ଶିଶୁ ଶିକ୍ଷା ର ଅନ୍ଧକାରରେ ଏକ ଆଲୋକମୟ ଦୀପ : ଲିଟିଲ୍ ଟ୍ୟାଲେଣ୍ଟ କିଡସ୍ ସ୍କୁଲ !

ବିଦ୍ୟା ମହା ମିତ ବିଦ୍ୟା ମହାବଳ ବିଦ୍ୟା ଅଟେ ମହାଧନ ।
ଜଗତେ ବିଦ୍ବାନ ଲଭଇ ସମ୍ମାନ ମୂର୍ଖ ପାଏ ଅପମାନ ।

ଢେଙ୍କାନାଳ: ଗାଁ ଜୀବନ ମଧ୍ୟରେ ଶିକ୍ଷା କେବଳ ଏକ ଅଧିକାର ନୁହେଁ, ଏହା ହେଉଛି ଗୋଟିଏ ଆଶା। ଏହି ଆଶାକୁ ଆକାର ଦେବା ପାଇଁ ଗୁଣ୍ଡିଚାପଡ଼ା ଗ୍ରାମରେ ୨୦୨୪ ମସିହା ଜାନୁଆରୀ ୩ ତାରିଖ ଦିନ “ଲିଟିଲ୍ ଟ୍ୟାଲେଣ୍ଟ କିଡସ୍ ସ୍କୁଲ” ର ଉଦ୍‌ଘାଟନ ହୋଇଥିଲା। ତତ୍କାଳୀନ ଗ୍ରାମ ସଭାପତି ଶ୍ରୀ ଶିଖର ଚନ୍ଦ୍ର ସାହୁଙ୍କ ଶୁଭ ହସ୍ତେ ଏହି ଶିକ୍ଷାଳୟ ର ଶୁଭ ଆରମ୍ଭ ହେଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଅନିତାରାଣୀ ବେହେରାଙ୍କ ନେତୃତ୍ୱରେ ଏହି ଅନ୍ୟତମ ଦୃଢ଼ ପ୍ରୟାସ ଗ୍ରାମ ଶିଶୁମାନଙ୍କ ନିମନ୍ତେ ଏକ ନୂଆ ଆଲୋକ ନେଇ ଆସିଛି। ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ଏହି ସ୍କୁଲ କେବଳ ଗୁଣ୍ଡିଚାପଡ଼ା ଗ୍ରାମ ପାଇଁ ନୁହେଁ, ବରଂ ଆଖପାଖ ଅଞ୍ଚଳରେ ମଧ୍ୟ ଏକ ଶିକ୍ଷା ଆନ୍ଦୋଳନର ସମୂହ ବିକାଶ ଗଠନ କରିଛି। ବେଶାଳିଆ, ସିମିନଇ, ଚାଇଁପୁର, ଅସନଭାଳୀ ଭଳି ଗ୍ରାମ ଅଞ୍ଚଳର ପିଲାମାନେ ମଧ୍ୟ ଏହି ସ୍କୁଲକୁ ଆସି ଶିକ୍ଷା ଅଧିଗ୍ରହଣ କରୁଛନ୍ତି। ପ୍ରସିଦ୍ଧ ସଂସ୍କୃତ ଶ୍ଲୋକରେ ଶିକ୍ଷାର ମହାନତା ବର୍ଣ୍ଣନା ଅଛି –
ଜ୍ଞାତିଭିର୍ ବ୍ୟଣ୍ଟ୍ୟତେ ନୈବ ଚରଣାପି ନ ନୀୟତେ ।
ଦାନେନ ନ କ୍ଷୟତେ ବିଦ୍ୟାରତ୍ନଂ ମହାଧନଂ ॥
ବିଦ୍ୟା ଏମିତି ଧନ ଯାହାକୁ କେହି ଚୋରି କରିପାରେନି, ଭାଗ କରିପାରେନି, ଦାନ କଲେ କମିଯାଏ ନାହିଁ। ଏହା ଜୀବନର ସବୁଠୁ ବଡ଼ ଧନ, ଅକ୍ଷୟ, ଅବିନାଶୀ, ଓ ଆତ୍ମାକୁ ଉନ୍ନତି କରାଏ।
ଜାତୀୟ ପିତା ମହାତ୍ମା ଗାନ୍ଧୀ କହିଥିଲେ –
ଯଦି ଆପଣ ଗୋଟିଏ ସୁଦୃଢ ଦେଶ ଗଢ଼ିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଶିଶୁ ଶିକ୍ଷା ଉପରେ ଗଭୀର ଧ୍ୟାନ ଦେବା ଦରକାର।
ସେହି ଅର୍ଥରେ, ଲିଟିଲ୍ ଟ୍ୟାଲେଣ୍ଟ କିଡସ୍ ସ୍କୁଲ ଏବେ ଏକ ଅନୁଭୂତି ହୋଇଯାଇଛି। ଏକ ଶିକ୍ଷା ଭିତ୍ତି, ଯେଉଁଠାରେ ପିଲାମାନେ ସିଖୁଛନ୍ତି ଶ୍ରଦ୍ଧା, ଶିଷ୍ଟାଚାର, ସ୍ୱାଭିମାନ ଓ ସମ୍ବେଦନା।

ଅନିତାରାଣୀ ବେହେରା

ଏହି ଆଧାର ଉପରେ ପ୍ରଧାନ ଶିକ୍ଷୟିତ୍ରୀ ବେହେରା କହନ୍ତି – ଶିଶୁ ମାନଙ୍କ ଉପରେ ଯେତେ ପରିଶ୍ରମ ଓ ଅନୁଶାସିତ ପ୍ରୟାସ ହେବ, ତେବେ ତାଙ୍କର ଭବିଷ୍ୟତ ସେତିକି ଆଲୋକମୟ ହେବ। ଏହି ସ୍କୁଲ ଆମ ପିଲାମାନଙ୍କ ପାଇଁ ମୂଳ ଭିତି ନିର୍ମାଣ କରୁଛି।
ସ୍କୁଲ ପରିଚାଳନା ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ, ପୂର୍ବତନ ସରପଂଚ, ସଭାପତିମାନେ ଏବଂ ଅଭିଭାବକମାନେ ଏହି ଉଦ୍ୟମକୁ ଏକ ଶ୍ରେଷ୍ଠ ଶିକ୍ଷା ବିକାଶ ମାନଚିତ୍ର ଭାବରେ ଗ୍ରହଣ କରିଛନ୍ତି।
ଏଠି ପିଲାମାନେ ଏହି ମୂଲ୍ୟବାନ ସତ୍ୟକୁ ବୁଝି ପାରିଛନ୍ତି – ଯେ ଶିକ୍ଷା କେବଳ ଏକ ତାଲିକା ଉପରେ ଲିଖା ଥିବା ଗ୍ରେଡ଼୍ସ, ଅଂକ ବା ସର୍ଟିଫିକେଟ୍ ନୁହେଁ। ଶିକ୍ଷା ହେଉଛି ଏକ ଏମିତି ଜୀବନ ଦୃଷ୍ଟିକୋଣ, ଯାହା ମନୁଷ୍ୟକୁ ନମ୍ରତା ଶିଖାଏ, ନୀତି ଓ ଦୟା ଶିଖାଏ, ଓ ଏହି ଜଗତରେ କିପରି ସତ୍ୟ, ନ୍ୟାୟ ଓ ସେବା ସହିତ ବଞ୍ଚିବା ଯାଏ ସେହି ଶିଖା ଦିଏ। ଯାହା ଜୀବନକୁ ଆଲୋକିତ କରେ, ମାନବତାର ଅର୍ଥ ବୁଝାଏ, ଓ ଜଣେ ମନୁଷ୍ୟକୁ ଗୋଟିଏ ଉତ୍ତମ ନାଗରିକ ହେବାରେ ଉତ୍ସାହିତ କରେ।”
ସେମାନେ ଆଜି ଅକ୍ଷର ଲେଖିପାରନ୍ତି, ମନ ଖୋଲି ଅଭିବ୍ୟକ୍ତି କରିପାରନ୍ତି, ଆଗକୁ ଦୃଷ୍ଟି ରଖି ବଡ଼ ସ୍ୱପ୍ନ ଗଢନ୍ତି।
ଲିଟିଲ୍ ଟ୍ୟାଲେଣ୍ଟ କିଡସ୍ ସ୍କୁଲ ଗୁଣ୍ଡିଚାପଡ଼ା ଓ ତାହାର ଆଖପାଖ ଗ୍ରାମମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି।
ଉଭୟ ଅଭିଭାବକ ଓ ଶିଶୁମାନେ ଜୀବନର ଅନେକ ଅନ୍ଧକାର ପଥ ଦେଖିଛନ୍ତି, ଏବେ ସେମାନେ ଏହି ଆଲୋକକୁ ଆଶାର ଆଲୋକ ଭାବେ ଧରି ଆଗକୁ ବଢ଼ୁଛନ୍ତି।

Leave A Reply

Your email address will not be published.

three + 4 =