ଢେଙ୍କାନାଳ: ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ ଏହି ପରିପେକ୍ଷିରେ ଆଜି ପ୍ରଥମ ଦିବସ ଅବସରରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଏନଏସଏସ ୟୁନିଟ ଏବଂ ଗୁରୁଦେବଜୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କଲେଜ ପରିସରରେ ସଚେତନତା ସହ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର ଯୋଗ ଦେଇ ବୃକ୍ଷ ରୋପଣ ସହ ବୃକ୍ଷର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଫାଉଣ୍ଡେସନର ଏହି ଭଳି ନିଆରା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ମହା ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇ ଅନୁଷ୍ଠାନର ଏହି ଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ସାହୁ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରବର୍ଟ ଉଇଲସନ୍ ଭାତ୍ରା ସଭା ପରିଚାଳନ କରିଥିଲା ବେଳେ ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଡଃ ଦେବରାଜ ପରିଡ଼ା, ଗୁରୁଦେବଜୀ ଫାଉଣ୍ଡେସନର ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ମହାବିଦ୍ୟାଳୟର ଯୁକ୍ତ ଦୁଇ କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସି ମଧୁସ୍ମିତା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହ ରେଡ଼ ଡୋନର କ୍ଲବର ସଂଯୋଜକ ରାଜେଶ ବେହେରା ଓ ଶକ୍ତିବାହିନୀର ତ୍ରିଶା ମହାନ୍ତି, ମଧୁସ୍ମିତା ସାମଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ହିଁ ପ୍ରକୃତ ଜୀବନ ବନ୍ଧୁ ବୋଲି ମତ ପ୍ରକାଶ କରିଥିଲେ ତେଣୁ ଆଜି ଠାରୁ ଆସନ୍ତୁ ଆମେ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତ ଅମ୍ଳଜାନ ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ । ଏହି ମହୋତ୍ସବରେ ୧୦୦୦ରୁ ଉର୍ଦ୍ଧ୍ବ ଚାରା ଜିଲ୍ଲାର ସମସ୍ତ ବ୍ଲକରେ ଲାଗିବ ବୋଲ ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ଓ ଏନଏସଏସର ସ୍ବେଚ୍ଛାସେବୀ, ଗ୍ରୀନ ସ୍ପ୍ରେଡ଼ର କ୍ଲବର ସଂଯୋଜକ ସତ୍ୟଜିତ ଦଳେଇ ପରିଚାଳନା କରିଥିବାବେଳେ ମହାଦେବ ବାହିନୀର ବିଶ୍ୱଜିତ ବେହେରା ସମସ୍ତ ଉପସ୍ଥିତ ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।