୟ । ଘାସ ଏଭଳି ବଢିଛି ସରୀସୃପଙ୍କର ବାସ ସ୍ଥାନ ପାଲଟିଛି।ଅସାମାଜିକଙ୍କ ଆଡ୍ଡା ପାଲଟିଛି ଶିକ୍ଷାକେନ୍ଦ୍ର। ପରିବା ବଜାର ର ଲୋକଙ୍କର ପରିସ୍ରାଗାର ପାଲଟିଛି। ବିଦ୍ୟୁତ୍ କି ପାଣି ଯୋଗାଣ ନାହିଁ। ଫଳରେ ଗୋଟାଇବାକୁ ପଡୁଛି ମାଳ ମାଳ କଣ୍ଡମ ।
ନବୀନ ସରକାରର ସମୟରେ ନିର୍ମିତ ହୋଇଥିବା କେନ୍ଦ୍ର ଗୁଡିକ ଏଭଳି ହୋଇଛି ଯେ ନିର୍ମାଣ ର ମାତ୍ର ୨/୩ ବର୍ଷ ମଧ୍ୟରେ ଭାଙ୍ଗି ଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି କୁହନ୍ତି ପୂର୍ବତନ କାଉନ୍ସିଲର ବିଦ୍ୟାଧର ପାତ୍ର। ଏନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଭାଗବତି ଗୁରୁ କୁହନ୍ତି ୫୪ଟି କେନ୍ଦ୍ର ମଧ୍ଯରୁ କେତେ ଗୁଡିଏ ପରିବେଶ ବ୍ୟବହାର ଉପଯୋଗୀ ନୂହେଁ। ସେ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ।

Leave A Reply

Your email address will not be published.

18 − eight =